Odisha news

ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସମୂହ ପକ୍ଷରୁ ବିଦ୍ୟାଳୟ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ସମ୍ବର୍ଦ୍ଧନା

0

ବାରିପଦା  : ପ୍ରୟାସ ସମ୍ମିଳନୀ କକ୍ଷରେ ଛଅ ସହ ଦଶ ଯୁକ୍ତ ଅଡଚାଲିଶ ନନ ପ୍ଲାନ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ସଙ୍ଘ, ମୟୂରଭଞ୍ଜ ଶାଖା ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ସରୋଜ ନାୟକ, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ରାଜ୍ୟସଭାପତି ଶୁଶାନ୍ତ ଦାଶ, ରାଜ୍ୟ ସମ୍ପାଦକ ସଦୀପ୍ତ ମହାନ୍ତି, ଜିଲ୍ଲା ସଭାପତି ମଣ୍ଟୁ କୁମାର ସାସମାଲ, ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ଘଡେଇ ଓ ନିରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶିକ୍ଷକ ମାନଙ୍କର ସମସ୍ୟା ସହ ଅବଗତ ଥିବା ସହ ଶିକ୍ଷକମାନଙ୍କର ଦାୟିତ୍ୱବୋଦ୍ଧ ସମ୍ପର୍କରେ ପରାମର୍ଶ ଦେବାସହ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶିକ୍ଷକ ରଜତ କୁମାର ପଣ୍ଡା ବେଦମନ୍ତ୍ର ପାଠ କରିଥିବାବେଳେ ଶିକ୍ଷକ ନୟନ ଗିରି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply