Odisha news

ରାମଚନ୍ଦ୍ରପୁର ପଞ୍ଚାୟତ ରେ ସ୍ବେଦେଶୀ ଚାରା ରୋପଣ ଓ ମେରୀ ମାଟି ମେରା ଦେଶ ଅଭିଯାନ

0
ଆନନ୍ଦପୁର :  ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ପଦନା ଗ୍ରାମ ଠାରେ ପଞ୍ଚାୟତ ସମିତି ଘସିପୁରା ଓ ଜଙ୍ଗଲ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ବଦେଶୀ ଚାରା ରୋପଣ ଓ ମେରୀ ମାଟି ମେରା ଦେଶ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଏହି ଉପଲକ୍ଷେ ରାମଚନ୍ଦ୍ରପୁର ର ସରପଞ୍ଚଶ୍ରୀ ପ୍ରଦୀପ କୁମାର ସାହୁ ଓ ସମିତି ସଭ୍ୟ ମନ୍ମଥ ସାହୁ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମିଶନ ଶକ୍ତି ଅଧୀନ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା, ସ୍ବେଛାସେବୀ ଯୁବକ ଓ ବୟୋଜ୍ୟଷ୍ଟ ବ୍ୟକ୍ତି ଏବଂ ବନ ବିଭାଗ ପକ୍ଷରୁ ଆନନ୍ଦପୁର ଡେପୁଟି ରେଞ୍ଜର ନବ କିଶୋର ନାୟକ,ଫରେଷ୍ଟର ମଳୟ କୁମାର ସାହୁ ଯୋଗଦେଇ ନିମ୍ବ, ଆମ୍ବ ପରି ସ୍ବେଦେଶୀ ଗଛ ଚାରା ବଡ଼ପଦନା ଖଣ୍ଡୁରୀପୀଠ ସଂନିକଟ ପଡିଆ ରେ ରୋପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଦେବାଶିଷ ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ, ଘସିପୁରା ବ୍ଲକ ସହକାରୀ ଯନ୍ତ୍ରୀ ଲଷ୍ମୀପ୍ରିୟା ଜେନା, ବ୍ଲକ ମନରେଗା ଅଧିକାରୀ ସ୍ଵାଗତିକା ଧଳ, ମନରେଗା ସହାୟକ ସୁରେଶ କୁମାର ସାହୁ,ପିଇଓ ଚନ୍ଦ୍ରଭାନୁ ନାୟକ, ମିଶନ ଶକ୍ତି ପଞ୍ଚାୟତ ଏମବିକେ ତପସ୍ୱିନୀ ସାହୁ, ସଂଘ ସଭାନେତ୍ରୀ ମମତା ରାଉତ ସମ୍ପାଦିକା ଜାନକୀ ସାହୁ ଓ ପଞ୍ଚାୟତ ମିଶନ ଶକ୍ତି ର ସମସ୍ତ ସିଆରପି ଯୋଗଦେଇ ସମସ୍ତଙ୍କୁ ଉତ୍ସାଇତ କରିବା ସହିତ ଅଭିଯାନ କୁ ସଫଳ କରାଇଥିଲେ
Leave A Reply