Odisha news

ଭାରତୀୟ ମାତାପିତାଙ୍କ ର ଏହିସବୁ ଭୁଲ, ପିଲାମାନଙ୍କ ମଧ୍ୟରେ ହ୍ରାସ କରୁଛି ସେଲ୍ଫ କନଫିଡେଂସ ଗବେଷଣାରୁ ଖୁଲାସା 

0
ସବୁ ମାତାପିତା ଚାହିଁ ଥାଆନ୍ତି ତାଙ୍କ ପିଲା ଆତ୍ମନିର୍ଭରଶୀଳ ହେଉ ଓ ନିଜ ଦାୟିତ୍ୱ କୁ ସମୟ ପୂର୍ବରୁ ଠିକ ଭାବରେ ବୁଝିପାରୁ l କିନ୍ତୁ ଭାରତୀୟ ମାତାପିତା ମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ପିଲାଙ୍କୁ ନିଜ ଛତ୍ରଛାୟା ତଳେ ରଖିବାକୁ ପସନ୍ଦ କରନ୍ତି l ଯାହାଦ୍ୱାରା ପିଲାଟି ଯେତେଯେତେ ବଡ଼ ହୋଇଯାଏ ଛୋଟ ଛୋଟ କଥାରେ ମଧ୍ୟ ସେତେ ଅଧିକ ଅନ୍ୟ ଉପରେ ନିର୍ଭର କରିଥାଏ l ଯାହା ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବାଧା ଆଣିଥାଏ l ପିଲାଟି ଆତ୍ମନିର୍ଭର ହେବା ପାଇଁ ତାର ମାଇଣ୍ଡ ସେଟ ଓ ବ୍ୟବହାର ଉପରେ ନିର୍ଭର କରିଥାଏ l କେଉଁ ପିଲା ବାହାରେ କିଭଳି ବ୍ୟବହାର କରୁଛି ଏହା ତାର ଲାଳନପାଳନ ଉପରେ ନିର୍ଭର କରିଥାଏ l
– ଭାରତୀୟ ପିତାମାତା ମାନେ ପିଲାଟି ଦିନରୁ ପିଲାଟିକୁ ଏଭଳି କରି ଦେଇ ଥାଆନ୍ତି ଯେ ଯାହାଦ୍ୱାରା ପିଲାଟି ଆତ୍ମ ନିର୍ଭରଶୀଳ ହେବା ପାଇଁ ଭୟ କରିଥାଏ, ନିଜକୁ ବାହାରେ ଖାପ ଖୁଆଇ ଚଳିବା ପାଇଁ ଅସୁବିଧାର ସମୁଖୀନ ହୋଇଥାଏ l
– ଅନେକ ସମୟରେ କୌଣସି କାର୍ଯ୍ୟରେ ପିଲାକୁ ଅସଫଳତା ମିଳିବା ଦ୍ୱାରା ସେ ଭାଙ୍ଗି ପଡିଥାଏ l ଏପରି ସ୍ଥିତିରେ ପିତାମାତା ପିଲାଟିର ମନୋବଳ ବୃଦ୍ଧି କରିବା ଜରୁରୀ l ଯାହାଦ୍ୱାରା ପିଲାଟି ର ଆତ୍ମ ବିଶ୍ୱାସ ବଢିବ ଓ ସେ ପୁନର୍ବାର ଆଗକୁ ବଢିବ l
– ପିଲାଙ୍କୁ ଆତ୍ମ ନିର୍ଭରଶୀଳ କରିବା ତାର ନିଜ କାମ ତାକୁ କରିବାକୁ ଦିଅନ୍ତୁ l କିନ୍ତୁ ସେ ନିଜ କାମ କରିବା ସମୟରେ ତାଙ୍କ ଉପରେ ନିହାତି ଦୃଷ୍ଟି ରଖିବା ଜରୁରୀ l ଏଭଳି କରିବା ଦ୍ୱାରା ତାଙ୍କର ଆତ୍ମ ନିର୍ଭରଶୀଳ ସହିତ ଆତ୍ମ ବିଶ୍ୱାସ ବଢିବ l
– ପିଲାଙ୍କୁ ଛୋଟ ବେଳରୁ ସେଲ୍ଫ କନଫିଡେଂସ ବଢିବା ପାଇଁ ଛୋଟ ଛୋଟ ନିଷ୍ପତି ନେବାକୁ ଛାଡ଼ନ୍ତୁ l ଯେପରିକି ନିଜ ଡ୍ରେସ ନିଜେ ବାଛିବା, ଖାଇ ସାରି ବାସନ ନିଜର ଧୋଇବା, ପାଣି ବୋତଲରେ ନିଜେ ପୁରାଇବା ଇତ୍ୟାଦି l
– ନିଜ ପିଲାକୁ ପ୍ରତିଦିନ କିଛି କିଛି ସମୟ ଦିଅନ୍ତୁ l ଯାହାଦ୍ୱାରା ସେମାନେ ଭୁଲ ଠିକ ବିଷୟରେ ଭଲରେ ଜାଣି ପାରିବେ ଏବଂ ତାଙ୍କ ମନୋବଳ ବଢିବ l
– ଘରର ଛୋଟ ଛୋଟ କାମ କରିବା ସମୟରେ ନିଜ ପିଲାଙ୍କୁ ଶାମିଲ କରନ୍ତୁ l ଏଭଳି କରିବା ଦ୍ୱାରା ପିଲାଙ୍କ ର ନିଜ ମାତାପିତା ଙ୍କ ସହିତ ସମ୍ପର୍କ ଭଲ ହେବ l ଯେପରିକି ଗଛରେ ପାଣି ଦେବା, ନିଜର ବହି ଥାକ ସଜାଡ଼ିବା, ନିଜ ଅଇଁଠା ବାସନ ନିଜେ ଉଠାଇବା ଇତ୍ୟାଦି l
Leave A Reply