Odisha news

ଗର୍ଭାବସ୍ଥାରେ ଖାଲି ପାଦରେ ଚାଲିବାର  ଜବରଦସ୍ତ ଲାଭ  , ଯାହା ଉଭୟ ଶିଶୁ ଓ ମା ଙ୍କୁ ଦେଇଥାଏ ଚମତ୍କାର ଲାଭ 

0
ମାତୃତ୍ୱ ପ୍ରତ୍ୟେକ ମା ଙ୍କ ପାଇଁ ଗୋଟିଏ ସ୍ବପ୍ନ ପୁରା କଲାଭଳି ହୋଇଥାଏ l ତେଣୁ ଏହି ସମୟରେ ପ୍ରତ୍ୟେକ ମହିଳା ନିଜର ଖୁବ ଯତ୍ନ ନେବା ଜରୁରୀ l ଏହା ସେହି ସମୟ ଯାହାକି ଜଣେ ମହିଳା କୁ ଭାବନାତ୍ମକ ଓ ଶାରୀରିକ ଭାବରେ ପରିବର୍ତନ ଆଣିଥାଏ l ଏହି ସମୟରେ ୱାକିଙ୍ଗ , ଏକ୍ସରସାଇଜ ଗୋଟିଏ ଗୋଟିଏ କ୍ରମ ଉଭୟ ମା ଓ ଛୁଆ ଙ୍କ ଉପରେ ପ୍ରଭାବ ପକାଇଥାଏ l
ଗର୍ଭ ଅବସ୍ଥାରେ ସକାଳୁ ଖାଲି ପାଦରେ ଚାଲିବାର ଚମତ୍କାର ଲାଭ :-
* ଗର୍ଭ ଅବସ୍ଥାରେ ଓଜନ ବୃଦ୍ଧି ସାଧାରଣ ସମସ୍ୟା ଅଟେ l କାହିଁକି ନା ଯେଭଳି ଶିଶୁ ର ବିକାଶ ହୋଇଥାଏ ସେହିଭଳି ଶିଶୁ ବାହାରକୁ ଆସିଥାଏ l କାହିଁକି ନା ଅଧିକ ଓଜନ ବୃଦ୍ଧି ହୋଇ ବେଳେବେଳେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଯାଇଥାଏ l ତେଣୁ ଏହିସବୁ ସ୍ଥିତି ରେ ପ୍ରତିଦିନ ୱାକିଙ୍ଗ କରିବା ଖୁବ ଜରୁରୀ l
* ଗର୍ଭ ଅବସ୍ଥା ରେ ହୃଦୟ ପ୍ରଣାଳୀ ଅଧିକ ପ୍ରଭାବିତ ହୋଇଥାଏ l କାହିଁକି ନା ହାର୍ଟ ବିକଶିତ ହେଉଥିବା ଭୃଣ କୁ ରକ୍ତ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ” ଏହାଛଡା ଶରୀର ରେ ବ୍ଲଡ଼ ସର୍କୁଲେସନ ଠିକ ଭାବରେ ହୋଇଥାଏ l ସେଥିପାଇଁ ଗର୍ଭ ବସ୍ଥାରେ ନିୟମିତ ୱାକିଙ୍ଗ କରିବା ଖୁବ ହିତକର ହୋଇଥାଏ l
* ଗର୍ଭବସ୍ଥା ମହିଳା ମାନଙ୍କ ପାଇଁ ଖୁବ ଉତେଜନା ପୂର୍ଣ ଓ ଭାବନାତ୍ମକ ହୋଇଥାଏ l ଏହି ଉତେଜନା କୁ ଦୂର କରିବା ପାଇଁ ନିୟମିତ ସକାଳୁ ୱାକିଙ୍ଗ କରିବା ଖୁବ ଜରୁରୀ l ଯାହା ଦ୍ୱାରା ମା ମନରେ ଫିଲ ଗୁଡ଼ ଭାବନା ଆସିଥାଏ l ଏହା ଉଭୟ ଶିଶୁ ଓ ମା ଙ୍କୁ ସୁସ୍ଥ ରଖିଥାଏ l ଏହା ମା ର ପ୍ରସବ କୁ ସରଳ କରିଥାଏ l
* ବିଶେଷ ଭାବେ ଗର୍ଭ ଅବସ୍ଥାରେ ନିଦ ଠିକ ଭାବେ ହୋଇ ନଥାଏ l ଏହାର ଗୋଟିଏ କାରଣ ଶିଶୁ ମୁଭ କରିବାର ମଧ୍ୟ ହୋଇଥାଏ l ନିୟମିତ ସକାଳୁ ୱାକିଙ୍ଗ କରିବା ଦ୍ୱାରା ନିଦ ର ଗୁଣବତ୍ତା ରେ ସୁଧାର ଆସିଥାଏ l
Leave A Reply