Odisha news

ବାହାର ଜିଲ୍ଲା କୁ ଚାଲିଛି ଚୋରା ପି ଡି ଏସ ଚାଉଳ କାହା ନିର୍ଦେଶ ରେ

0

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ଚାଲିଛି ପି ଡି ଏସ ଚୋରା ଚାଲାଣ l ସୂଚନା ଅନୁଯାଇ ଗତ କାଲି ଦିନ ଏଗାର ଟା ସମୟରେ ଖଣ୍ଡ ବନ୍ଧ ପଂଚାୟତ ର କାଲୁଣିଗଡା ଛକ ଠାରେ ନିହାଲପ୍ରସାଦ ପୋଲିସ ପେଟୋଲିଙ୍ଗ କାଟୁଥିବା ବେଳେ ଓ ଡି 05AF2344 ଏକ ପାଲ ବନ୍ଧା ମିନି ଟ୍ରକ କୁ ଯାଞ୍ଚ କରୁଥିବା ସମୟରେ ବାହାର ପଟେ ଧାନ ଭିତରେ ଚାଉଳ ଯାହାକି ଅଙ୍ଗନବାଡ଼ି ପିଲାଙ୍କ ପ୍ରୋଟିନ ଚାଉଳ ପରି ଲାଗୁଥିଲା l ସନ୍ଦେହ ରେ ଗାଡିଟିକୁ ନିହାଲପ୍ରସାଦ ଥାନା କୁ ନେଇଥିଲେ l ଏସବୁ ଧାନ ଚାଉଳ ଗଁଦିଆ ରୁ ଯାଜପୁର ଜିଲ୍ଲା ର ବାଲିଚନ୍ଦ୍ରପୁର କୁ ଦଲାଲ ମାନେ ନେଉଥିଲେ l ତୁରନ୍ତ ଥାନା ଅଧିକାରୀ କାଶୀନାଥ ହାଁଶଦା ଗଁଦିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କୁ ଅବଗତ କରାଇଥିଲେ l ଗୋଷ୍ଠୀଉନ୍ନୟନ ଅଧିକାରି ମଧ୍ୟ୍ୟ ଯୋଗାଣ ଅଧିକାରିଣୀ ସ୍ଵର୍ଣ୍ଣପ୍ରଭା ଜେନା ଙ୍କୁ ତଦାରଖ ପାଇଁ ପଠାଇଥିଲେ l ଯୋଗାଣ ଅଧିକାରିଣୀ ଙ୍କ ଉପସ୍ଥିତ ରେ ପାଲ ଖୋଲାଗଲା ମାଡାମ ମଧ୍ୟ୍ୟ ସାମ୍ପୁଲ ଆଣିଲେ କିନ୍ତୁ ସାମ୍ବାଦିକ ମାନଙ୍କୁ ସୂଚନା ଦେବାକୁ ମନା କରିବା ସହିତ ତର ତର ଭାବେ ମଟର ସାଇକେଲ ରେ ବସି ଛୁ ମାରିଲେ l. କଣ ମାଡାମ ଜାଣି ପାରିଲେ କି ତାହା ପି ଡି ଏସ ଚାଉଳ ? ଯଦି ନୁହଁ ତେବେ ସାମ୍ବାଦିକ ଙ୍କୁ କାହିଁକି ମୁହଁ ବୁଲାଇ ଚାଲି ଗଲେ? ଯୋଗାଣ ଅଧିକାରିଣୀ ସ୍ଵର୍ଣପ୍ରଭା ମାଡାମ କହିଲେ bdo ମୋ ଅଥରାଇଜର ମୁଁ ଯାହା କହିବି ତାଙ୍କୁ କହିବିl ସାଧାରଣ ରେ ସଂନ୍ଦେହେ ସତରେ କଣ ଯୋଗାଣ ଅଧିକାରିଣୀ ଙ୍କ ଜାଣତ ରେ ଏ ସବୁ ଚାଲିଛି? ଏଠି ଗୋଟେ ବଡ଼ ପ୍ରଶ୍ନ ମାଡାମ ସାମ୍ବାଦିକ ମାନଙ୍କ ଫୋନ ମଧ୍ୟ୍ୟ ରିସିଭ କରୁନାହାନ୍ତି ତେବେ ସାଧାରଣ ଜନତା ଙ୍କ ନମ୍ବର କଣ ରିସିଭ କରୁଥିବେ?: ନା bdo କହିଲେ ମାଡାମ ଫୋନ ରିସିଭ କରିବେ l ତେବେ କଣ କହୁଛନ୍ତି bdo ମହାଶୟ ଶୁଣନ୍ତୁ l ଯୋଗାଣ ଅଧିକାରିଣୀ ଙ୍କ ମନମାନି ପାଇଁ ନାହିଁ ନଥିବା ହଇରାଣ ହୋଉଛନ୍ତି ସାଧାରଣ ଜନତା l ତୁରନ୍ତ ଜିଲ୍ଲାପାଳ ଏହା ଉପରେ ଦୁଷ୍ଟି ଆକର୍ଷଣ କଲେ ପି ଡି ଏସ ଚାଉଳ ଚଲାଣ କାରୀଙ୍କ ପର୍ଦାଫାଶ ହୋଇପାରିବ l ଏପଟେ ଗାଡି ଓ ଡ୍ରଇଭର ସହିତ 4ଜଣ ଙ୍କୁ ଅଟକ ରଖି ପଚାର ଉଚରା କରୁଛି ନିହାଲପ୍ରସାଦ ପୋଲିସ

Leave A Reply