Odisha news

ବରପାଲି ରେଳ ଷ୍ଟେସନ ପୁନରର୍ବିକାଶ ଭିତ୍ତି ପ୍ରସ୍ତର ସ୍ଥାପନ।

0

କେନ୍ଦ୍ର ରେଳ ବିଭାଗ ପକ୍ଷ ରୁ ସାରା ଭାରତ ରେ ଅମୃତ ଭାରତ ଷ୍ଟେସନ ଯୋଜନା ରେ ୫୦୮ ଟି ରେଳ ଷ୍ଟେସନ କୁ ଆଧୁନୀକରଣ ତଥା ପୁନରର୍ବିକାଶ ପାଇଁ ରବିବାର ପୂର୍ବାହ୍ନ ୧୧ ଟା ରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବରପାଲି ରେଳ ଷ୍ଟେସନ ଠାରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବୟନ ଓ ହସ୍ତତନ୍ତ୍ର ବିଭାଗ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଭାବରେ ବିଜେପି ନେତା ସୁରେନ୍ଦ୍ର ପାତ୍ର ଙ୍କ ସମେତ ଭୂପେଶ କୁମାର ସିନିୟର ସିଏସଟିଈଇ, ସମ୍ବଲପୁର ଡିଭିଜନ ର ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ କୁ ତରୁଣ କୁମାର ଅଫିସିଆଲ ସୁପ୍ରଭାଇଜର ପରିଚାଳନା କରିଥିଲେ l ଦିନ ୧୦.୫୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ କୁ ଅନଲାଇନ୍ ରେ ଶୁଭ ଦେଇଥିଲେ । ଏହି ଯୋଜନା ରେ ବରପାଲି ରେଳ ଷ୍ଟେସନ କୁ ପୁନରର୍ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କା ରେଳ ବିଭାଗ ପକ୍ଷରୁ ମଞ୍ଜୁର ହୋଇଛି । ଆଜିର ଏହି ଉତ୍ସବ ରେ ବରପାଲି ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Nalco
Leave A Reply