Odisha news

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକଙ୍କ ଥାନା ଭଙ୍ଗାରୁଜା ପୋଡି।

0
ଫୁଲବାଣୀ ତା ୫/୮:କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ନିଲମ୍ବନ ଓ ଗିରଫ ଦାବିରେ ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ବାଲିଗୁଡା  ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରି ରଖିଥିଲେ । ସେମାନଙ୍କୁ ବୁଝାଇବାକୁ ଯାଇଥ‌ିବା ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍ ଅନୁରାଧାଙ୍କୁ ଲୋକେ ଆକମଣ କରିଛନ୍ତି । ଏହାପରେ ଥାନା ଭିତରେ ପସି ପୋଡା ଜଳା କରିବା ସହ ଜବତ ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।।ସୂଚନାଯୋଗ୍ୟ, ଫିରିଙ୍ଗିଆ ଥାନା ପୋଲିସ
ଗାଡିରେ ଗଞ୍ଜେଇ ଚାଲାଣ ହେଉଥ‌ିବା ଅଭିଯୋଗ କରି ଏବଂ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବିରେ ଲୋକେ ରାସ୍ତାରୋକ କରିଥିଲେ। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା। ସଦର ଏସଡିପିଓ ସୁପ୍ରସନ ମଲ୍ଲିକ ଏବଂ ତହସିଲଦାର କିଛି ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକେ ଠେଲା ପେଲା କରିଥିଲେ l ଏହାପରେ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟରେ ହାତା ହାତୀ ହୋଇଥିଲା l ପରେ ସେମାନେ କିଛି ଫୋର୍ସଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ। ହେଲେ ଲୋକେ ସେଠାକୁ ମଧ୍ୟ ଗୋଡେଇ ଆସି ଥାନା ଭିତରକୁ ପଶିଥିଲେ । ସେଠାରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା। ଖବର ଅନୁସାରେ  ଏସଡିପିଓ, ତହସିଲଦାର ଙ୍କ ସମେତ କିଛି ଅଞ୍ଚଳବାସୀ ଘଟଣାରେ ଆହତ ହୋଇଛନ୍ତି।ଉତ୍ୟକ୍ତ ଲୋକମାନେ ଥାନାର ବହୁ ଆସବାବପତ୍ର ଓ ଜବତ୍ ହୋଇ ରହିଥିବା ଗଂଜେଇ ବସ୍ତା ଗୁଡିକୁ ପୋଡି ଦେଇଛନ୍ତି l
Leave A Reply