Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନ ଛାତ୍ର ମୃତ

0

ପାଂଚପୀଢ ,୫/୮: କରଞ୍ଜିଆ ଥାନା ଦରି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ୪୯ ନମ୍ବର ଜାତୀୟ ରାଜପଥ ଦରି ନିକଟରେ ଏକ ଆପାଚି ମଟରସାଇକେଲ ନମ୍ବର ଓଡି-୧୧ଏଏ-୧୨୮୬ ଯୋଗେ ତିନି ଜଣ ଆରୋହୀ ସିଙ୍ଗଡ଼ା ପଟରୁ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରଲରକୁ ବାଡ଼େଇ ହୋଇ ଯାଇଥିଲା ଏବଂ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ସମ୍ପର୍କରେ କରଞ୍ଜିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ପହଂଚି ଲୋକମାନଙ୍କୁ ବୁଝାସୁଝା କରି ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ମୃତକ ମାନେ କରଞ୍ଜିଆ ବ୍ଲକ କାଠ କରଞ୍ଜିଆର ଶଙ୍କର ନାଏକ,ଲିପୁ ନାଏକ ଏବଂ ଏକଲବ୍ୟ ନାଏକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମସ୍ତେ କଲେଜ ଛାତ୍ର ବୋଲି ଜଣାପଡିଛି।

Leave A Reply