Odisha news

ଶଙ୍ଖ ମରାମତି ନେଇ ବିଡ଼ିଓ ଙ୍କୁ ଦାବିପତ୍ର

0

ଚିକିଟି – ଚିକିଟି ବ୍ଲକ କଳବାଡ ଗ୍ରାମପଞ୍ଚାୟତ ପାରସମ୍ବା ଗାଁ ମୁଁହ ରେ  ଦୟନୀୟ ଅବସ୍ଥା ରେ ରହିଥିବା ଶଙ୍ଖ ମରାମତି ନେଇ ଗ୍ରାମବାସୀ ଦାବି କରିଛନ୍ତି। ଉକ୍ତ ରାସ୍ତା ରେ ବାହୁଦା ନଦୀ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ରିଜ କରିବା ପରେ ଓଡ଼ିଶା ତଥା ପଡୋଶୀ ଆନ୍ଧ୍ର ପ୍ରଦେଶର ଲୋକ ମଧ୍ୟ ଯିବା ଆସିବା କରନ୍ତି। ପ୍ରତ୍ୟହ ସହ ସହ ଯାତ୍ରୀ, ଗାଡ଼ି, ଲୋକ ଯିବା ଆସିବା କରୁଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଏହାକୁ ମରାମତି କରାଯାଇନାହିଁ। ଯାହା ଅଞ୍ଚଳ ବାସି ଙ୍କୁ ବ୍ୟଥିତ କରିଛି। ତେଣୁ ଉକ୍ତ ଗ୍ରାମ ର ଉତ୍ସାହୀ ଯୁବକ ଚନ୍ଦ୍ର ଶେଖର ପ୍ରଧାନ ଜିଲ୍ଲା ତଥା ରାଜ୍ୟ ସ୍ତର ର ସମସ୍ତ ଅଧିକାରୀ ଙ୍କୁ 35 ଦିନ ପୂର୍ବେ ଟୁଇଟ କରି ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ର ଆଭାସ ନ ମିଳିବାରୁ ପୁଣି ବିଡ଼ିଓ ହଳଧର ଶବର ଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଜଣାଇଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ଶଙ୍ଖ ଟି କେତେବେଳେ ଭଙ୍ଗାଯିବ ତାକୁ ନେଇ ଅଞ୍ଚଳ ବାସି ସନ୍ଦେହ ରେ ରହିଛନ୍ତି।ବିଡିଓ ଉକ୍ତ ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ର ହେଇଥିବା ହେତୁ କନିଷ୍ଠ ଯନ୍ତ୍ରୀ ଙ୍କୁ ଅବଗତ କରେଇବେ ବୋଲି ପ୍ରତିଶୃତି ଦେଇଛନ୍ତି। ନାଥ ପ୍ରଧାନ, ଏ. ତ୍ରିଲୋଚନ, ପବିତ୍ର ବେହେରା, ନାଇକ ବେହେରା, ରଜନୀକାନ୍ତ ବେହେରା, କୃଷ୍ଣ ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ।

Leave A Reply