Odisha news

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ପ୍ରତିବାଦ ସଭା ଓ ବିକ୍ଷୋଭ

0

ବାଲିପାଟଣା ୧୯/୦୬ :  ରାଜ୍ୟ ବିଜେପିର ନିଷ୍ପତିକ୍ରମେ ରାଜ୍ୟରେ ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ର ବାଲିପାଟଣା ମଣ୍ଡଳ ବିଜେପି ତରଫରୁ ମଣ୍ଡଳ ସଭାପତି ଶ୍ରୀ ନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ୱରେ ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଜୟଦେବର ନେତା ବସନ୍ତ କୁମାର ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ଜେନା,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ, ମାଗୁଣି ସେଠି, ପ୍ରସନ ଭୋଇ ବାଳକlଟି ମଣ୍ଡଳ ସଭାପତି ବିଜୟ ମହାରଣା, ବିଧୁ ଭୂଷଣ ମିଶ୍ର,ଅନନ୍ତ ପ୍ରଧାନ, ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ । ଶେଷରେ ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କ ଉପସ୍ଥିତିରେ ସମ୍ପୃକ୍ତ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ମିତ୍ର ଏଣିକି ବିଦ୍ୟୁତକାଟ ନହେବା ଓ କୌଣସି ପରିସ୍ଥିତିରେ ବିଦ୍ୟୁତ ସରବରାହରେ ବ୍ୟାଘାତ ହେଲେ ତତ୍କାଳ ଯୋଗାଣ ପାଇଁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବାରୁ କାର୍ଯ୍ୟକର୍ତାମାନେ ବିଜେପି ଜିନ୍ଦାବାଦ ନାରା ଦେଇ ବିକ୍ଷୋଭରୁ ଓହରି ଯାଇଥିଲେ ।

Govt
Leave A Reply