Odisha news

ଚଣ୍ଡିଖୋଲର ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ଗଣ ସଙ୍ଗଠନର ମିଳିତ ବୈଠକ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟୀକ ପେଣ୍ଠ ତଥା ତିନୋଟି ଜାତୀୟ ରାଜପଥର ସଙ୍ଗମ ସ୍ଥଳ ଚଣ୍ଡିଖୋଲରେ ଦୀର୍ଘ ବର୍ଷ ହେବ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ ହୋଇପଡିଛି! ଯେଉଁଥି ପାଇଁ ଏହି ବଜାର ଅଞ୍ଚଳ ଦୁର୍ଘଟଣା ପ୍ରବଣ ହୋଇପଡିବା ସହ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି! ଏହି।ସମସ୍ୟା ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି! ତେଣୁ ଏବେ ଚାଲିଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ପାରାଦୀପ ଓ ଡୁବୁରୀ ଠାରୁ ଚଣ୍ଡିଖୋଲ ଅଶ ଦୋହରିକରଣ କାର୍ଯ୍ୟ ସମୟରେ ଏଠାର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ରବିବାଦିନ ଚଣ୍ଡିଖୋଲ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ବିଭିନ୍ନ ଗଣ ସଙ୍ଗଠନ ଓ ବୁଦ୍ଧିଜୀବୀ ମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା!ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଣିକ ସଙ୍ଘ ସଭାପତି କ୍ଷୀରୋଦ ମାହାଲା,ଟ୍ରକ ମଲିକ ସଙ୍ଘ ପ୍ରାକ୍ତନ ସଭାପତି ବିଭୁତିଭୂଷଣ ଜେନା,ଅସ୍ଥାୟୀ ବ୍ୟବସାୟୀ ସଙ୍ଘ ସଭାପତି ସାମ୍ବାଦିକ ମହେଶ୍ୱର ବଳ,ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ପଲ୍ଲି ମଙ୍ଗଳ ସେବା ସମବାୟ ସମିତି ସଭାପତି ସଞ୍ଜୟ ସ୍ୱାଇଁ,ଚଣ୍ଡିଖୋଲ ବାର ଆସୁସିଏସନ ସଭାପତି ରେଣୁବାଳା ମହାନ୍ତି, ମହାବିନାୟକ ଲଘୁ ଖଣିଜ ପରିବହନ ଟ୍ରକ ମାଲିକ ସଙ୍ଘ ସଭାପତି ଅଜାମ୍ବର ସାହୁ,ଚଣ୍ଡିଖୋଲ ଦୂର୍ଗାପୂଜା କମିଟି ସଭାପତି ତୈଲୋକ୍ୟ ନାୟକ,ପ୍ରେସକ୍ଳବ ଚଣ୍ଡିଖୋଲ ପକ୍ଷରୁ ଶିବରାମ ସାହୁ,ଚଣ୍ଡିଖୋଲ ରାଧାକୃଷ୍ଣ ମେଲଣ କମିଟି ସମ୍ପାଦକ ପ୍ରଭାକର ଜେନା, ଅଟୋ ମାଲିକ ସଙ୍ଘ ସଭାପତି ପ୍ରସନ୍ନ ଚୌଧୁରୀ,ଧୁଗ୍ଧ ବ୍ୟବସାୟୀ ସଙ୍ଘ ସଭାପତି ସାନ୍ତନୁ ଖିଲାର,ଛେନା ବ୍ୟବସାୟୀ ସଙ୍ଘ ସଭାପତି ଶରତ ଚନ୍ଦ୍ର ଭଦ୍ର,ବିକାଶ ପରିସଦ ସଭାପତି ଅବିନାଶ ମହାପାତ୍ର,ସୁଙ୍ଗୁଡା ମୁସଲିମ ସରଦାର ସେକ ସବିରୁଦ୍ଦିନ,ମନୋରଞ୍ଜନ ନାୟକ ପ୍ରମୁଖ ସାମିଲ ହୋଇ ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ! ବିଶେଷକରି ବଜାର ମଝି ଟ୍ରାଫିକ ଛକରେ ଯାତାୟାତ ପାଇଁ ପୂର୍ବରୁ ରହିଥିବା ମିଡିଆନ କଟିଙ୍ଗ ପଏଣ୍ଟକୁ ପୁଣି ଖୋଲାଯିବା,ଖୋଲି ଦିଆଯାଇଥିବା ଟ୍ରାଫିକ ପୋଷ୍ଟର ହାଇମାକ୍ସ ଲାଇଟକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସହ ଜାତୀୟ ରାଜପଥ ଦୋହରିକରଣ କାର୍ଯ୍ୟ ସମୟରେ ସ୍ୱତନ୍ତ୍ର ସର୍ଭେ କରାଯାଇ ଚଣ୍ଡିଖୋଲର ସାମଗ୍ରୀକ ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରାଯିବା ସଙ୍ଗେ ସଙ୍ଗେ ତାହାକୁ ଏନ ଏଚ ଆଇ କାର୍ଯ୍ୟରେ ପରିଣତ କରୁବୋଲି ବୈଠକରେ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା! ଏଥିନେଇ ଯାଜପୁର ଜିଲ୍ଲାପାଳ, ଜାତୀୟ ରାଜପଥ କତ୍ତୃପକ୍ଷ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ ଓ ଆବଶ୍ୟକ ହେଲେ ଏ ସମ୍ପର୍କରେ କେନ୍ଦ୍ର ରାଜମାର୍ଗ ଓ ପରିବହନ ମନ୍ତ୍ରୀଙ୍କ ସହ ଶାକ୍ଷତ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଥିଲା!

Leave A Reply