ଆମେ ସାଧାରଣ ଭାବରେ ଘରର ଗୁରୁଜନ ମାନଙ୍କ ଠାରୁ ଶୁଣିଛୁ ଯେ ଅତ୍ୟଧିକ କ୍ରୋଧ ଅନେକ ରୋଗର କାରଣ ହୋଇଥାଏ l ଆଜିର ଯୁବକ ମାନେ ଏହାକୁ ଗ୍ରହଣ କରନ୍ତୁ କି ନାହିଁ କିନ୍ତୁ ଏହା ନିହାତି ସତ୍ୟ ଅଟେ l ଗତ କିଛି ବର୍ଷ ମଧ୍ୟରେ ଡିପ୍ରେସନ, ଚିନ୍ତା , ଉତେଜନା , ଆକ୍ରୋଶ , କ୍ରୋଧ ଖୁବ ଦ୍ରୁତ ଗତିରେ ବଢିବାରେ ଲାଗିଛି l ଖରାପ ଖାଦ୍ୟ ପଦାର୍ଥ ଶୈଳୀ ଓ ଖରାପ ଜୀବନ ଶୈଳୀ ବିଭିନ ରୋଗାର କାରଣ ହୋଇଛି , ଏହି ତାଲିକା ରେ ଗୋଟିଏ ରୋଗ ସାମିଲ ହୋଇଛି ତାହା ହେଉଛି କ୍ରୋଧ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କ୍ରୋଧ ଆହୁରି ଅନେକ ରୋଗ କୁ ଜନ୍ମ ଦେଇଥାଏ l
