ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣିମା : ଆଜିର ଦିନରେ ଭଗବାନଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହିସବୁ ଉପାୟ ଯାହା ବଦଳାଇ ଦେବ ଆପଣଙ୍କ ଭାଗ୍ୟ
ଜ୍ୟେଷ୍ଠ ମାସର ପୂୁର୍ଣିମା ଦିନଟି କୁ ଦେବସ୍ନାନ ପୂର୍ଣିମା ଭାବରେ ପାଳନ କରାଯାଇ ଥାଏ l ଆଜିର ଦିନରେ ଜଗତର ନାଥ ଜଗନ୍ନାଥ କରି ଥାଆନ୍ତି ମହାସ୍ନାନ l ଦେବସ୍ନାନ ପୂର୍ଣିମାର ଠିକ ୧୫ ଦିନ ପରେ ବିଶ୍ୱବିଖ୍ୟାତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ l ଯାହା କି ବିଶ୍ୱ ଦରବାର ରେ ଭାରତ କୁ ଦେଇଛି ଗୋଟିଏ ସ୍ୱତନ୍ତ୍ର ପରିଚୟ l
ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ଦେବସ୍ନାନ ପୁର୍ଣିମା ବା ଜ୍ୟେଷ୍ଠ ପୁର୍ଣିମା ଅନୁଷ୍ଠିତ ହୋଇଥାଏ l ଆଜିର ଦିନରେ ମହାପ୍ରଭୁ ୧୦୮ ଜଳରେ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଙ୍କ ସହିତ ସ୍ନାନ ବେଦି ରେ ମହସ୍ନାନ କରି ଥାଆନ୍ତି l ଅତ୍ୟଧିକ ସ୍ନାନ କାରଣରୁ ତାଙ୍କୁ ଜ୍ୱର ହୋଇଥାଏ l ଦେବସ୍ନାନ ପୂୁର୍ଣିମା ର ପରଦିନ ଠାରୁ ଆଷାଢ଼ ମାସ ର ଆରମ୍ଭ ହୋଇଥାଏ l ସେ ଯାହା ହେଉନା କାହିଁକି ଆଜିର ଦିନଟି ଖୁବ ଶୁଭ ଅଟେ l
ଆଜିର ଦିନରେ ଘଟୁଛି ବିଶେଷ ସଂଯୋଗ କରନ୍ତୁ ଏହି ଉପାୟ -:
* ବିବାହିତା ନାରୀ ମାନେ ଆଜିର ଦିନରେ ଯଦି ଗୋଟିଏ ଲୋଟା ପାଣି ରେ ଦୁଗ୍ଧ ଓ କୌଣସି ମିଠା ଜିନିଷ ପକାଇ ଓସ୍ତ ବୃକ୍ଷକୁ ସମର୍ପଣ କରନ୍ତୁ ଏହାଦ୍ୱାରା ଋଣ ମୁକ୍ତି ହେବ l
* ଯଦି ଦାମ୍ପତ୍ୟ ଜୀବନ ରେ ବିଭିନ ବାଧା ଦେଖା ଦେଉଛି ତେବେ ଆଜିର ଦିନରେ ବିଷ୍ଣୁ ମନ୍ଦିର ରେ ସ୍ୱାମୀ ସ୍ତ୍ରୀ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l
* ଆଜିର ଦିନରେ ଯଦି ଯଦି ବିଷ୍ଣୁ ଙ୍କ ଶରୀର ରେ ଚନ୍ଦନ ଲେପ କରାଯାଇ ଥାଏ , ତେବେ ଐସ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l
* ଆଜିର ଦିନଟି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ୧୧ ଗୋଟି କଉଡ଼ି ଦୁବ ଘାସ ସହିତ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ବିଘ୍ନ ଦୂର ହେବ l
* ଆଜିର ଦିନରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜଳରେ ରକ୍ତ ଚନ୍ଦନ ମିଶାଇ ଅର୍ପଣ କରନ୍ତୁ l ଏହାଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ l
* ଶ୍ରୀ ଜଗନ୍ନାଥ ଙ୍କ ର ତୁଳସୀ ଖୁବ ପ୍ରିୟ ଅଟେ l ତେଣୁ ଆଜିର ଦିନରେ ଯଦି ଆପଣ ଭଗବାନ ଙ୍କୁ ତୁଳସୀ ଅର୍ପଣ କରିବା ସମୟରେ ଜଗନ୍ନାଥ ସହସ୍ର ନାମ ପାଠ କରିବେ ତେବେ ଜୀବନ ର ସମସ୍ତ ସଙ୍କଟ ଦୂର ହେବ l