Odisha news

ଦୁଃଖଦୁର୍ଦ୍ଦିନରେ ଦିନ କାଟୁଛନ୍ତି ତିନି ଅନାଥ ନାବାଳକ ପିଲା

0

ଘଟଗାଁ,28/05 – ଘଟଗାଁ ବ୍ଲକ ଅନ୍ତର୍ଗତ ବଦଜାମୁପୋଷି ଗ୍ରାମପଞ୍ଚାୟତ ନଳବିଲା ଗ୍ରାମରେ ମାତୃବିୟୋଗ ଓ ବିକୃତ ମସ୍ତିସ୍କ ହୋଇ ବାପା ଚାଲିଯିବା ପରେ ତିନି ଅସହାୟ ନାବାଳକ ପିଲା ଅଗସ୍ତି ମହାନ୍ତ (୧୭ ବର୍ଷ), ପ୍ରିତିମୟୀ ମହାନ୍ତ (୧୩ ବର୍ଷ), ବୁଦ୍ଧଦେବ ମହାନ୍ତ (୧୧ ବର୍ଷ) ଅତି ଦୟନୀୟ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାରକୁ ଏଭଳି ସମ୍ବେଦିନଶିଳ ସୂଚନା ମିଳିବା ପରେ ସଭାପତି ଲମ୍ବୋଦର ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ ପ୍ରମୁଖ ତାଙ୍କ ଘରକୁ ଯାଇ ବାସ୍ତବିକ ତଥ୍ଯ ନିରୀକ୍ଷଣ କରିଥିଲେ । ବୋଝ ଉପରେ ନଳିତା ବିଡା ଭଳି ବୃଦ୍ଧ ଜେଜେ ବାପା ପୁଇତୁ ମହାନ୍ତ (୭୦ ବର୍ଷ) ଓ ଜେଜେ ମା ପୂର୍ଣ୍ଣମୀ ମହାନ୍ତ (୬୫ ବର୍ଷ) କାମ କରିବା ପାଇଁ ଅସମର୍ଥ ଥିବାରୁ ତିନି ପିଲାଙ୍କୁ ଲାଳନପାଳନ କରିବାକୁ ସଂପୂର୍ଣ୍ଣ ଅସମର୍ଥତା ପ୍ରକାଶ କରିଥିଲେ । ରହୁଥିବା ଝାଟିମାଟିର ଘର ମଧ୍ୟ ଭାଙ୍ଗିତୁଟି ଯାଇଥିବାର ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ବାରମ୍ବାର ଅନୁରୋଧ ସତ୍ତ୍ୱେ ଘର ଖଣ୍ଡେ ମିଳି ପାରିନଥିବା କଥା କାନ୍ଦି କାନ୍ଦି ବଖାଣିଥିଲେ । ରେସନ କାର୍ଡ ଥିବା ସତ୍ତ୍ୱେ ରାସନ ସାମଗ୍ରୀ ମିଳୁ ନଥିବା କଥା ଅତ୍ୟନ୍ତ କୋହଭରା କଣ୍ଠରେ କହୁଥିଲେ ।   ଭରସା ପରିବାରର ଉପସ୍ଥିତ ସଦସ୍ୟବୃନ୍ଦ  ଅସହାୟ ବୃଦ୍ଧି ଦମ୍ପତ୍ତି ତଥା ତିନି ନାବାଳକ ପିଲାଙ୍କୁ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତିପୂର୍ବକ ଶାନ୍ତ୍ବନା ଦେଇଥିଲେ । ତୁରନ୍ତ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ପାଞ୍ଚ ପ୍ରାଣୀଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଆବାସ ଗୃହ ତଥା ରେଶନ ସାମଗ୍ରୀ ପ୍ରଦାନ ପାଇଁ ଗ୍ରାମବାସୀ ତଥା ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଘଟଗାଁ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply