ଘଟଗାଁ,୨୮/୦୫- କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ଗ୍ରାମରେ କୁକୁର ଆକ୍ରମଣ ରେ ଗୋଟିଏ ଚଉସିଙ୍ଗାର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଅଟେଇ ଜଂଗଲରେ ଚଉସିଙ୍ଗାଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲିଆସିଥିବା ବେଳେ ତାକୁ କୁକୁର ଆକ୍ରମଣ କରିଥିଲେ ଫଳରେ ଚଉଶିଙ୍ଗାଟି ଗୁରୁତର ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନବିଭାଗ ଚଉସିଙ୍ଗାଟିକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ମୃତ ଚଉଶିଙ୍ଗାଟିର ବୟସ ୩ ରୁ ୪ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
