Odisha news

ଟାକିରିଆ ବ୍ରହ୍ମପୁରର ଶ୍ରୀଶ୍ରୀ ଶ୍ରୀ ମାାଁ କନକଦୂର୍ଗା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

0

ଛତ୍ରପୁର ୨୮/୫ : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ଠାରେ ଥିବା ଶ୍ରୀଶ୍ରୀଶ୍ରୀ ମାଁ କନକ ଦୂର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ହନୁମାନ ବିଗ୍ରହ ସ୍ଥାପନ ଉତ୍ସବ ରବିବାର ଆରମ୍ଭ ହୋଇଯାଇଛି । ଆଜି ଏହାର ପ୍ରଥମ ଦିନରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇ ଋଷିକୁଲ୍ୟା ନଦୀରୁ କଳସରେ ଜଳ ଆଣିଥିଲେ । ପଣ୍ଡିତ ମନୋଜ କୁମାର ଶତପଥୀ, ପୁରୋହିତ ସୀତାରାମ ଶତପଥୀ, ଧର୍ମେନ୍ଦ୍ର କୁମାର ଦାଶ ଓ ନାମଯଜ୍ଞ ଅଚାର୍ଯ୍ୟ ଯମୁନା ମହାରାଜ(ବୃନ୍ଦାବନ)ଙ୍କ ସମେତ ବହୁ ବରେଣ୍ୟ ପଣ୍ଡିତ ଓ ସାଧୁ ସନ୍ଥଙ୍କ ଦ୍ୱାରା ଶ୍ରୀଶ୍ରୀଶ୍ରୀ ମାଁ କନକ ଦୂର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ହନୁମାନ ବିଗ୍ରହ ସ୍ଥାପନ ସହ ଘୃତଯଜ୍ଞ , ନାମଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ ଓ ଜ୍ଞାନଯଜ୍ଞ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଠାରୁ ୭ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର କଳସଯାତ୍ରା ସହିତ ଦିକ୍ଷା ଗ୍ରହଣ , ଶୁଭ ଅଙ୍କୁରାରୋପଣ ମଣ୍ଡଳ ବରଣ, ସୋମବାର ପ୍ରତିଷ୍ଠା, କର୍ମାରମ୍ଭ, ସୂର୍ଯ୍ୟପୂଜା, ଗୋପୂଜା, ଶାଲା ସଂସ୍କାର, ପାର୍ବତ୍ୟାଗ୍ନି ସଂସ୍କାର, ଦେବତା ଧନ୍ୟାଧିବାସ ଏବଂ ସନ୍ଧ୍ୟାରେ ନାମଯଜ୍ଞର ଶୂଭ ଅଧିବାସ ହେବ । ମଙ୍ଗଳବାର ନାମଯଜ୍ଞର ଶୁଭାରମ୍ଭ ଓ ଅନ୍ନଯଜ୍ଞ , ସୂର୍ଯ୍ୟପୂଜା , ଶାଲା ପୂଜା, ହୋମ, ଦେବତା ମହାସ୍ନାନ, ବିଧାନ ରାତ୍ରୈ ଦେବତା ଶୟନ ବିଧାନ , ଦେବତା ପ୍ରାସାଦ ପୁରୁଷଙ୍କ ହରିଦ୍ୱାଧିବାସ , ଗନ୍ଧାବାସ, ପୁଷ୍ପାଧିବାସ, ତୀର୍ଥାଧିବାସ, ବସ୍ତ୍ରାଧିବାସ ,ଭଷ୍ମାଧିବାସ, ଔଷଦାଧିବାସ, ଜଳାଧିବାସ ଅନୁଷ୍ଟିତ ହେବ । ବୁଧବାର କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଲା ପୂଜା , ହୋମ ଓ ଅନ୍ନଯଜ୍ଞ ଏବଂ ସଂନ୍ଧ୍ୟାରେ ପ୍ରାସାଦ ନ୍ୟାସ ଯଥା ନାଭିନ୍ୟାସ, କୁର୍ମନ୍ୟାସ ସହ ପାଦାଦିଶିର ନ୍ୟାସ ଦେବତା ଶରୀରେ ପ୍ରାଣ ସଞ୍ଚାର ବିଧାନ ହେବ । ଗୁରୁବାର ଦେବତା ଗ୍ରାମ୍ୟ ପରିକ୍ରମା, ତ୍ରିଶୂଳ ଭ୍ରମଣ ଧ୍ୱଜ ସ୍ଥାପନା , ସିଂହାସନ ବିଜେ ଅଚଳ ପ୍ରତିଷ୍ଠା , ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ । ଶୁକ୍ରବାର ନାମଯଜ୍ଞର ବିଶ୍ରାମ , ନଗର କିର୍ତ୍ତନ, ଫଗୁଯାତ୍ରା , ଦଧିଭାଣ୍ଡ ଭଗ୍ନ , ଯମୁନା ସ୍ନାନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶନିବାର ମନୋରଂଜନ କାର୍ଯ୍ୟକ୍ରମ (ରାମାୟଣ) ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ଟାକିରିଆ ବ୍ରହ୍ମପୁର ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply