ଆଜିର ବ୍ୟସ୍ତ ବହୁଳ ଜୀବନ ରେ ମାନସିକ ଶାନ୍ତି କେଉଁଆଡେ ହଜି ଯାଇଛି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଉତେଜନା ପୂର୍ଣ୍ଣ ଜୀବନ ବିତାଉଛନ୍ତି। କିଏ ଡିପ୍ରେସନ୍ ରେ ରହୁଚିତ କିଏ ସବୁବେଳେ ମୁଣ୍ଡ ଯନ୍ତ୍ରଣା ର ଶିକାର ହେଉଛି । ଗବେଷଣା କହୁଛି ଯଦି ଆପଣ ଏଭଳି ସ୍ଥିତି ରେ ଆପଣ ସାଉଣ୍ଡ ଥେରପି ର ସାହାଯ୍ୟ ନେଇ ପାରିବେ । ସାଉଣ୍ଡ ଥେରାପୀ ର ଚଳନ ଚିକିତ୍ସା ପଦ୍ଧତି ରେ ଖୁବ୍ ପୁରୁଣା ଅଟେ । ଏହା କେବଳ ଆପଣଙ୍କୁ ମାନସିକ ଶାନ୍ତି ଦେଇ ନଥାଏ ବରଂ ଶରୀର କୁ ଅନେକ ଗୁଡ଼ିଏ ଲାଭ ଦେଇଥାଏ । ଆସନ୍ତୁ ଜାଣିବା କିଭଳି ଭଲ ଦେଇଥାଏ ସାଉଣ୍ଡ ଥେରାପୀ ।
ସାଉଣ୍ଡ ଥେରାପୀ କଣ ?
ସାଉଣ୍ଡ ଥେରାପୀ କରିବା ପାଇଁ ସର୍ବ ପ୍ରଥମ ରୋଗୀ କୁ ଚଟାଣ ଉପରେ ଶୁଆଇ ଦିଆଯାଏ । ଏହାପରେ ତାକୁ ଅନେକ ଗୁଡ଼ିଏ ଯନ୍ତ୍ରର ଧ୍ଵନି ଶୁଣା ଯାଇଥାଏ । ଏହି ଧ୍ଵନି ଦ୍ଵାରା ରୋଗୀ ର ଶରୀର ରେ କମ୍ପନ ସୃଷ୍ଟି ହୋଇଥାଏ । ଏହି ଧ୍ଵନି ଶରୀର ମଧ୍ୟ କୁ ଯାଇ ବ୍ୟକ୍ତି ର ଶରୀର କୁ ଦୋହଲାଇ ଦେଇଥାଏ । ସାଉଣ୍ଡ ଥିରାପୀ ମସ୍ତିସ୍କ ର ତରଙ୍ଗ କୁ ଧିର କରିଦେଇ ଥାଏ । ଯାହାଦ୍ଵାରା ମସ୍ତିସ୍କ ଧିର ହୋଇଯାଏ ଓ ଆପଣଙ୍କୁ ସମସ୍ତ ସ୍ବାସ୍ଥ୍ୟ ସମସ୍ୟା ରୁ ଆରାମ ମିଳିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୁନିଆରେ ପ୍ରତ୍ୟେକ ଜିନିଷ ର ଗୋଟିଏ ଫିକ୍ସ ଆବୃତ୍ତି ରହିଛି। ଯାହା ଉପରେ ତାହା କମ୍ପନ କରିଥାଏ । ଆମ ଶରୀର ମଧ୍ୟ ଗୋଟିଏ ଫିକ୍ସ୍ ଆବୃତ୍ତି ଉପରେ କମ୍ପନ କରିଥାଏ । ତେଣୁ ସାଉଣ୍ଡ ଥରାପି ଦ୍ଵାରା ଶରୀର ହିଲ୍ ହୋଇ ଥାଏ ଓ ଆରାମ ମିଳିଥାଏ।
* ସାଉଣ୍ଡ ଥେରାପୀ ଦ୍ଵାରା କେଉଁ ସବୁ ଲାଭ ମିଳିଥାଏ -:
୧) ନିଜକୁ ଚିନ୍ତା ମୁକ୍ତ କରିବା ପାଇଁ ଆପଣ ସାଉଣ୍ଡ ଥେରାପୀ ର ସାହାଯ୍ୟ ନେଇ ପାରିବେ । ଏହାକୁ ନେବା ଦ୍ଵାରା ମନ ଓ ମସ୍ତିସ୍କ କୁ ଆରାମ ମିଳିଥାଏ । ଏହାଦ୍ବାରା ମସ୍ତିସ୍କ ପୁନର୍ବାର କାର୍ଯ୍ୟ କରିବାକୁ ଲାଗିଥାଏ । ଯଦି ଆପଣ ପ୍ରତିଦିନ ସାଉଣ୍ଡ ଥେରାପୀ ନେବେ ଏହାଦ୍ବାରା ମାନସିକ ଚାପ ଦୂର ହୋଇଥାଏ ।
୨) ସାଉଣ୍ଡ ଥେରପି ନେବା ଦ୍ଵାରା ଆପଣଙ୍କ ମୁଣ୍ଡ ଯନ୍ତ୍ରଣା ରୁ ଆରାମ ମିଳିଥାଏ । ଏହାଦ୍ବାରା ଶରୀର ଥକା ଲାଗିବାରୁ ଆରାମ ମିଳିଥାଏ । ଶରୀର କୁ ନୂତନ ଏନର୍ଜି ମିଳିଥାଏ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ।
୩) ପ୍ରତିଦିନ ସାଉଣ୍ଡ ଥେରାପୀ ପ୍ରକ୍ଟିସ୍ କରିବା ଦ୍ୱାରା ଆପଣଙ୍କ ଫୋକସ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଆପଣ ଯେ କୌଣସି କାର୍ଯ୍ୟ କୁ ଏକାଗ୍ରତା ର ସହିତ କରି ପାରିବେ ଓ ଆପଣଙ୍କ କାର୍ଯ୍ୟ ର ପ୍ରଡକ୍ଟ ମଧ୍ୟ ବୃଦ୍ଧି ହୋଇଥାଏ ।
୪) ସାଉଣ୍ଡ ଥେରାପୀ ଦ୍ଵାରା ମଧ୍ୟ ଅନେକ ସ୍ବାସ୍ଥ୍ୟ ଗତ ସମସ୍ୟା ରୁ ଆରାମ ମିଳିଥାଏ । ଯେପରିକି ବ୍ଲଡ ପ୍ରେସର୍ , ଡିପ୍ରେସନ୍, ମାଇଗ୍ରେନ୍ ଯନ୍ତ୍ରଣା , ଗଣ୍ଠି ଯନ୍ତ୍ରଣା ଇତ୍ୟାଦି ମଧ୍ୟ ଦୂର ହୋଇଥାଏ ।