Odisha news

ମେରୁଦଣ୍ଡ ଜନିତ ରୋଗର ସଚେତନତା ପାଇଁ ଗଣଦୌଡ଼

0

କଟକ : ମେରୁଦଣ୍ଡ ଜନିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ପାଇଁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଇନ୍ସ ଫର ଲାଇଫ୍ ଉଆଲଡ ପକ୍ଷରୁ ନରାଜ ସ୍ଥିତ ଓଡିଶା ମେରିଟାଇମ ପଡିଆରେ ଆୟୋଜିତ ଏହି ନିଆରା ସଚେତନତା କାର୍ଯ୍ୟରେ ୨୦୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ସାମିଲ ହୋଇଥିଲେ।ବିଶେଷ କରି ଅକ୍ଷୟ ମୋହନ ସର୍ବାଧିକ ୧୯ କି.ମି,ଆରିୟାନ ବ୍ରାହ୍ମଣ ୧୪କି.ମି,କରନ ସରକାର ୧୧ କି.ମି ଦୌଡ଼ି ରେକର୍ଡ ସୃଷ୍ଟି କରିଥିଲେ।ଶେଷରେ ପଡିଆରେ ଏକାଠି ହୋଇଥିବା ଯୁବଗୋଷ୍ଠୀକୁ ଅତିଥି ମାନେ ଘରକୁ ଘର ବୁଲି ଏଭଳି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଂଶୁମାନ ମହାନ୍ତି,ଆଶିଷ କୁମାର ପଡିଆରୀ, ଅନୁପମ ମିହିର,ସ୍ପନ୍ଦନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply