Odisha news

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ନିକଟରେ ରଖନ୍ତୁ ଏହି ଜିନିଷ ଦୂର ହୋଇଯିବ ସମସ୍ତ ସଙ୍କଟ

0

ବାସ୍ତୁଶାସ୍ତ୍ର ର ମଣିଷ ଜୀବନ ରେ ଅନେକ ମହତ୍ୱ ରହିଛି l ବାସ୍ତୁ ଅନୁସାରେ ମଣିଷ ନିଜ ଜୀବନରେ କିଛିଟା ଏଭଳି ଉପାୟ ଗ୍ରହଣ କରିବା ଉଚିତ ଯାହା ତାର ଜୀବନ ରେ ସୁଖ ଓ ସଫଳତା ଆଣିଥାଏ ଓ ଜୀବନ କୁ ସୁଖମୟ କରିବା ପାଇଁ ସହାୟ ହୋଇଥାଏ l ସେହିଭଳି ବାସ୍ତୁଶାସ୍ତ୍ର କୁହାଯାଇଛି ଶୋଇବା ସମୟରେ ଏଭଳି କିଛି ଜିନିଷ ନିଜ ନିକଟରେ ରଖନ୍ତୁ, ଯାହା ଆପଣଙ୍କ ଜୀବନରୁ ସମସ୍ତ ସଙ୍କଟ ଦୂର ହେବ l

* ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ ଗୋଟିଏ ତମ୍ବା ଲୋଟା ରେ ଜଳ ଭରି ରଖନ୍ତୁ l ପରଦିନ ଏହି ଜଳକୁ ଗଛ ବୃକ୍ଷ ରେ ଅର୍ପଣ କରି ଦିଅନ୍ତୁ l ଏହାଦ୍ୱାରା ଆପଣଙ୍କ ସମସ୍ତ ସଙ୍କଟ ଦୂର ହୋଇଯିବ ଓ ଖରାପ ସମୟ ମଧ୍ୟ ଏଡାଇ ଯିବ l ଆହୁରି ମଧ୍ୟ କଦାପି ଖରାପ ସ୍ବପ୍ନ ଆସିବ ନାହିଁ l

* କୁହାଯାଏ ଯେ ଯେଉଁ ମାନଙ୍କ ଜାତକ ରେ ଚନ୍ଦ୍ର ଦୋଷ ରହିଥାଏ ସେମାନେ ମଧ୍ୟ ନିଜ ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ଗଡୁ ରଖି ସୂଅନ୍ତୁ ଓ ପରଦିନ ସୂର୍ଯ୍ୟଦୋୟ ସମୟରେ ଏହାକୁ ଗଛକୁ ଅର୍ପଣ କରି ନିଅନ୍ତୁ l  ଏହାଦ୍ୱାରା ଚନ୍ଦ୍ର ଦୋଷ ଦୂର ହେବ l ଏହାଛଡା ମନରୁ ବିଭିନ୍ନ ଦ୍ଵନ୍ଦ ଦୂର ହେବ l

* ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରର ମୁରବୀ ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ ୪୩ ଦିନ ପର୍ଯ୍ୟନ୍ତ ତମ୍ବା ପାତ୍ରରେ ଜଳ ରଖି ଶୋଇବ ତେବେ ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ l ଏହାଛଡା ସମାଜ ରେ ମାନସମ୍ମାନ ବୃଦ୍ଧି ହୋଇଥାଏ l ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ l

* ବସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆପଣ ଯଦି ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ ଗୋଟିଏ ଡବା ରେ ୭ଟି ଗୁଜୁରାତି, କିଛି ପାନ ମଧୁରୀ , ସାତପାଖୁଡ଼ା ରସୁଣ ରଖି ଶୋଇବେ ତେବେ ଏହାଦ୍ୱାରା  ଖରାପ ସମୟ ଦୁରେଇ ଯାଇଥାଏ l  ବସ୍ତୁ ଅନୁସାରେ ରସୁଣ ସୌଭାଗ୍ୟ ର ପ୍ରତୀକ ଅଟେ l  ଅନ୍ୟ ପକ୍ଷରେ ପାନମଧୁରୀ ନିକଟରେ ରଖି ଶୋଇବା ଦ୍ୱାରା ରହୁ ଦୋଷ ଦୂର ହୋଇଥାଏ l

Leave A Reply