ଢ଼େଙ୍କିକୋଟ ତା ୯. ୫. ୨୩ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମଥୁରାପଶି ଗ୍ରାମର ନଟବର ମହାନ୍ତ କଂ ପୁତ୍ର ବିଦ୍ୟାଧର ମହାନ୍ତ ଆଜକୁ ଏକ ବର୍ଷରୁ ଅଧିକହେବ ତାକଂ ଗ୍ରାମର ମଂଗଳ ମୁଣ୍ଡା ର ଝିଅ ପ୍ରମିଳା (୨୧) ଭଲପାଉଥିଲା l ପରେ ପରେ ପ୍ରମିଳା କୁ ତେଲକୋଇ ଥାନା କାଳିଆହତା ନିକଟବର୍ତ୍ତି ଆରବା ଗ୍ରାମରେ ଥିବା ଶିବ ମନ୍ଦିରରେ ବାହାଘର ହୋଇଥିଲା l ବାହାଘର ବେଳେ ବିଦ୍ୟାଧର ର ମଉସା,ମାଉସୀ କଂ ସମେତ ବିଦ୍ୟାଧର ର ସାଙ୍ଗସାଥୀ ମାନେ ଉପସ୍ତିତ ଥିଲେ l ତେବେ ବାହାଘର ପରେ ବିଦ୍ୟାଧର ପ୍ରମିଳା କୁ ନେଇ ସମ୍ବଲପୁର କୁ ଚାଲିଯାଇ ସେଠାରେ କାମଧନ୍ଦା କରି ରହୁଥିଲେ l ତେବେ ଆଜକୁ ୨୦ ଦିନରୁ ଅଧିକହେବ ବିଦ୍ୟାଧର ପ୍ରମିଳା କୁ ଆଣି ତାକଂ ଘରେ ଛାଡି ଚାଲିଆସିଛି l ପ୍ରମିଳା ସହିତ କୌଣସି ସମ୍ପର୍କନରଖି ତାକୁ ଛାଡିଦେବାକୁ ବସିଥିଲା l ଏପରିକି ଅନ୍ୟ ଜଣକୁ ଜୀବନସାଥୀ କରିବାକୁ ମନସ୍ଥ କରିଛି l ଏଣେ ବର୍ତ୍ତମାନ ପ୍ରମିଳା ୪ ମାସର ଗର୍ଭବତୀ l ଏ ସବୁ ଘଟଣା ଜାଣିବାପରେ ପ୍ରମିଳା ଢ଼େଙ୍କିକୋଟ ଫାଣ୍ଡି ରେ ନ୍ୟାୟପାଇଁ ଲିଖିତ ଆକାରରେ ଜଣାଇଥିଲେ l ତେବେ ବିଦ୍ୟାଧର ପ୍ରମିଳା କୁ ଗ୍ରହଣ କରିବାକୁ ଅରାଜି ହେବାରୁ ତାକୁ ଆଜି ଜେଲ୍ ର ଚାରିକାନ୍ଥ ଭିତରେ ରହିବାକୁ ପଡିଛି l ଏଣେ ପ୍ରମିଳା ଲୁହ ଗଡ଼ାଇ ମାତୃତ୍ୱ ମୋହରେ ଦିନ ଗଣୁଛି l ତେବେ ପରବର୍ତୀ ମୁହୁର୍ତ୍ତରେ ସେ ବଞ୍ଚିବ କେମିତି ତାହା ପ୍ରଶ୍ନବାଛି ସୃଷ୍ଟି କରିଛି l
