ରଣପୁର – ଜଣେ ବୃଦ୍ଧ ଅଂଶୁଘାତରେ ବୃଦ୍ଧ ମୃତ ହୋଇଥିବା ଅଭିଯୋଗ ହେଉଛି l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାସାନ୍ଦା ଗ୍ରାମରେ l ସୂଚନା ଅନୁସାରେ ଉକ୍ତ ଗ୍ରାମର ଭଗବାନ ପରିଡା ସବୁଦିନ ପରି ଆଜି ସକାଳୁ ଆମ୍ବ ତୋଟାକୁ ଆମ୍ବ ଜଗିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ l ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଯାଇ ଖୋଜାଖୋଜି କରିଥିଲେ l ଭଗବାନ ପରିଡା ଆମ୍ବ ତୋଟାରେ ଆଚେତ ହୋଇପଡିଥିବାର ଦେଖି ପରିବାର ଲୋକେ ନିକଟସ୍ଥ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ତେବେ ଅସହ୍ୟ ଖରାକୁ ସମ୍ଭାଳି ନପାରି ଅଂଶୁଘାତରେ ଭଗବାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣ ରେ ଦାବି ହୋଇଛି l