Odisha news

ସୁନ୍ଦର ତ୍ୱଚା ପାଇଁ ଯଦି ବ୍ୟବହାର କରୁଛନ୍ତି ଭିଟାମିନ ଇ କ୍ୟାପସୁଲ ତେବେ ଏହିସବୁ କଥାକୁ ନିହାତି ଧ୍ୟାନ ଦିଅନ୍ତୁ

0

ସୁନ୍ଦର ତ୍ୱଚା ଓ ସୁନ୍ଦର କେଶ ପାଇଁ ଭିଟାମିନ ଇ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ବିଶେଷ ଭାବରେ ଆଜି କଲି ପାର୍ଲର ଗୁଡିକ ରେ ଅଧିକ ଗୁରୁତ୍ୱ ଦିଆଯାଉଛି ଭିଟାମିନ ଇ କ୍ୟାପସୁଲ ଲଗାଇବା ପାଇଁ l ଯାହାର ଖୁବ ଖରାପ ପ୍ରଭାବ ତ୍ୱଚା ଉପରେ ପଡୁଥିବାର ତ୍ୱଚା ବିଶେଷଜ୍ଞ ମାନେ ମତ ଦେଉଛନ୍ତି l ଭିଟାମିନ ଇ ତ୍ୱଚାର ଚମକ ବଢ଼ାଇ ସ୍କିନ କୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଏହି କାରଣରୁ କିଛି ଲୋକ ମେଡ଼ିସିନ ଦୋକାନ ରେ ମିଳୁଥିବା ଭିଟାମିନ ଇ ସପ୍ଲିମେଣ୍ଟ କ୍ୟାପସୁଲ କୁ କିଣି ଆଣି ତ୍ୱଚା ଓ କେଶ ପାଇଁ ବ୍ୟବହାର କରି ଥାଆନ୍ତି l ଯଦି ଆପଣଙ୍କ ମଧ୍ୟ ଏଭଳି କରୁଛନ୍ତି ତେବେ ସେଥିପ୍ରତି ସତର୍କ ରୁହନ୍ତୁ l

– ଯଦି ଆପଣଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ତେବେ ଭିଟାମିନ ଇ କ୍ୟାପସୁଲ ଲଗାଇବା ଦ୍ୱାରା ତ୍ୱଚାରେ ଫୁଲା, ପୋଡିବା ଓ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ l  ଏପରି ସ୍ଥିତିରେ ଆମେ ତୁରନ୍ତ ଭିଟାମିନ ଇ କ୍ୟାପସୁଲ ଲଗାଇ ଦେଇଥାଉ l କିନ୍ତୁ ଏଭଳି କରିବା ଉଚିତ ନୁହେଁ l ଏହାଦ୍ୱାରା ତ୍ୱଚା ରେ କୁଞ୍ଚନ ଖୁବ ଶୀଘ୍ର ଆସିଥାଏ l

– କଣ୍ଟାକ୍ଟ  ଡର୍ମାଟାଇଟିସ ଗୋଟିଏ ସ୍କିନ କଣ୍ଡିସନ ଅଟେ l ଯାହାଦ୍ୱାରା ତ୍ୱଚାରେ ଗମ୍ଭୀର ଭାବରେ ବିଭିନ୍ନ କ୍ଷତ ଦେଖା ଦେଇଥାଏ l  ଏହାଛଡା ତ୍ୱଚା କୁଣ୍ଡାଇ ହୋଇଥାଏ, ପାଟିରେ ଅଳସର ସମସ୍ୟା ଦେଖା ଯାଏ l  ଏହି ସମସ୍ୟା ଭିଟାମିନ ଇ କ୍ୟାପସୁଲ ଲଗାଇବା ଦ୍ୱାରା ହୋଇଥାଏ l

– ତ୍ୱଚାରେ ସିଧାସଳଖ ଭିଟାମିନ ଇ କ୍ୟାପସୁଲ ବ୍ୟବହାର ଦ୍ୱାରା ଇରିଟେସନ ଦେଖା ଦେଇଥାଏ l ଯାହାଦ୍ୱାରା ଖରାରେ ବାହାରକୁ ବାହାରିବା କଷ୍ଟକର ହୋଇଥାଏ l

– ଯଦି ଆପଣଙ୍କ ତ୍ୱଚା କେଉଁ କାରଣରୁ ଏଲର୍ଜୀ ର ଶିକାର ହେଉଛି , ତେବେ ଭିଟାମିନ ଇ କ୍ୟାପସୁଲ ଲଗାଇବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରାନ୍ତୁ l

– ଯଦି ଭିଟାମିନ ଇ କ୍ୟାପସୁଲ ଲଗାଇବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ରେ ଲଗାଇବା ଜରୁରୀ l

– ନିଜ ମନଇଚ୍ଛା କୌଣସି ପ୍ରସାଧନ ସାମଗ୍ରୀ ଯେପରିକି ମେଡ଼ିସିନ ଜାତୀୟ ବ୍ୟବହାର କରିବା ଉଚିତ ନୁହେଁ l

Leave A Reply