ବ୍ରିଟେନ ପକ୍ଷରୁ ବୟସ୍କ ମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ହୋଇଥିଲା l ଏହି ଅଧ୍ୟୟନ କେୟାର ହୋମସ ରେ ବୟସ୍କ ମାନଙ୍କର ସୁରକ୍ଷା ର ଚିନ୍ତା ବର୍ତମାନ ପରିବାର ସଦସ୍ୟ ଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି l ବିଶେଷ ଭାବରେ ଆଜିକାଲିର ସନ୍ତାନ ମାନେ ସମୟର ଅଭାବ କାର୍ଯ୍ୟ ବହୁଳତା ଚାପରେ ନିଜ ପିତାମାତା ଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ସୀମା ପରେ ଵୃଦ୍ଧାଶ୍ରମ ରେ ଛାଡି ଦେଉଛନ୍ତି l ଯାହାକି ପିତାମାତାଙ୍କ ମାନସିକ ଚାପ ଉପରେ ଖରାପ ପ୍ରଭାବ ପକାଉଛି l କିଛି ମାତାପିତା ମାନସିକ ସ୍ତରରେ ଏତେ ଅଧିକ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯେ ନିଜ ମାନସିକ ସ୍ଥିତି ମଧ୍ୟ ହରାଇ ବସୁଛନ୍ତି l
– ଏହି ଅଧ୍ୟୟନ ରେ ବିଶେଷ ଭାବରେ ସବୁ ଆୟୁ ବର୍ଗର ବ୍ୟକ୍ତିଙ୍କୁ ନେଇ ହୋଇଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ଖୁବ ଛୋଟ ପିଲା ମାନେ ମଧ୍ୟ ଅତ୍ୟଧିକ କ୍ରୋଧ କାରଣରୁ ନିଜର ମାନସିକ ସ୍ୱାସ୍ଥ୍ୟକୁ କ୍ଷତି କରୁଛନ୍ତି l ଏବଂ ଆକ୍ରୋଶ ଭାବର ଶିକାର ହେଉଛନ୍ତି l
– ଯଦି ଛୋଟ ପିଲାଙ୍କ ନିକଟରୁ କେହି କୌଣସି ଜିନିଷ ଛଡାଇ ନେଉଛି ସେ ଉକ୍ତ ବ୍ୟକ୍ତିକୁ ହାତ ଉଠାଇ ମାରିବା ପର୍ଯ୍ୟନ୍ତ ଆଗେଇ ଯାଉଛି, ଏହି ସ୍ଵଭାଵ ଟି ପିଲାଟିର ମାନସିକ ସ୍ୱାସ୍ଥ୍ୟ କୁ କ୍ଷତି କରୁଛି l ତେଣୁ ଛୋଟ ବେଳରୁ ପିଲାଟି ମନରେ ସଂଯମତା ଭରିବା ଜରୁରୀ ଓ କ୍ଷମା କରିବା ଶିଖାଇବା ଆବଶ୍ୟକ l
– ଯୁବକ ମାନେ ମଧ୍ୟ ଅତ୍ୟଧିକ ପ୍ରତିଶୋଧ ପରାୟଣ ସାମାନ୍ୟ କଥାରେ ହେଉ ଥିବାର ଦେଖିବାକୁ ମିଳୁଛି l ତେଣୁ ସେମାନଙ୍କ ଭାବନାକୁ ନିୟନ୍ତ୍ରିତ କରିବା ପାଇଁ ସେମାନେ କ୍ଷମାସିଳ ହେବ ଆବଶ୍ୟକ ବୋଲି ଏହି ଅଧ୍ୟୟନ ରେ କୁହାଯାଇଛି l
– ଯେପରିକି ଯୁବକ ଅବସ୍ଥାରେ ମଣିଷ ଅତ୍ୟଧିକ କ୍ରୋଧୀ ସ୍ୱଭାବର ହୋଇଥାଏ l ଏହାଛଡା ଯଦି କେହି ତାକୁ କିଛି ଖରାପ ବ୍ୟବହାର ଦେଖାଇ ଥାଏ କିମ୍ବା ତାର କୌଣସି କ୍ଷତି କରିଥାଏ ତେବେ ସେ ପ୍ରତିଶୋଧ ପରାୟଣ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଥାଏ l ଯାହାଦ୍ୱାରା ତାର ମାନସିକ ସ୍ୱାସ୍ଥ୍ୟ ର କ୍ଷତି ହୋଇଥାଏ l
– ସେହିଭଳି ଵର୍ଧକୟ ଅବସ୍ଥା ମଧ୍ୟ ସେମିତି ଗୁରୁତ୍ୱପୂର୍ଣ ଅଟେ l ଏହି ବୟସରେ ବୃଦ୍ଧ ବ୍ୟକ୍ତିମାନେ ନିଜ ଖୁବ ଛୋଟ ଛୋଟ କଥାରେ ଅସନ୍ତୋଷ ହେବାର ଦେଖା ଯାଇଥାଏ l ଯାହାକି ତାଙ୍କର ମାନସିକ ସ୍ଵାସ୍ତ୍ୟ କୁ ପ୍ରଭାବିତ କରେ l
– ସବୁଠୁ ଗୁରୁତ୍ୱପୂର୍ଣ ହେଲା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସର୍ବଦା ସମସ୍ତେ ଭଲ ବ୍ୟବହାର କରିବା ଆବଶ୍ୟକ l କାହିଁକି ନ ସେମାନେ ବୟସ ର ଏଭଳି ଗୋଟିଏ ସୋପାନ ରେ ଆସି ପହଞ୍ଚି ଥାଆନ୍ତି , ଯାହାଦ୍ୱାରା ସେମାନେ ଠିକ ଭୁଲ ଚିନ୍ତା କରିବାର ସାମର୍ଥ୍ୟ ମଧ୍ୟ ହରାଇ ବସନ୍ତି l ତେଣୁ ସେମାନଙ୍କୁ ଆଦର ଓ ସ୍ନେହ ନିହାତି କରିବା ଜରୁରୀ l
ଏହି ଅଧ୍ୟୟନ ଦ୍ୱାରା ଗୋଟିଏ ତଥ୍ୟ ସାମ୍ନାକୁ ଆସିଥିଲା ଯେ ଯେଉଁ ବ୍ୟକ୍ତି ଯେତେ ଦୟାଶୀଳ ଓ କ୍ଷମଶୀଳ ସେ ସେତେ ଅଧିକ ମାନସିକ ସ୍ତରରେ ସୁସ୍ଥ ଅଟେ l