ଦଶପଲ୍ଲା ୪/୫ : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଉପ- ନିର୍ବାଚନ ଶେଷ ହୋଇଛି । ଗୁରୁବାର ଦିନ ଭୋଟ ଗଣତି ପରେ ଏହାର ଫଳାଫଳ ଘୋଷଣା ହୋଇଛି । ଏହି ଉପ ନିର୍ବାଚନ ରେ ଶ୍ରୀମନ୍ତ ନାଏକ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀମନ୍ତ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବଳଭଦ୍ର କହଁର ଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ଏହି ସରପଞ୍ଚ ପଦବୀ ପାଇଁ ଚଳିତ ମାସ ୨ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୧୨ ଗୋଟି ମତଦାନ କେନ୍ଦ୍ରରେ ୧ ହଜାର ୭୧୬ ଜଣ ଭୋଟରଙ୍କ ମଧ୍ୟରୁ ୧ ହଜାର ୩୧୪ ଜଣ ଭୋଟର ସେମାନଙ୍କ ମତଦାନ କରିଥିଲେ। ସେଥି ମଧ୍ୟରୁ ଶ୍ରମନ୍ତ ନାଏକ ୬୯୬ ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦି ବଲଭଦ୍ର କହଁର ୫୮୭ କଣ୍ଡ ଭୋଟ ପାଇଥିଲେ ଓ ୩୧ ଟି ଭୋଟ ଗଣତି ସମୟ ରେ ନାକଚ ହୋଇଥିଲା । ଫଳରେ ଶ୍ରୀମନ୍ତ ଅଧିକ ୧୦୯ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରି ଥିଲେ।
କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ତହସିଲଦାର ଶ୍ରୀକୁମାର ରଥ , ବିଡ଼ିଓ ସଂଜୟ କୁମାର ଆଚାର୍ଯ୍ୟ ଙ୍କ ଉପସ୍ଥିତରେ ଏହି ଭୋଟ ଗଣତି ହୋଇଥିଲା । ସୂଚନା ଯୋଗ୍ୟ ଯେ ଗତ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଶ୍ରୀମନ୍ତ ନାଏକଙ୍କ ବାପା ଶିବସେନ ନାଏକ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଶିବସେନ ଙ୍କର ୫ ଗୋଟି ସନ୍ତାନ ଥିବା ଦର୍ଶାଇ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଶ୍ଵ ରଞ୍ଜନ ଜାନି କୋର୍ଟର ଦ୍ୱାରସ୍ତ ହୋଇଥିଲେ। ପରେ କୋର୍ଟ ଙ୍କ ରାୟ ସିବସେନ୍ ଙ୍କ ବିରୋଧ ରେ ଯିବାରୁ ସିବସେନ୍ ସରପଞ୍ଚ ପଦବୀ ହରାଇଥିଲେ । ଫଳରେ ସରପଞ୍ଚ ପଦବୀ ପାଇଁ ପୋଖରିଗୋଛା ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ଉପ – ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶିବସେନ୍ ଙ୍କ ପୁଅ ଶ୍ରୀମନ୍ତ ନାଏକ ଓ ବଳଭଦ୍ର ମାଝୀ ଙ୍କ ମଧ୍ୟରେ ପ୍ରତି ଦ୍ୱନ୍ଦିତା ହୋଇଥିବା ବେଳେ ସ୍ରିମନ୍ତ ବିଜୟ ହୋଇଛନ୍ତି । ସ୍ରିମନ୍ତ ଙ୍କ ବିଜୟ ପରେ ଦଶପଲ୍ଲା ରାଜନୀତି ସରଗରମ ହୋଇଥିଲା । ଏହି ଉପ- ନିର୍ବାଚନରେ ବିଜେଡିର ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ବିଧ୍ୟାୟକ ଗୋଷ୍ଟିର ସମର୍ଥିତ ପାର୍ଥି କୁହାଯାଉଥିବା ବଳଭଦ୍ର ପରାଜୟ ହୋଇଥିବାବେଳେ ବିପକ୍ଷ ଗୋଷ୍ଟି ସ୍ୱାଭିମାନ ମଞ୍ଚ ର ପାର୍ଥି ଶ୍ରୀମନ୍ତ ନାଏକ ବିଜୟ ହୋଇଥିବାରୁ ବିଜୟୀ ଗୋଷ୍ଟି ଉତ୍ସବ ପାଳନ କରିବା ସହ ଏକ ବାଇକ୍ ଶୋଭାଯାତ୍ରା ରେ ଯାଇ ମହାବୀର ଙ୍କୁ ଦର୍ଶନ କରିଥିଲେ ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦୁର୍ନୀିତି ବିରୋଧ ରେ ଏହା ବିଜୟ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ। ଶ୍ରୀମନ୍ତ ଙ୍କ ବିଜୟ ପରେ ସମାଜ ସେବୀ ଶ୍ରିହରୀ ନାଏକ, ପ୍ରଦୋଷ କୁମାର ଜେନା, ବାପୁଜୀ ସାହୁ, ପ୍ରାଣବନ୍ଧୁ ବେହେରା ଓ ସଞ୍ଜୀବ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।