Odisha news

ଦ୍ୱିତୀୟ ଦିନରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ବିଳମ୍ବିତ ରାତିରେ ମା’ ଅସ୍ଥାୟୀ ମଣ୍ଡପକୁ ପ୍ରବେଶ ; କାଲିଠୁ ଘଟ ପରିକ୍ରମା

0

ଭଞ୍ଜନଗର- ମା ବ୍ୟାଘ୍ରଦେବୀ  ଗତକାଲି ବିଳମ୍ବିତ ରାତିରେ  ଅସ୍ଥାୟୀ ମଣ୍ଡପକୁ ପହଞ୍ଚିଥିଲେ | ଏହାପରେ ଗ୍ରାମଦେବତୀ ଠାକୁରାଣୀଙ୍କୁ ଆବାହନ କରାଯାଇ ରାତ୍ର ୪ ଟା ୫ ମିରେ ଅସ୍ଥାୟୀ ମଣ୍ଡପରେ ପ୍ରବେଶ କରିଥିଲେ |ଅସ୍ଥାୟୀ ମଣ୍ଡପରେ ବିଜେ ହେବାପରେ ବାଳଭୋଗ ଓ ଆଳତି ଏବଂ ମଧ୍ୟାହ୍ନ ଭୋଗ କରାଯାଇଥିଲା | ସକାଳ ସମୟରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା | ବ୍ୟାଘ୍ରଦେବୀ ଓ ମା ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ଆଜି ପ୍ରଥମ ଦିନ ବିଶ୍ରାମ କରିଛନ୍ତି |ଆସନ୍ତା କାଲି ଘଟ ପରିକ୍ରମରେ ବାହାରିବେ | ଆଜି ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | ମା’ଙ୍କୁ ବରଣକରି ଅଣାଯାଇଥିବା ଫୁଲ ଚାଙ୍ଗୁଡିରେ ହିଁ ମା ଙ୍କ ଆଜ୍ଞାମାଳ ସହିତ ଦୀପ ସ୍ଥାପନ କରାଯାଇ ପୂଜା କରାଯାଉଛି | ମୁଖ୍ୟ ଘଟ ସହ ୪ ଟି ପାର୍ଶ୍ୱଘଟ ପୂଜା ପାଉଛନ୍ତି | ପ୍ରଥମ ଦିନ ମା’ଙ୍କୁ  ବରଣ କରି ଅସ୍ଥାୟୀ ମଣ୍ଡପକୁ ଆଣିବା ପରେ ଦ୍ୱିତୀୟ ଦିନ ଅର୍ଥାତ ଆଜି ମା’ଙ୍କୁ ବିଶ୍ରାମ କରାଯାଇ ସମସ୍ତ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥାଏ | ଯାତ୍ରାର ତୃତୀୟ ଦିନ ଠାରୁ ମା’ଙ୍କୁ ଘଟରେ ରଖି ପୂଜା କରିବା ସହିତ ଘଟ ପରିକ୍ରମା  ଆରମ୍ଭ ହୋଇଥାଏ | ଚଳିତବର୍ଷ  ଯାତ୍ରା ସମୟରେ ପାଗରେ କିଛିଟା ବ୍ୟତିକ୍ରମ ଦେଖାଦେଇଛି | ଗତକାଲି କୁଲାଡ଼ ସ୍ଥିତ ବ୍ୟାଘ୍ରଦେବୀ ମା’ଙ୍କୁ ବାପା ଘରକୁ ଆଣିବାବେଳେ ପ୍ରବଳ ବର୍ଷ ହୋଇଥିଲା ଏହାପରେ ଅସ୍ଥାୟୀ ମଣ୍ଡପକୁ ଶୋଭାଯାତ୍ରା ସହ ମା’ଙ୍କୁ ଆଣିବା ସମୟରେ ମଧ୍ୟ ଝିପି ଝିପି ବର୍ଷା ହୋଇଥିଲା ଯେପରିକି ପୁଷ୍ପବୃଷ୍ଟି ଭଳି ଅନୁଭବ ହୋଇଥିଲା ଦର୍ଶକ ମାନେ ବର୍ଷା ସତ୍ୱେ ମଧ୍ୟ ମା’ଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | ଏହାପରେ ବାପଘରୁ ଆଣିଥିବା ସମସ୍ତ ପୂଜା ସାମଗ୍ରୀଙ୍କୁ ଭୋଗ କରିବା ସହ ଆଜ୍ଞାମାଳ ବା ଇଟମଳା ଫୁଲରେ ପ୍ରସ୍ତୁତ ମାଳ ମା’ଙ୍କ ମସ୍ତକରେ ରଖି ବାପା ଓ ମା ଅପେକ୍ଷା କରିଥିଲେ ମା ଠାକୁରାଣୀଙ୍କ ଅନୁମତି ପାଇଁ ଏହାପରେ  ମା’ଙ୍କ ମସ୍ତକରୁ  ଆଜ୍ଞାମାଳ ଖସିବାପରେ ଭକ୍ତ ଓ ଦର୍ଶକ ମାନେ ଜୟକାର ଧ୍ୱନି ଦେଇ ମା’ଙ୍କୁ ଅସ୍ଥାୟୀ ମଣ୍ଡପକୁ ଆଣିଥିଲେ | ଗତକାଲି ପ୍ରଥମ ଦିନ ଯାତ୍ରାରେ ମା’ଙ୍କ ଆଗମନ ବେଳେ ବିରାଟ ଶୋଭାଯାତ୍ରା ସହ ବାଣ ପଟୁଆର ଆୟୋଜନ କରାଯାଇଥିଲା | ଏଥିରେ ମୁଖ୍ୟତଃ ପଶୁମୁଖା  ନାଚ ,ପୁରୀରୁ ଆସିଥିବା ଘଣ୍ଟୁଆ ,କାକଟପୁର ମଙ୍ଗଳା ବେଶ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା | ଏଥିସଙ୍ଗକୁ ବିଭିନ୍ନ ପ୍ରକାର ଲାଇଟରେ ସାଜସଜ୍ଜା ଓ ବାଣ ପଟୁଆର ଦର୍ଶକଙ୍କ ମନ ମୋହିଥିଲା |

Leave A Reply