Odisha news

ଆଇପିଏଲ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ : ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି

0

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ମ୍ୟାଚ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୋଲିଂ କରୁଛି ସନରାଇଜର୍ସ ହାଇଦ୍ରାବାଦ। ତେବେ ମ୍ୟାଚ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଛି। ବ୍ୟାଟିଂ ଆରମ୍ଭ ହେବା ପରେ  ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ୱିକେଟ୍ ହରାଇଛି।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ମ୍ୟାଚରେ ରିପଲ୍ ପଟେଲ ଏବଂ ସରଫରାଜ ଖାନଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇଛି।ଆଇପିଏଲ୍ ପଏଣ୍ଟ ଟେବୁଲର ଶେଷ ୨ସ୍ଥାନରେ ଥିବା ଏହି ଦଳଗୁଡିକ ଆଜି ବିଜୟ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିବ। ଡେଭିଡ ୱାର୍ଣ୍ଣରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ଗୋଟିଏ ଜିତିଥିବା ବେଳେ ଆଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଛି। ଗୋଟିଏ ପଟେ ଯେଉଁଠାରେ ଅନ୍ୟ ଦଳ ପ୍ଲେ ଅଫ୍ ପାଇଁ ନିଜ ଟ୍ରାକ୍ ପ୍ରସ୍ତୁତ କରୁଛନ୍ତି, ଅନ୍ୟ ପଟେ ଉଭୟ ଦଳ ଏପର୍ଯ୍ୟନ୍ତ ଏକ ଟ୍ରାକକୁ ଆସିବାକୁ ବାଟ ଖୋଜୁଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଂ ଇଲେଭେନରେ ଅଛନ୍ତି ଅଭିଷେକ ଶର୍ମା, ହ୍ୟାରି ବ୍ରୁକ୍, ଆଡେନ ମାରକ୍ରମ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ହେନ୍ରିଚ୍ କ୍ଲାସେନ୍ (ୱିକେଟ କିପର), ମାର୍କୋ ଜାନସେନ୍, ୱାଶିଂଟନ୍ ସୁନ୍ଦର, ମୟଙ୍କ ମାର୍କାଣ୍ଡେ, ଭୁବନେଶ୍ୱର କୁମାର, ଟି ନଟରାଜନ, ଉମରାନ୍ ମଲିକ୍।

ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ ଇଲେଭେନରେ ଅଛନ୍ତି ଡେଭିଡ ୱାର୍ଣ୍ଣର (ଅଧିନାୟକ), ଫିଲିପ ସଲ୍ଟ ((ୱିକେଟ କିପର), ମିଚେଲ ମାର୍ଶ, ମନୀଷ ପାଣ୍ଡେ, ସରଫରାଜ ଖାନ, ଅକ୍ଷର ପଟେଲ, ଅମନ ହାକିମ ଖାନ, ରିପଲ ପଟେଲ, ଅନ୍ରିଚ ନର୍ଟଜେ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା।

Leave A Reply