Odisha news

ବାରଙ୍ଗରାସ୍ତାରୁ ଉଛେଦ ହେଲା ବେଆଇନ ଦୋକାନ

0
ବାରଙ୍ଗ : ତ୍ରିଶୂଳିଆ ଛକରୁ ବାରଙ୍ଗ ପର୍ଯ୍ୟନ୍ତ ହେବାକୁ ଥିବା  ରାସ୍ତା ପ୍ରଶସ୍ତିକରଣ ପାଇଁ  ଦ୍ୱିତୀୟ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ଉଛେଦ କରାଯାଇଛି।ରାସ୍ତାର ଉଭୟ ପାର୍ଶ୍ଵରେ ବେଆଇନଭାବେ ଗଢି ଉଠିଥିବା ଦୋକାନକୁ  ସିଡିଏ ପକ୍ଷରୁ ଭଙ୍ଗା ଯାଇଛି। ରାସ୍ତା ପ୍ରଶସ୍ତିକରଣ ପାଇଁ ଆବଶ୍ୟକତା ଥିବାରୁ  ଏକମାସ ପୂର୍ବରୁ ତ୍ରିଶୂଳିଆରୁ ବାରଙ୍ଗ ପର୍ଯ୍ୟନ୍ତ  ରାସ୍ତାକଡରେ ଥିବା ଉଠା ଦୋକାନୀଙ୍କୁ ଖାଲି କରିବାକୁ ସିଡ଼ିଏ ପକ୍ଷରୁ ନୋଟିସ  ଜାରି କରାଯାଇଥିଲା। ଉଛେଦ କରାଯିବାର ତାରିଖ ଆଜି ଥିବାରୁ ସିଡିଏ ପକ୍ଷରୁ ବାରଙ୍ଗ ପୋଲିସକୁ ସାଙ୍ଗରେ ଧରି ଉଛେଦ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା।ପୂର୍ବ ସୂଚନା ମୁତାବକ ଦୋକାନୀ ମାନେ ସେମାନଙ୍କ ଦୋକାନ ଭାଙ୍ଗିଦେଇଥିବାରୁ କାଁ ଭାଁ ଥିବା ଅର୍ଧଭଗ୍ନ ଦୋକାନକୁ ସିଡିଏ ପକ୍ଷରୁ ଭଙ୍ଗାଯାଇଥିବାର ଦେଖିବାକୁ ମିଳିଥିଲା। ଏଥିରେ  ବାରଙ୍ଗ ତହସିଲଦାର ସଂକଳ୍ପ ସ୍ବରୂପ ସାହୁ, ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ସମେତ  ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ସିଡ଼ିଏ ଅଧିକାରୀମନେ ଉପସ୍ଥିତ ଥିଲେ।ଉଛେଦ ସମୟରେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
Nalco
Leave A Reply