Odisha news

ସ୍ଵଚ୍ଛ ଭାରତ୍ କୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତା

0
ପିପିଲି : ଆଜି ସ୍ଥାନୀୟ ସେଣ୍ଟ ଜାଭିଏର ହାଇ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. କୋଡ଼ିଏ ଗୋଟି ରାଷ୍ଟ୍ର କୁ ନେଇ ଜନ ଭାଗୀଦାର (G 20) ଆନୁକୁଲ୍ୟରେ ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ମୁଖ୍ୟତଃ ସ୍ଵଚ୍ଛ ଭାରତ୍ ବିଷୟ ବସ୍ତୁ ଉପରେ ଆଧାରିତ ଥିଲା. ଏହି ପ୍ରତିଯୋଗିତା କୁ ଗବେସଣା କେନ୍ଦ୍ର ର ଡଃ ଦେବଦତ ଭଟ୍ଟାଚାର୍ଯ୍ୟ, ଡଃ ବାନାମ୍ବର ସାହୁ, ଡଃ ପିନାକୀ ଚାଟାର୍ଜୀ, ଡଃ ପୂର୍ଣ୍ଣ ଚନ୍ଦ୍ର ନାୟକ ଏବଂ ଡଃ ବିଜୟ ମିଶ୍ର ପରିଚାଳନା କରିଥିଲେ. ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସୀମିତା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା. ଏଥିରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ପ୍ରତୀକ୍ଷା ଶ୍ଵେତପଦ୍ମା, ଅନନ୍ୟା ବରାଳ, ତୃପ୍ତି ପ୍ରିୟଦର୍ଶିନି, ବିଦ୍ୟା ଜୈନ, ସନ୍ଦୀପ ପ୍ରଧାନ ଏବଂ ଶୁଭଲକ୍ଷ୍ମୀ ଜେନା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ.ଆଗରୁ ଅନୁଷ୍ଠିତ ହୋଇଯାଇ ଥିବା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ର କୃତି ପ୍ରତିଯୋଗୀମାନଙ୍କୁ ମଧ୍ଯ ନିର୍ଦେଶିକା ସମ୍ବର୍ଦ୍ଧିତ କରିଥିଲେ. ବିଦ୍ୟାଳୟର ସମ୍ପାଦକ ଅଜୟ ମିଶ୍ର ଧନ୍ଯ ବାଦ ଅର୍ପଣ କରିଥିଲେl
Leave A Reply