ବାଲିପାଟଣା ୧୮/୦୪ : ବାଲିପାଟଣା ଓ ଏହାର ୩ ଟି ଫିଡ଼ର ରେ ଏବେ ଘନ ଘନ ବିଦ୍ୟୁତ କାଟ ହେବା ଦ୍ଵାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗ୍ରୀଷ୍ମପ୍ରବାହ ଯେତେ ବଢି ବଢି ଯାଉଛି ବିଦ୍ୟୁତ ବିଭାଗ ସେତେ ଶୋଇଯାଉଛି । ପ୍ରବଳ ଖରା ଯୋଗୁଁ ରାଜ୍ୟ ସରକାର ବିଦ୍ୟୁତ କାଟ ବନ୍ଦ ହେବ ବୋଲି ଘୋଷଣା କରୁଥିବା ବେଳେ ବାଲିପାଟଣା ବିଦ୍ୟୁତ ଉପଖଣ୍ଡ ମୁଖ୍ୟ ତାଙ୍କ ନିୟମ କୁ ଫୁ କରି ଫିଡ୍ର ମରାମତି ନାଁ ରେ ପ୍ରତିଦିନ ବିଦ୍ୟୁତ କାଟ କରୁଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାକୁ ଚାହିଁଲେ ତାଙ୍କର ସାକ୍ଷାତ୍ୟ ମିଳେନାହିଁ ।ସରକାର ବିଦ୍ୟାଳୟ ଗୁଡିକୁ ଦିନ ୧୧ ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅଘୋଷିତ ବିଦ୍ୟୁତ କାଟ ପାଇଁ କୋମଳମତି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ରେ ବସି ପାଠ ପଢ଼ିବା ସମ୍ଭବ ହେଉନାହିଁ ।ବାଲିପାଟଣା ବିଦ୍ୟୁତ ଉପଖଣ୍ଡ ଅଧୁନରେ ବୁଦ୍ଧିପଡ଼ା, ନରଦା, ବାଲିପାଟଣା ଫିଡ଼ର କାର୍ଯ୍ୟ କରୁଛି । ହେଲେ ପ୍ରତିଦିନ ଗଛ କଟା ଓ ମରାମତି ନାମରେ କୌଣସି ଗୋଟିଏ ଫିଡ଼ର ସକାଳ ୮ ଟା ଠାରୁ ଦିବା ୨ଟା ପର୍ଯ୍ୟନ୍ତ ଲାଇନ କଟାଯାଉଛି । ପୁନଶ୍ଚ କାଳବୈଶାଖି ହେଲେ ଦିନେ ୨ ଦିନ ବିଦ୍ୟୁତକାଟ ହେଉଛି । କନିଷ୍ଠ ଯନ୍ତ୍ରୀ ଙ୍କ ସରକାର ନିୟମ କୁ ଅବମାନନା କରି ବାରମ୍ଵାର ଲାଭନ କାଟୁଥିବା ବାଲିପାଟଣା ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଯଦି ଆଗକୁ ଏହିଭଳି ବାରମ୍ଵାର ଅଘୋଷିତ ବିଦ୍ୟୁତ କାଟ ହୁଏ ତେବେ ଜନସାଧାରଣ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନି ହେଇଛନ୍ତି ।