ଡ଼ୁବୁରୀ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ଗ୍ରାମର କୃପାସିନ୍ଧୁ ନାୟକ ଙ୍କ ସ୍ତ୍ରୀ କୁ ସେହି ଗାଁ ର କୁନା ମୁଣ୍ଡା ନେଇ କେଉଁଆଡେ ପଳେଇଛନ୍ତି ବୋଲି କୃପାସିନ୍ଧୁ ଆଜି କଳିଙ୍ଗନଗର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ! କୃପାସିନ୍ଧୁ 2004 ମସିହାରେ ସାଳିଜଙ୍ଗା ଗ୍ରାମର ଆମର ଦଳାଇ ଙ୍କ ବଡ ଝିଅ ରୀନା ନାୟକ ଙ୍କୁ ବିବାହ କରିଥିଲେ ! ଏବେ କୃପାସିନ୍ଧୁ ଙ୍କ ପରିବାର କହିଲେ କୃପାସିନ୍ଧୁ ଙ୍କ ସ୍ତ୍ରୀ ରୀନା ନାୟକ ତାଙ୍କ ବଡ ଝିଅ ଦେବି ନାୟକ ଏବଂ ସାନ ପୁଅ ବିବେକ ନାୟକ ! ଗତ କିଛି ଦିନ ତଳେ କୃପାସିନ୍ଧୁ ତାଙ୍କ ଝିଅ ର ବିବାହ କରିବା ପାଇଁ ପ୍ରଥମେ ଏକ ସଙ୍ଘ ରୁ ଋଣ ଆଣି ସୁନା ଗହଣା କିଣିଥିଲେ ! ପଛ ରେ ଆଉ ଥରେ 40000 ଟଙ୍କା ଋଣ ଆଣିଥିଲେ ! ଆଉ ସେହି ପଇସା କୃପାସିନ୍ଧୁ ଙ୍କ ସ୍ତ୍ରୀ ରୀନା ନାୟକ ଙ୍କ ଆକାଉଣ୍ଟ କୁ ଆସିଥିଲା ! ସେ ଟଙ୍କା ରୁ କିଛି ସ୍ୱାମୀ ସ୍ତ୍ରୀ ପୁରୀ ଯାଇ ଖର୍ଚ୍ଚ କରିଥିଲେ ! ଏବଂ କୃପାସିନ୍ଧୁ ବଳକା ଟଙ୍କା ତାଙ୍କ ସ୍ତ୍ରୀ ରୀନା ନାୟକ କୁ ହିସାବ ମାଗିବାରୁ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ! ତା ପରେ କୃପାସିନ୍ଧୁ କିଛି ନ କହି ଚୁପ ରହିଥିଲେ ! ଗତ କିଛି ଦିନ ତଳେ ରାତି ରେ ଦେଖିଲା ବେଳକୁ ରୀନା ନାୟକ ଘରେ ନଥିଲେ ! କୃପାସିନ୍ଧୁ ସବୁଆଡେ ଖୋଜା ଖୋଜି କଲା ପରେ ରାତି 12 ଟା ରେ ରୀନା ଙ୍କୁ ସେହି ଗାଁ ର କୁନା ମୁଣ୍ଡା ଙ୍କ ଘରେ ଶୋଇଥିବାର ଦେଖିଥିଲେ ! ସେଠି ରୀନା ଙ୍କ ସହ କୃପାସିନ୍ଧୁ ଙ୍କର ପାଟିତୁଣ୍ଡ ଆରମ୍ଭ ହୋଇଥିଲା ଏବଂ ରୀନା ଙ୍କୁ ଘରକୁ ଡାକିବାରୁ ସେ ସିଧା ସଳଖ ତାଙ୍କ ଘରକୁ ଯିବାକୁ ମନା କରି ତାଙ୍କ ବାପ ଘରକୁ ଯିବେ ବୋଲି କହିଥିଲେ ! ତା ପରେ କୃପାସିନ୍ଧୁ ତାଙ୍କ ଶଶୁର ଘରକୁ ଯାଇ ରୀନା କଥା ପଚାରିବାରୁ ସେ କହିଥିଲେ କି ଆମେ କହିପାରିବୁନି ସେ କେଉଁଆଡେ ଯାଇଛି ! ସନ୍ଧେହ ରେ କୃପାସିନ୍ଧୁ ଘରକୁ ଆସି ଦେଖିଲା ବେଳକୁ କୃପାସିନ୍ଧୁ ଙ୍କ ଝିଅ ଦେବି ନାୟକ ଙ୍କ ବିବାହ ପାଇଁ ରଖିଥିବା ଟଙ୍କା ଏବଂ ସୁନା ଗହଣା ଆଉ ନଥିଲା ! କୃପାସିନ୍ଧୁ ଆସି କୁନା ମୁଣ୍ଡା ଙ୍କ ଘରେ ଖୋଜିଲା ବେଳକୁ କୁନା ମୁଣ୍ଡା ବି ଘରେ ନଥିଲେ ! ସନ୍ଦେହ ଘେରରେ କୃପାସିନ୍ଧୁ ଙ୍କ ସ୍ତ୍ରୀ ରୀନା କୁ ରଣାଗୁଣ୍ଡି ଗ୍ରାମର କୁନା ମୁଣ୍ଡା କେଉଁଆଡେ ନେଇ ପଳେଇ ଯାଇଛନ୍ତି ବୋଲି ଆଜି କୃପାସିନ୍ଧୁ କଳିଙ୍ଗନଗର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି !