Odisha news

ତହସିଲ୍ ଅଫିସ ଭିତରେ ଦିବ୍ୟାଙ୍ଗ ଯୁବକ ର ଆତ୍ମଦାହ ଘଟଣା-: ନ୍ୟାୟ ପାଇଁ ଆଜି ଠାରୁ ଗଣ ଧାରଣା

0
  ନୂଆପଡ଼ା- ୧୫/୦୪ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଗତ ମାସ ୧୬ ମାର୍ଚ୍ଚ ୨୦୨୩ ଦିନ  ପ୍ରଶାସନର ଅବହେଳା ଓ  ହଇରାଣ ହରକତ କରିବା ଯୋଗୁଁ ମାନସିକ ନିର୍ଯାତନା ପାଇ ଆତ୍ମହୁତି ଦେଇଥିବା ଜଗଦୀଶ ଚୌହାନର ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସ୍ତ୍ରୀ ଙ୍କୁ ଚାକିରୀ ଦେବା ସହ ଦୋଷୀଙ୍କୁ ଗିରଫ କରିବା ଦାବୀକରି ଆଜି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ କରାଜାଇଛି । ଘଟଣାକୁ ମାସେ  ପୂରିଥିଲେ ମଧ୍ଯ ସରକାର ଏ ପର୍ଯ୍ଯନ୍ତ ପରିବାର କୁ ଦାବୀ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରି ନ ଥିବା ବେଲେ ଦୋଷୀ ତହସିଦାର ଓ ଅତିରିକ୍ତ ତହସିଲ ଦାରଙ୍କ ନାମରେ କେସ ଦାଏର ହୋଇଥିଲେ ମଧ୍ୟ ଏ ଯାଏଁ ଗିରଫ ମଧ୍ଯ କରିନାହାନ୍ତି ।
Leave A Reply