Odisha news

ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇପାରେ ଗର୍ଭ ନିରୋଧକ ଔଷଧ, ଡାକ୍ତରଙ୍କ ବିନା ପରାମର୍ଶ ରେ ସେବନ କରିବା ଠିକ ନୁହେଁ

0

ଆଜିକାଲି ପ୍ରାୟ ସମସ୍ତ ମାତା ପିତା ଜନ୍ମ ନିୟନ୍ତ୍ରଣ ପାଇଁ ସତର୍କ ରହୁଛନ୍ତି l କାହିଁକି ନା ସମସ୍ତେ ଛୋଟ ପରିବାର ପ୍ରଥାକୁ ଆପଣାଉ ଛନ୍ତି l କାହିଁକି ନା ଗୋଟିଏ ହେଲା ଦରଦାମ ବୃଦ୍ଧି ଓ ଅନ୍ୟଟି ହେଲା ବ୍ୟସ୍ତବହୁଳ ଜୀବନ l ଏପରି ସ୍ଥିତିରେ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ସମସ୍ତେ ଚେଷ୍ଟା ରତ l  ତେଣୁ ମହିଳାମାନେ ପ୍ରାୟ ଗର୍ଭ ନିରୋଧକ ଔଷଧ ସେବନ କରୁଛନ୍ତି l କିଛି ମହିଳା ଏହି ଗର୍ଭ ନିରୋଧକ ଔଷଧ ପଦ୍ଧତି କୁ ଦୀର୍ଘ ଦିନରୁ ଆପଣାଇ ଥାଆନ୍ତି , ଯାହାଦ୍ୱାରା କିଛିଟା ମହିଳା ନିଜ ଇଚ୍ଛା ମୁତାବକ ଯେ କୌଣସି ଗର୍ଭ ନିରୋଧକ ସେବନ କରିବା ପାଇଁ ପଛାଇ ନଥାଆନ୍ତି l  ତେଣୁ ସେମାନେ ଏହି ଔଷଧ ସେବନ ର ଅନେକ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ର ସମ୍ମୁଖୀନ ହେଉଥିଲେ ମଧ୍ୟ ଠିକ ଭାବରେ ଜାଣି ପାରନ୍ତି ନାହିଁ  l

ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଲଗାତାର ଭାବରେ ଗର୍ଭ ନିରୋଧକ ଔଷଧ ସେବନ ଦ୍ୱାରା ଜୀବନ ପ୍ରତି ବିପଦ ମଧ୍ୟ ଆସିପାରେ, ଏହାଛଡା ଆହୁରି ମଧ୍ୟ କୁହାଯାଇଛି ଯେ ଗର୍ଭ ନିରୋଧକ ଔଷଧ ଅଧିକ ସେବନ ଦ୍ୱାରା ମହିଳା ମାନଙ୍କର ଇମୋସନ ମଧ୍ୟ ନଷ୍ଟ ହୋଇ ଯାଉଛି l  ତେଣୁ ଯେବେବି ଗର୍ଭ ନିରୋଧକ ଔଷଧ ସେବନ କରୁଛନ୍ତି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି ସେବନ କରିବା ଜରୁରୀ l

* ଗର୍ଭ ନିରୋଧକ ସେବନ କରିବାର କଣ ରହିଛି ପାର୍ଶ୍ୱ ପ୍ରତିକ୍ରିୟା –
– ହର୍ମୋନ ସାଇକିଲ ପ୍ରଭାବିତ ହୋଇଥାଏ –
ଦୀର୍ଘ ସମୟ ଧରି ଗର୍ଭନିରୋଧକ ଗୁଳି ସେବନ କରିବା ଦ୍ୱାରା ମହିଳା ମାନଙ୍କର ହର୍ମୋନ ସାଇକିଲ କୁ ପ୍ରଭାବିତ କରିଥାଏ l ଯଦି ଏହାକୁ ସେବନ କରିବା ପୂର୍ବରୁ ଆପଣ ଡାକ୍ତରଙ୍କୁ ପରାମର୍ଶ କରୁ ନାହାନ୍ତି ତେବେ ଏହା  ଆପଣଙ୍କ ହର୍ମୋନ ସାଇକିଲ କୁ ଗଭୀର ଭାବରେ ପ୍ରଭାବିତ କରିଥାଏ l

– ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ ଗର୍ଭ ନିରୋଧକ ଔଷଧ –
କିଛିଟା ଗର୍ଭ ନିରୋଧକ ଔଷଧ କମ୍ୱିନେସନ ପିଲସ ହୋଇଥାଏ, ଏହାକୁ ସେବନକରିବା ଜୀବନ ପ୍ରତି ବିପଦ ପୁର୍ଣ ହୋଇପାରେ l  ଏହାର ବ୍ୟବହାର ଦ୍ୱାରା ବ୍ଲଡ଼ କ୍ଲାଟିଙ୍ଗ , ଫୁସଫୁସ ରେ କ୍ଳଟ , ଷ୍ଟ୍ରୋକ କିମ୍ବା ହାର୍ଟ ଆଟାକ ଭଳି ବିପଦ ଦେଖାଦେଇ ପରେ l  ଗର୍ଭ ନିରୋଧକ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ, ବିନା କ୍ୟାନ୍ସର ରେ ଲିଭର ଟ୍ୟୁମର ଓ ଅନ୍ୟ କିଛିଟା କ୍ୟାନ୍ସର ମଧ୍ୟ ହୋଇପାରେ l  କିଛି ମହିଳା ମାନେ ମଧ୍ୟ ମାଇଗ୍ରେନ ର ଶିକାର ମଧ୍ୟ ହୋଇ ପାରନ୍ତି l  ତେଣୁ କଦାପି ଡାକ୍ତରଙ୍କୁ ପରାମର୍ଶ ନକରି ଗର୍ଭ ନିରୋଧକ ସେବନ କରିବା ଉଚିତ ନୁହେଁ l

– କଦାପି ଗର୍ଭବତୀ ନାରୀ ମାନେ ଗର୍ଭ ନିରୋଧକ ସେବନ କରିବା ଉଚିତ ନୁଁହେ l

– ଯେଉଁ ମହିଳାମାନେ ୪୦ ବର୍ଷ ବୟସରୁ ଉର୍ଧ୍ଵ ସେମାନେ କଦାପି ଗର୍ଭ ନିରୋଧକ ସେବନ କରନ୍ତୁ ନାହିଁ l

– ଯେଉଁ ମହିଳା ମାନେ ଧୁମ୍ରପାନ, ମଦ୍ୟ ପାନ କିମ୍ବା ଅନ୍ୟ କୌଣସି ପ୍ରକାର ନିଶା ସେବନ କରୁଛନ୍ତି ସେମାନେ ଗର୍ଭ ନିରୋଧକ ସେବନ କରିବା ଠିକ ନୁହେଁ l

– ଅଧିକ ଓଜନ କିମ୍ବା ମେଦ ବହୁଳତା ର ଶିକାର ହୋଇଥିବା ମହିଳା ଗର୍ଭନିରୋଧକ ସେବନ କରିବା ଉଚିତ ନୁହେଁ l

– ଯଦି କୌଣସି ମହିଳା ଅନ୍ୟ କୌଣସି ପ୍ରକାରର ରୋଗ ପାଇଁ ଔଷଧ ସେବନ କରୁଛନ୍ତି , ତେବେ ସେମାନେ ଗର୍ଭ ନିରୋଧକ ସେବନ କରନ୍ତି ନାହିଁ l

Leave A Reply