ହିନ୍ଦୁ ଧର୍ମରେ ନାରୀ ମାନଙ୍କ ପାଇଁ ଚୁଡ଼ିର ମହତ୍ୱ ଅନେକ ରହିଛି l ଏହା ଗୋଟିଏ ହିନ୍ଦୁ ନାରୀର ପରିଚୟ କହିଲେ ଅତ୍ୟୁକ୍ତି ହେବନାହିଁ l ପୁଣି ଏହି ଚୁଡ଼ିର ସ୍ୱରରେ ଗୋଟିଏ ନିସ୍ତବ୍ଦ ସ୍ଥାନରେ ସ୍ଵରର ତରଙ୍ଗ ସୃଷ୍ଟି ହୋଇଥାଏ l ନାରୀର ଏହା ଶୃଙ୍ଗାର ସାମଗ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟ ସାମଗ୍ରୀ ଅଟେ l ପ୍ରତ୍ୟେକ ହିନ୍ଦୁ ନାରୀର ଜୀବନ ରେ ଚୁଡ଼ି ଗୋଟିଏ ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ l କଣ ଆପଣ କେବେ ଭାବିଛନ୍ତି ଗୋଟିଏ ନାରୀର ଜୀବନ ରେ ଏହି ଚୁଡ଼ି କିପରି ଇଫେକ୍ଟ ପକାଇଥାଏ l ଆସନ୍ତୁ ଜାଣିବା ଚୁଡ଼ି ପିନ୍ଧିବା ଦ୍ୱାରା ଗୋଟିଏ ନାରୀର ଜୀବନ ରେ କିଭଳି ପ୍ରକାରର ଇଫେକ୍ଟ ଦେଖା ଦେଇଥାଏ l
– ଚୁଡ଼ି ପିନ୍ଧିବା ପଛରେ ଧାର୍ମିକ ମହତ୍ୱ ସହିତ ବୈଜ୍ଞାନିକ କରଣର ମଧ୍ୟ ମହତ୍ୱ ରହିଛି l ଚୁଡ଼ି ପିନ୍ଧିବା ଦ୍ୱାରା ଗୋଟିଏ ପ୍ରକାରର ତରଙ୍ଗ ଶରୀରରେ ସୃଷ୍ଟି ହୋଇଥାଏ ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥଏ l ଯେଉଁ କାରଣରୁ ମହିଳା ମାନଙ୍କୁ କାର୍ଯ୍ୟ କରିବାରେ ଶକ୍ତି ଲାଭ ହୋଇଥାଏ ଓ ସେମାନେ ଆଦୌ ଥକି ନଥାଆନ୍ତି l
– ଆୟୁର୍ବେଦ ଅନୁସାରେ ସୁନା ଓ ରୁପାର ଚୁଡ଼ି ପିନ୍ଧିବା ଦ୍ୱାରା ଶରୀର କୁ ଶକ୍ତି ଲାଭ ହୋଇଥାଏ l ଏହାଛଡା ଶାସ୍ତ୍ର ଅନୁସାରେ ସୁନା ଓ ରୁପାର ଚୁଡ଼ି ପିନ୍ଧିବା ଦ୍ୱାରା ସ୍ୱାମୀ ମାନଙ୍କ ଭାଗ୍ୟରେ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ l ବାଧାବିଘ୍ନ ମଧ୍ୟ ଜୀବନ ର ଦୂର ହୋଇଥାଏ l
– ବିଜ୍ଞାନ ଅନୁସାରେ ଚୁଡ଼ି ଓ ହାତର ଘର୍ଷଣ ଦ୍ୱାରା ରକ୍ତ ସଂଚାଳନ ଭଲରେ ହୋଇପାରେ l ଶାସ୍ତ୍ର ଅନୁସାରେ ଚୁଡ଼ିର ଘର୍ଷଣ ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l
– ବିଜ୍ଞାନ ମତରେ ଚୁଡ଼ିର ଆକାର ଗୋଲାକାର ହୋଇ ଥିବାରୁ ବାହାରର ଖରାପ ଏନର୍ଜି ନିକଟକୁ ଆସି ନଥାଏ , ଏହାଛଡା ଶରୀରରେ ଅଧିକ ଶକ୍ତି ସଂଚୟ ହୋଇଥାଏ l ଏହାଛଡା ଚୁଡ଼ି ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ମାନସିକ ସ୍ଥିତି ସନ୍ତୁଳନ ରହିଥାଏ l ଏହାର ଧ୍ୱନି ଭାବନାକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ l
– ଗୋଟିଏ ଗବେଷଣା ଅନୁସାରେ କାଚ ଚୁଡ଼ି ର ଶବ୍ଦ ଦ୍ୱାରା ନକାରାତ୍ମକ ଶକ୍ତି ର ସମାପ୍ତି ହୋଇଥାଏ l ଏହାଛଡା ଗୋଟିଏ ଗର୍ଭବତୀ ମହିଳାର ଗର୍ଭସ୍ଥ ଶିଶୁ ର ମସ୍ତିଷ୍କ ର ବିକଶିତ ୭ମାସ ରୁ ହୋଇଥାଏ , ସେ ମାର ଚୁଡ଼ିର ଶବ୍ଦ କୁ ଜାଣିପାରି ଥାଏ , ଚୁଡ଼ି ର ସ୍ବରରୁ ଗର୍ଭବତୀ ମହିଳା ମାନେ ଡିପ୍ରେସନ ର ଶିକାର ହୁଅନ୍ତି ନାହିଁ l
