କୋଣାର୍କ – କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଜ୍ଞାନ ମଂଚ ଆନୁକୁଲ୍ୟରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ସମାରୋହ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଜ୍ଞାନ ମଂଚ ସଭାପତି ପ୍ରଫେସର ଡକ୍ଟର ହରମୋହନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉତ୍ତର ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର ପ୍ରାକ୍ତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ବିବେକାନନ୍ଦ ଶିକ୍ଷା କେନ୍ଦ୍ର କନ୍ୟା କୁମାରୀର ପ୍ରତିନିଧି ମାନସ ରଞ୍ଜନ ମିଶ୍ର, ଡକ୍ଟର ମିନତୀ ମିଶ୍ର, ଗୋପ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପ୍ରାକ୍ତନ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ଖଟୋଇ, ଜ୍ଞାନ ମଂଚର ଟ୍ରଷ୍ଟି ହରିଶ ଚନ୍ଦ୍ର ଦାସ ଓ ସୁବାସ ଚନ୍ଦ୍ର ବରାଳ ପ୍ରମୁଖ ଯୋଗ ଦେଇ ଯୁବ ସମାଜ ସ୍ବାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ବିକଶିତ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଦିଗରେ ବ୍ରତୀ ହେବାକୁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ସମେତ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭାଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀ, ସଂସ୍କୃତି ବିଶାରଦ ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ କାମଦେବ ବିଶ୍ବାଳ, ଅଧ୍ଯାପକ ଅରବିନ୍ଦ ସାହୁ, ପ୍ରାକ୍ତନ ପ୍ରାଧ୍ୟାପକ ଶରତଚନ୍ଦ୍ର ବାରିକ, ବାବା ଶକ୍ତିଦେବ ଶତପଥୀ, ସଂଜୟ କୁମାର ବେହେରା, ବାମଦେବ ଆଳୁକ, ରମେଶ ନାୟକ ଓ ବିରଂଚି ନାରାୟଣ ରଥ ପ୍ରମୁଖ ପରିଚାଳନା କରିଥିଲେ।