ବାରିପଦା : ବାରିପଦା ସହରରେ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ତଥା ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ମୁଖ୍ୟମନ୍ତ୍ରୀ ବାରିପଦା ସହରରେ ଏକ ନୂତନ ଥାନା ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ସୋମବାର ଆୟୋଜିତ ଏକ ଉସôବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରିଜର୍ଭ ପୋଲିସ ପଡିଆ ପାଶ୍ୱର୍ ଷ୍ଟାଡିୟମ ନିକଟ ଜିଲ୍ଲା ପୋଲିସର ପୁରୁଣା କାର୍ଯ୍ୟାଳୟରେ ଭଞ୍ଜପୁର ନାମରେ ଏକ ନୂତନ ଥାନାକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ, ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ପ୍ରମୁଖଙ୍କ ସହ ବହୁ ଉଚ୍ଚପଦସ୍ତ ଅଧିକାରୀ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଉଦ୍ଘାଟନ ହୋଇଥିବା ଭଞ୍ଜପୁର ଥାନାର ଥାନା ଅଧିକାରୀ ଭାବେ ବାରିପଦା ଟାଉନ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବିରେନ୍ଦ୍ର ସେନାପତି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏଥିସହ ମୟୂରଭଞ୍ଜ ଏସପି ଜିଲ୍ଲାସ୍ତରରେ ଥାନା ଅଧିକାରୀ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଅଦଳ ବଦଳ କରିଛନ୍ତି । ସେହିପରି ବାରିପଦା ଟାଉନ ଥାନା ଅଧିକାରୀ ଭାବେ ରାଇରଙ୍ଗପୁରର ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଖୁଣ୍ଟା ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ୍ଙ୍କୁ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି, ରାସଗୋବିନ୍ଦପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଖୁଣ୍ଟା ଥାନା ଆଇଆଇସି, କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠୀଙ୍କୁ ରାସଗୋବିନ୍ଦପୁର ଥାନା ଆଇଆଇସି, ବାରିପଦା ହେଡ୍କ୍ୱାଟାର ଇନ୍ସପେକ୍ଟର ଥିବା ସୁଚନ୍ଦ୍ରା ମାହାଲ୍ଲିକ୍ଙ୍କୁ କରଞ୍ଜିଆ ଥାନା ଆଇଆଇସି ଓ ଇନ୍ସପେକ୍ଟର ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ରରୁଅାଁ ଥାନା ଆଇଆଇସି ଏବଂ ରରୁଅାଁ ଥାନା ଆଇଆଇସି ଥିବା ଦୟାନିଧି ଦାସଙ୍କୁ ବାରିପଦା ହେଡ୍କ୍ୱାଟାରକୁ ବଦଳି କରାଯାଇଛି । ବାରିପଦା ସହରରେ ଟାଉନ ଥାନା ଓ ଭଞ୍ଜପୁର ଥାନା ଭାବେ ଦୁଇଟି ଥାନା ଗଢି ଉଠିଥିବାରୁ ସାଧାରଣ ଲୋକଙ୍କ ମନୋରେ ଉସôାହ ଦେଖିବାକୁ ମିଳିଛି ।
ନୂତନ ଭାବେ ଉଦ୍ଘାଟନ ହୋଇଥିବା ଭଞ୍ଜପୁର ଥାନା ଅଧିନରେ ଲକ୍ଷ୍ମୀପୋଷି ଓ କ୍ଷେତ୍ରପାଟଣା ଏବଂ ବାରିପଦା ସହର ୱାର୍ଡନମ୍ବର ୧ ଅଞ୍ଚଳର ବେଲଗଡିଆ ସାହି, ଟାଙ୍କିସାହି, ଫାୟାରଷ୍ଟେସନ ସାହି ଏବଂ ବୁଢିଖମାରୀ, ୱାର୍ଡନମ୍ବର ୨୬ ଅଞ୍ଚଳର ଭୁଗୁଡାକୋଟା, କୁମ୍ଭାର ସାହି, ହରିଜନ ସାହି, ରେଲୱେ ଷ୍ଟେସନ ସାହି ଏବଂ ଯମୁନାଦେଇପୁର ସାହି, ୱାର୍ଡନମ୍ବର ୧୮ ଅଞ୍ଚଳର ଯମୁନାଦେଇପୁର, ଭଞ୍ଜପୁର, ରେଲୱେ ଲାଇନ୍ ସାହି, ଭଞ୍ଜପୁର ଗାର୍ଲସ୍ ହାଇସ୍କୁଲ ସାହି, ଠାକୁରାଣୀ ସାହି, ବାଘଗଳି ସାହି, ୱାର୍ଡନମ୍ବର ୧୭ ଅଞ୍ଚଳର ବଳରାମପୁର, ହରିଜନ ସାହି, ଠାକୁରାଣୀ ସାହି, ୱାର୍ଡନମ୍ବର ୩ ଅଞ୍ଚଳର ଫରେଷ୍ଟ କଲୋନୀ, ୱାଲିଗଞ୍ଜ, ଏଲ୍ଆଇସି ଅଫିସ୍ ବେକ୍ ସାଇଡ୍, ଚକ୍ରସାହି, ଭାଦୁଡି ବନ୍ଧ, ୱାର୍ଡନମ୍ବର ୨୧ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ରପୁର, ବିଜୟରାମଚନ୍ଦ୍ରପୁର, କୋଷ୍ଠା ଆଶ୍ରମ ସାହି, ରଙ୍ଗ ଫ୍ୟାକ୍ଟିରି ସାହି, ୱାର୍ଡନମ୍ବର ୨୨ ଅଞ୍ଚଳର ରଘୁନାଥପୁର, ଇନ୍ଦିରା କଲୋନୀ, ସରସ୍ୱତୀ କଲୋନୀ, ହରିହର ମନ୍ଦିର ସାହି, ମାଛ ସାହି, ୱାର୍ଡନମ୍ବର ୨୭ ଅଞ୍ଚଳର ମହାରାଜପୁର, ହେମଚନ୍ଦ୍ରପୁର, ତକତପୁର, ରାଣୀବନ୍ଧ, ମନ୍ଦିର ସାହି, ଶନିମନ୍ଦିର ସାହି, ୱାର୍ଡମମ୍ବର ୨ ଅଞ୍ଚଳର ଅମ୍ବିକା ସାହି, କଚେରୀ ସାହି, ଫରେଷ୍ଟ କଲୋନୀ ଓ ୱାର୍ଡନମ୍ବର ୧୯ ଅଞ୍ଚଳର ଦାର୍ଗାଢାହି ସାହି ଗୋଲେଇ, ବଢେଇ ସାହି ଓ ବନମାଳୀ ସ୍କୁଲ ସାହି ପ୍ରମୁଖ ସ୍ଥାନ ରହିଛି । ଅନ୍ୟପକ୍ଷରେ ବାରିପଦା ଟାଉନ ଥାନା ଅଧିନରେ ଏହି ସବୁ ଅଞ୍ଚଳକୁ ବାଦ୍ ଦେଇ ପୂର୍ବପରି ରହିଥିବା ଅନ୍ୟ ସମସ୍ତ ୱାର୍ଡ ଅଞ୍ଚଳ ଟାଉନ ଥାନା ଅଧିନରେ ରହିଛି ବୋଲି ଜଣାଯାଇଛି ।