Odisha news

ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ମୋଟରସାଇକେଲ୍ ଦୂର୍ଘଟଣା ; ଦୁଇ ଯୁବକ ଆହତ

0

ବେଲଗୁଣ୍ଠା, 09/01, ବେଲଗୁଣ୍ଠା ବ୍ଳକ୍ ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ଏକ ମୋଟରସାଇକେଲ୍ ଦୂର୍ଘଟଣାରେ  ଦୁଇ ଯୁବକ ଆହତ ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି I ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କାଳିଆ ସାହୁ ଏବଂ ଦୀପକ ସାହୁ କୌଣସି କାମରେ ବେଲଗୁଣ୍ଠା ଯାଇ ଅପରାହ୍ଣ ଚାରି ଘଣ୍ଟା ତିରିଶ ମିନିଟ୍ ସମୟରେ ଏକ ମୋଟରସାଇକେଲ୍ ଯୋଗେ ଭଞ୍ଜନଗର ଫେରୁଥିଲେ I କାଳିଆ ମୋଟରସାଇକେଲ୍ ଚଳାଉଥିବା ବେଳେ ଦୀପକ ପଛରେ ବସିଥିଲା I ହଠାତ୍ ଉଭୟେ ମୋଟରସାଇକେଲ୍ ସହିତ ଭାରସାମ୍ୟ ହରାଇ ଘୁ.ନୂଆଁଗାଆଁ ବ୍ରିଜ୍ ପୂର୍ବରୁ ଏକ ଜମି ଭିତରକୁ ପଶିଯାଇଥିଲେ I ଫଳରେ କାଳିଆ ଗୁରୁତର ଆହତ ହେବା ସହିତ ଦୀପକ ସାମାନ୍ୟ ଆହତ ହୋଇଥିଲା I ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରୁ କାଳିଆର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I କାଳିଆର ମସ୍ତିଷ୍କରେ ଆଘାତ ଲାଗିଥିବା ସୁଚନା ମିଳିଛି I

Leave A Reply