ନିରାକାରପୁର,୯/୧: ମିଲର ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଧାନ କଟନିଛଟନିକୁ ନେଇ ଚାଷୀଙ୍କ ବିରୋଧ।ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଲେଣ୍ଡୋ,କାଶିପୁର ଓ ନୂଆଗଡ।ସେବା ସମବାୟ ସମିତି ମଣ୍ଡି ଖୋଲିଥିବା ଚାଷୀ ମଣ୍ଡିକୁ ଧାନ ଧରି ଆସିଥିବା ବେଳେ ମଣ୍ଡିରୁ ଧାନ ଉଠୁନାହିଁ।ମଣ୍ଡିରେ ଧାନ ଉଠିବା ପୂର୍ବରୁ କଟନିଛଟନି କୁ ବିରୋଧ କରିଛନ୍ତି ଚାଷୀ ସେପଟେ କଟନିଛଟନି ନହେଲେ ମିଲର ଧାନ ଉଠାଇବନାହିଁ ବୋଲି ଜିଦରେ ଅଟଳ ଥିବାରୁ ସ୍ଥାନୀୟ ତିନୋଟି ସେବା ସମବାୟ ସମିତିରେ ନାମ ପଂଜିକରଣ କରିଥିବା ଚାଷୀ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲାରେ ଧାନ ମଣ୍ଡି ଖୋଲୁ ଖୋଲୁ ଆନ୍ଧ୍ର ମିଲର ମାନେ ଦଲାଲଙ୍କ ମାଧ୍ୟମରେ ହଜାର ହଜାର କୁଇଣ୍ଟାଲ ଧାନ ଗାଁ ଗହଳି ଚାଷୀଙ୍କ ଠାରୁ ଶାଗମାଛ ଦରରେ କିଣି ଟ୍ରକରେ ବୋହି ନେଇ ପଳାଉ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ଚାଷୀଙ୍କ ଠାରୁ ସରକାର ଧାନ କିଣିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମିଲର ମାନେ ବିଭିନ୍ନ ଆଳ ଦେଖାଇ ଚାଷୀ ମାନଙ୍କୁ ହଇରାଣ ହରକତ କରୁଥିବା ଦେଖିବାକୁ ମିଳିଛି। ମଣ୍ଡିରୁ ମିଲର ଧାନ ଉଠାଉ ନଥିବା ବେଳେ ପ୍ରତି କୁଇଣ୍ଟାଲ ପିଛା ୫ କେଜି ଧାନ କଟନିଛଟନି କରୁଥିବା ଶୁଣିବାକୁ ମିଳିଛି।
ବଡପୋଖରୀଆ, ରାମେଶ୍ୱର ସେବା ସମବାୟ ସମିତିରୁ ଧାନ ଉଠିବା ବେଳେ କୁଇଣ୍ଟାଲ ପିଛା ୫କେଜି କଟାଯାଇଥିବା ହେତୁ ସେଠାରୁ ଧାନ ଗଲା ବୋଲି ଆଲୋଚନା ହେଉଛି।ମଣ୍ଡି ରେ କଟନିଛଟନି ହେଉଥିବା ଜାଣି ଲେଣ୍ଡୋ,କାଶିପୁର, ନୂଆଗଡ, ସେବା ସମବାୟ ସମିତି ଚାଷୀମାନେ ବିରୋଧ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିଛନ୍ତି।
ଚାଷୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ଜିଲ୍ଲାପାଳ,ଉପଜିଲ୍ଲାପାଳ ,ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ଟାଗିଂ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ମଣ୍ଡି ପରିଦର୍ଶନ କରିଥିଲେ।ସେଠାରେ ଚାଷୀ ମାନଙ୍କ ଠାରୁ କିଣା ଯାଇଥିବା ଧାନରେ ଏକ କୁଆଣ୍ଟାଲ ପିଛା ୪କେଜି କଟା ଧାନ କଟନିଛଟନି ହେଉଥିବା ଦେଖିଥିଲେ।ସମବାୟ ସମିତିର ସଂମ୍ପାଦକ,ଆର ଏମସି ଅଧିକାରୀଙ୍କ ଉପସ୍ଥିତ ରେ ମିଲର ଅଧିକ ଧାନ ନେଇଥିବା ଜଣାପଡିଥିଲା।ମଣ୍ଡିରେ ଧାନ କିଣିବା ବେଳେ ମିଲର ଓ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ମଧୁଚନ୍ଦ୍ରିକା ଚାଲି ଚାଷୀଙ୍କ ଠାରୁ ଧାନ କିଣା ହୋଇଥିଲା ପରେ ଜିଲ୍ଲାପାଳ ସମବାୟ ସମିତିର ସଂମ୍ପାଦକ, ଆର ଏମସି ଅଧିକାରୀ ସମସ୍ତଙ୍କୁ ତାଗିଦ କରିବା ସହିତ ସଂପୃକ୍ତ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିଲେ।ମଣ୍ଡିରେ ଅନିୟମିତତା ହୋଇଥିବା ସଂମ୍ପର୍କେ ଆମ୍ଭେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରେ ସେ ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ଜଣାପଡିଛି। ଜିଲ୍ଲାପାଳ ଚାଷୀ ମାନଙ୍କ ମଣ୍ଡି ସମସ୍ୟା ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଦେଖିବାର ବାକି ରହିଲା।