Odisha news

କୋଟିନଡ଼ା ଫାଣ୍ଡି ନୂଆ ଥାନା ରେ ପରିଣତ ; ଭିଡିଓ କନଫେରନ୍ସ ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଆସିକା(Amarendra Pattanaik) ଗଞ୍ଜାମ  ଜିଲ୍ଲାର  ଆସିକା ତହସିଲ ରେ ନୂତନ କୋଟିନଡ଼ା ଥାନା ର ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।  ଆଜି ଅପରାହ୍ନରେ  ସାଢ଼େ ଚାରିଟା ରେ ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି ରୁ କୋଟିନଡ଼ା ଥାନା କୁ ଉନ୍ନତ ହୋଇଛି। ସଂପ୍ରତି ରାଜ୍ୟ ସରକାର ୨୦ ଟି ନୂତନ ଥାନା ସ୍ଥାପନ ର ନିଷ୍ପତି ନେଇଥିବା ବେଳେ ଆସିକା ଅଞ୍ଚଳର ଜନସାଧାରଣ ଙ୍କୁ ରାଜ୍ୟ ସରକାର ଏହି ଭେଟି ଦେଇଛନ୍ତି। କୋଟିନଡ଼ା ଥାନା ପରିସରରେ ଏଥି ନେଇ ଆୟୋଜିତ ମନୋରମ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଅତିରିକ୍ତ ଏସ ପି ପ୍ରଦୀପ କୁମାର ଦଳେଇ, ଏସଡିପିଓ  ଉମା ଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ନବ ନିଯୁକ୍ତ କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ସାହା,ଆସିକା ତହସିଲଦାର ସଞ୍ଜୟ ସାମନ୍ତରା ଆସିକା ବିଡିଓ ଫକୀର ଚରଣ ପରିଡା,ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ଯୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ବ୍ଲକ ଉପାଧ୍ୟାକ୍ଷା ଏସ ରେଶମା ଦୋରା, ଜିଲ୍ଲା ପରିଷଦ ସଭ୍ୟ ଅନିମା ପରିଡା, ବି ମନୋଜ ଦୋରା, ଭଗବାନ ସାହୁ,  ଅଭିମନ୍ୟୁ ନାହାକ,ଶିବ ନାହାକ, ଅନୀଲ ନାୟକ, ସୂର୍ଯ୍ୟକାନ୍ତ ପରିଡା ଆମ ପୋଲିସ ସମିତି ସଭ୍ୟ ଅଜିତ ପଟ୍ଟନାୟକ,ସନ୍ତୋଷ ପାଣିଗ୍ରାହି, ବଂଶୀଧର ନାହାକ, ଏ ଯୁଧିଷ୍ଠିର ଦୋରା, ଦୁର୍ଗା ପ୍ରସାଦ ପଣ୍ଡା, ଏମ. ତାରିଣୀ ସେନାପତି, ଙ୍କ ସମେତ ବହୁ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଆସିକା ଥାନା ଇଲାକାରେ  ଆସିକା ବ୍ଲକ ର ୨୭ ପାଞ୍ଚାୟତ ମଧ୍ୟରୁ ୨୦ ପଞ୍ଚାୟତ  ଓ ଆସିକା ଏନ ଏ ସି ଅଞ୍ଚଳ ରହିଥିଲା। ଆସିକା ଥାନା ଇଲାକାରୁ ବରଗାଁ, ବାବନପୁର, ବଡ଼ଖୋଲି, ପାଣ୍ଡିଆ ପଥର, ଜୟପୁର,ହରିଡାପଦର,ଭେଟନୟୀ ପାଞ୍ଚାୟତ ର ୪୫ ଗ୍ରାମ କୋଟିନଡ଼ା ଥାନା ରେ ସାମିଲ ଏହି ନୂତନ ଥାନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥି ନେଇ ବିଧିବଧ ଭାବେ ପୂର୍ବରୁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଠାରୁ ଏହି ଥାନା କାର୍ଯ୍ୟକ୍ଷମ ହୋଇଛି।

Leave A Reply