ବେତନଟୀ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ ର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରା ଯାଉଥିବା ପରିପେକ୍ଷୀରେ ବଡସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈଶିଙ୍ଗା ଠାରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।ଏଥିପାଇଁ ବୈଶିଙ୍ଗା ଆର.ଏମ୍.ସି.ପଡିଆରେ ଆଜି ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଏକ ବଡ ଧରଣର ସମାବେଶ ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଚିନ୍ମୟ କୁମାର ସାହୁ, ଦେବାଷିଶ ମାରାଣ୍ଡି, ସୁବ୍ରମଣ୍ୟମ ମହାନ୍ତି, ଦେବାଷିଶ ମାରାଣ୍ଡି ପ୍ରମୁଖ ବୈଶିଙ୍ଗା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ପହଞ୍ଚିବା ପରେ ହଜାର ହଜାର ମହିଳା/ପୁରୁଷ କର୍ମୀ ଏକ ବିରାଟ ଶୋଭାଯାତ୍ରା ରେ ବୈଶିଙ୍ଗା ଆର.ଏମ଼.ସି. ପଡିଆକୁ ନେଇଯାଇଥିଲା। ସମସ୍ତ ଅତିଥି ମାନେ ମଞ୍ଚ ଉପରେ ବସି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଚିଶ ବର୍ଷ ର ସୁଶାସନ ସମ୍ପର୍କରେ ବଖାଣିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀର ହଜାର ହଜାର ମହିଳା ଙ୍କ ଜୟ ବିଜେଡି ନାରାରେ ବୈଶିଙ୍ଗା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ବିଶେଷ କରି ଯୁବ ଗୋଷ୍ଠୀ ର ହଜାର ହଜାର ଯୁବକ ଏହି ପ୍ରତିଷ୍ଠା ଦିବସରେ ଭାଗ ନେଇଥିଲେ।