Odisha news

ପିତାପଲ୍ଲି ର ମିଠା ମଣିଷ

0
ସମ୍ବଲପୁର୍ ଜିଲ୍ଲାର ପିତାପଲ୍ଲି ରେ ଏଇ ମିଠା ମଣିଷ ମଙ୍ଗୁଲୁ ଚରଣ ବିଶ୍ୱାଳ ଙ୍କର ଜନ୍ମ ହୋଇଥିଲା,୧୯୩୫ ମସିହା ମେ ମାସ ୪ ତାରିଖ ରେ। ଏବେ ସେ ଗାଁ ଆଉ ନାହିଁ,ସେଇ ଗାଁ ହୀରାକୁଦ ନଦୀ ବନ୍ଧ ରେ ଲୀନ ହୋଇ ଯାଇଛି। ଏଇ ଜନ୍ମ ମାଟି  ତାଙ୍କରି ସାହିତ୍ୟ ରେ ଅନେକ ପରିମାନ ରେ ପ୍ରତିଫଲିତ୍ ହୋଇଛି। ମାଟି ଓ ମଣିଷ ରେ ପ୍ରଚୁର୍ ମମତ୍ଵ୍ ବୋଧ,ଥିଲା ତାଙ୍କର୍ ଲେଖା ମାନଙ୍କର ମୁଖ୍ୟ ଓ ସାନିତ୍ ସ୍ୱର।ତାଙ୍କରି ଲେଖା ମାନଙ୍କ ମଧ୍ୟ ରେ ଗଳ୍ପ,ଉପନ୍ୟାସ୍,ଶିଶୁ ସାହିତ୍ୟ,ପ୍ରବନ୍ଧ,ନାଟକ ,କବିତା ଆଦି ସାହିତ୍ୟ ର ବିଭିନ୍ନ ଦିଗରେ ଅନ୍ୟୁନ୍ ୫୭ ଟି ବହି ରଚନା କରି ଯାଇଛନ୍ତି। ସେ ଗୁଡିକ ମଧ୍ୟରେ  ଐଇଲା ବସନ୍ତ ଫେରି,ଦରିଆ ପାରିର୍ କବିତା,ଅନନ୍ୟା,ବରଫ ଦେଶର କନ୍ୟା,ପାଉଁଶ ତଳର ନିଆଁ,ମନକିନା,ସୀମା,ଋତୁ,ଇଛାମତି,ରୁତୁପର୍ନା,ଭିତର ବାହାର,ମଗ୍ନ ମାଟିର ମେଖଲା, ଗୀତି କବିତା ବହି-ମାଲଞ୍ଚ୍,ଗଳ୍ପ ସଙ୍କଲନ୍ ମଧ୍ୟ ରେ – ଅସ୍ତରାଗର୍ କବି,ଅନ୍ୟ ଦିଗନ୍ତ,ଅଗ୍ନି ସମ୍ଭବା,କଟକ ଚିନ୍ତା ବାଇ ମୁଣ୍ଡି କି,କଷ୍ଟ କଲେ କୃଷ୍ଣ ମିଳେ,ଆପନା କଲା କୁ ଇଲାଜ୍ କିଆଁ,ଚଏତୁର୍ ଚେତା,ବିବିଧ୍ ବୋଧ, ଉପନ୍ୟାସ୍ ମଧ୍ୟରେ – ଦି ଧାର୍ ଲୁହ,ସ୍ମୃତି ମଗ୍ନା,ଦୂର ବସନ୍ତ, ଅନୁବାଦ୍ ସାହିତ୍ୟ ମଧ୍ୟ ରେ  ରୋମ ର ରୁପସୀ,ମାଧବୀ,,ଶିଶୁ ସାହିତ୍ୟ ମଧ୍ୟ ରେ – ଦେଖ କୈଇଞ୍ଚ୍ କାଢି ଛି ବେକ,ଆଲୋ ନିଦ ମାଉସୀ,ଆ ଦେ କଉଡ଼ି ଖା ପିଠା,ତୁମରି ପରି ପିଲା ଟିଏ,ମୋ ପରି ହୁଅ।ପ୍ରବନ୍ଧ ମଧ୍ୟରେ ଚିନ୍ତା ଓ ଚୈତନ୍ୟ,ଚୟନିକା,ଗଦ୍ୟ୍ ଗୌରବ,ପୃଥକ ପରିଚୟ୍,ଭିନ୍ନ ବର୍ନ୍ନମାଲା,ବିପୁଳ ପୁଲକ,।ସମ୍ବଲପୁରି ନାଟକ ମଧ୍ୟରେ “ଭୁଖା” ଯାହାକି ପରବର୍ତୀ ସମୟ ରେ ଚଲଚିତ୍ର୍ ର ରୂପ ନେଇ ଆନ୍ତର୍ଜତିକ୍ ସ୍ୱୀକୃତି ପାଇଁ ପୁରସ୍କୃତ ହେଇଥିଲା। ଉଡ଼ା ଲା ପଥର ବୁଡ଼ିଲା ଡ଼ଙ୍ଗା,ଲୁରା,ଭୁତିଆର୍,ହତିଆର୍,ସୁନ୍ଦର ସାଏ,ମା ସମଲେଇ,ଦଦରା ଦର୍ପଣ,ବିର୍ସା ଭଗବାନ,ଉଲ ଗୁଲାନ୍,ଛଏଲି,ଗୁରି ଗାଁ,ହରଣ ପାପ, ବରୁଆ,।ବେତାର୍ ନାଟକ ହିସାବରେ ଉପନୟିକା,ପାହାଡ଼ ର ସ୍ଵରଲିପି,ଗଛ କୁ ହେଲା ଫଳ ଭାରି,ବୀର କାହାଳି,।ଜୀବନ ପୁସ୍ତକ ଭାବେ ବିରଳ ବିଷ୍ଣୁ ଶର୍ମା,।ଆତ୍ମ ଯିବନି ଭାବେ ହଜିଲା ଦିନ,।
ଗ୍ରନ୍ଥା ବଳି ଭାବେ  ମଙ୍ଗୁଳି ଚରନ୍ ରଚନା ବଳି (ସଂ କଲକ ଶିବ ପ୍ରସାଦ ତ୍ରିପାଠୀ) ଆଦି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।ଶ୍ରେଷ୍ଠ ଶିକ୍ଷକ ଭାବେ ମଙ୍ଗୁଲୁ ଚରଣ ବିଶ୍ୱାଳ ତତ୍କାଲିନ ରାଷ୍ଟ୍ରପତି ଡ୍ ଶଙ୍କର ଦୟାଲ ଶର୍ମା ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଏସବୁ ବ୍ୟତୀତ ସେ ଅନେକ ପ୍ରସିଧି ଲାଭ କରିଥିବା ସାହିତ୍ୟ ଅନୁଷ୍ଠାନ ରୁ ସମ୍ମାନ ଲାଭ କରିଛନ୍ତି। ପିତା ଶ୍ରୀ ବଚ୍ଛ୍ ବିଶ୍ୱାଳ ଓ ମାତା ଭଗବତୀ ଙ୍କ ର୍ କୋଳ ମଣ୍ଡ ନ୍ କରିଥିଲେ ମଙ୍ଗୁଲୁ। ସେ ସବୁବେଳେ କହି ଆସୁଥିଲେ,ଯେ ଆମ ଗାଁ ସିନା ପିତାପଲ୍ଲି ହେଲେ ତା’ର୍ ପାଣି,ପବନ,ଛାଇ,ଖରା ସବୁ ମିଠା। ୨୦୧୫ ମସିହା ରେ ସମ୍ବଲପୁର୍ ଦୁରଦର୍ସନ୍ ରେ ପ୍ରଦର୍ସିତ୍  ମଙ୍ଗୁଲୁ ଚରନ୍ ବିଶ୍ୱାଳ ଙ୍କ ଦ୍ୱାରା ଲିଖିତ ଓ ପ୍ରସ୍ତୁତ  ତାଙ୍କ୍ ଜୀବନ କୁ ନେଇ ପ୍ରସ୍ତୁତ ବ୍ରୁତ୍ତ୍ ଚିତ୍ର୍ ” ପିତାପଲ୍ଲି ର ମିଠା ମଣିଷ ” ବେଶ ଲୋକଦ୍ରୁତ୍ ହେଇପରିଥିଲା।ମଙ୍ଗୁଲୁ ଚରନ୍ ବିଶ୍ୱାଳ କେବଳ ଜଣେ ମଣିଷ ନ୍ ଥିଲେ ,ସେ ଥିଲେ ଗୋଟିଏ ଅନୁଷ୍ଠାନ।ଜଣେ ଆଦର୍ଶ ଶିକ୍ଷକ ଭାବେ ମଣିଷ ଗଢ଼ା କାରଖାନା ର୍ ସେ ଥିଲେ ଜଣେ ସଫଳ ବିନ୍ଧାଣି।ସେ ଗାଁ ମା ର୍ ସେବା ରେ ଓ ଆକର୍ସନ୍ ରେ ସାଧାରଣ ଜୀବନ ନେଇ ବଞ୍ଚିବାକୁ ଭଲ ପାଉଥିଲେ ଏବଂ ସୁଖୀ ବି ଥିଲେ।ସମାଜ ର୍ ଅବହେଳିତ ମଣିଷ ର୍ ସ୍ୱର କୁ ସଜଉ ଥିଲେ ,ନିଜ ଲେଖନୀ ଜରିଆରେ। ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ ରୁ ସମ୍ମାନ ସୁଚକ୍ ଦକ୍ତରେତ୍ ଡିଗ୍ରୀ ହାସଲ କରିଥିଲେ।୧୯୬୨ ରୁ ଆକାଶବାଣୀ ର୍ ଜଣେ ସ୍ୱୀକୃତି ପ୍ରାପ୍ତ ଗିତିକାର୍ ଥିଲେ। ସବୁଠୁ ବଡ଼ କଥା ହେଲା  ତାଙ୍କର୍ ଲେଖା ମଧ୍ୟ ରୁ କିଛି ଶିଶୁ ସାହିତ୍ୟ,ଗଳ୍ପ,ଏକଙ୍କିକା,ପ୍ରବନ୍ଧ ସ୍କୁଲ ପାଠ କ୍ରମ ରେ ସ୍ଥାନ ପାଇଛି।
ସମ୍ବଲପୁରି ନାଟକ ” ଭୁଖା” କୁ ନେଇ ଯେଉଁ ଚଲଚିତ୍ର୍ ପ୍ରସ୍ତୁତ କରାଯାଇଛି,ସବ୍ୟସାଚି ମହାପାତ୍ର ଙ୍କ ନିର୍ଦେସିତ୍ ଓ ପ୍ରଜୋଜିତ୍ ଏଇ ଫିଲ୍ମ  ୧୯୮୪ ରେ ସ୍ପେନ୍ ରେ ଆୟୋଜିତ କ୍ୟନ୍ସ୍ ଅନ୍ତର୍ଜତିକ୍ ଚଲଚିତ୍ର୍ ମହୋଚ୍ଛବ୍ ରେ ସ୍ୱତନ୍ତ୍ର ଜୁରି ପୁରସ୍କାର ଲାଭ କରିଥିଲା।
ଓଡିଶା ଲୋକ ସେବା ଆୟୋଗ୍ ଦ୍ୱାରା ଅଧ୍ୟାପକ ପାଦ୍ ପାଇଁ ନିଯୁକ୍ତି ହୋଇ ମଧ୍ୟ ନିଜର ପାରିବାରିକ ସ୍ଥିତି କୁ ବାହାନା କରି ଅଧ୍ୟାପକ ରେ ନ୍ ଯୋଗ ଦେଇ ସେଇ ଆଗର ହାଇସ୍କୁଲ୍ ଶିକ୍ଷକ ଭାବେ ରହିଲେ।ଗାଁ ଲୋକ ଙ୍କ ମୋହ ବି ତାଙ୍କୁ ବାନ୍ଧି ରଖିଥିଲା ଛାଡି ନ୍ ଯିବା ପାଇଁ।ମାଟିର ମୋହ ଓ ଗାଁ ଲୋକଙ୍କ ସମସ୍ୟା ସମାଧାନ ରେ କାଳେ ବାଧା ଉପୁଜିବ ଏହା ଭାବି ସେ ପୁରୁଣା ଚାକିରୀ ଛାଡି ଯାଇ ନ୍ ଥିଲେ। ଅନ୍ୟ ର୍ ପାଇଁ ନିଜର ସ୍ୱାର୍ଥ କୁ ବଳି ଦେବାକୁ ପଛେଇ ନ୍ ଥିଲେ ସେ।ଅନ୍ୟର ଦୁଃଖ ରେ ଦୁଖୀ ଓ ଅନ୍ୟର ସୁଖରେ ସୁଖୀ ନିଜକୁ ସାମିଲ କରେଇନେଇଥିଲେ। ନିଜ ଗାଁ ନିକତସ୍ତ୍ ସ୍କୁଲ ରେ ପଢୁ ଥିଲା ବେଳେ ସେଇ ସ୍କୁଲ ରେ ହିଁ ସେ ଲେଖା ଲେଖି ଆରମ୍ଭ କରିଥିଲେ। ଗଙ୍ଗାଧର ମେହେର କଲେଜ ରେ ପଢୁଥିଲା ବେଳେ ମାୟାଧର୍ ମାନ୍ନ୍ ସିଂ ଥିଲେ ଅଧ୍ୟକ୍ଷ। ମଙ୍ଗୁଲୁ ଚରନ୍ ଥିଲେ ତାଙ୍କର୍ ବିଶ୍ୱସ୍ତ ଓ ଅତିପ୍ରିୟ୍।
ଏପରିକି ଥରେ ମାୟାଧର୍ ମାନ୍ନ୍ ସିଂ ଶଗଡ଼ ଗାଡି ରେ ମଙ୍ଗୁଲୁ ଚରନ୍ ଙ୍କ ଘରକୁ ଯାଇଥିଲେ। ୧୯୫୫ ମସିହା ରେ ସେ ମାଟ୍ରିକ ପ୍ରଥମ ଶ୍ରେଣୀ ରେ ଉତ୍ତିର୍ନ୍ ହୋଇ ଥିଲେ।ଫଲାଫଲ୍ ବହରିବା ପରେ ପରେ  ତାଙ୍କର ବାହାଘର ଅନୁଷ୍ଠିତ ହୋଇଥିଲା। ତାଙ୍କର୍ ପ୍ରଥମ କବିତା ସଙ୍କଲନ୍ ହେଲା “” ଐଇଲା ବସନ୍ତ ଫେରି””।୭ମ୍ ପଢୁ ଥିଲାବେଳେ ସେ ଏହାକୁ ଲେଖି ଥିଲେ। ସମ୍ବଲପୁର୍ ବିଶ୍ୱ ବିଦ୍ୟାଳୟ ର ତତ୍କାଲିନ୍ କୁଲପତି ଙ୍କ ଉଦ୍ୟମ ରେ ଏହା ପ୍ରକାଶିତ ହୋଇ ପାରିଥିଲା। ବିଶେଷ କରି “ଭୁଖା”, ପିତପଲ୍ଲି ର୍ ମିଠା ମଣିଷ ଓ ହଜିଲା ଦିନ ଆଦି ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଏଇ ମିଠା ମଣିଷ ୨୦୨୨ ମସିହା ଜାନୁୟାରି ୧୧ ତାରିଖ ଦିନ ସମସ୍ତ ଙ୍କୁ ପିତା କରି ଆର ପାରି କୁ ଚାଲି ଗଲେ। ଏଇ ଅନନ୍ୟ ଦେଶ ସେବକ ,ପ୍ରଖ୍ୟାତ୍ ସହିତ୍ୟକ୍ ,ପର ଉପକାରି ମାନବ ଙ୍କର ବିୟୋଗ ରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା ଅପୁରନିୟ୍।ଓଡ଼ିଆ ଓ ସମ୍ବଲପୁରି ସାହିତ୍ୟ ପାଇଁ ତାଙ୍କର୍ ଦାନ ଅତୁଳନୀୟ। ଜଣେ ସୁସହିତ୍ୟିକ୍ ଭାବେ ଯେମିତି ଶୀର୍ଷ ଛୁଇଁ ଥିଲେ,ଠିକ ସେମିତି ଜଣେ ଆଦର୍ଶ ଶିକ୍ଷକ ଭାବେ ଭଲ ପାଇବା ଓ ସମ୍ମାନ ର୍ ଅଧିକାରି ହୋଇ ପରିଥିଲେ। ପରମାନପୁର୍ ହାଇସ୍କୁଲ୍ ରେ ତାଙ୍କର୍ ସାରା ଜୀବନ ବିତି ଯାଇଥିଲା। ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ମଧ୍ୟ୍ ପୁରସ୍କୃତ କରାଯାଇଥିଲା।
Leave A Reply