କାଶୀନଗର (ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର) : କାଶୀନଗର ଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିରୁ ଅମଳ ହୋଇଥିବା ଧାନ ଫସଲ ପ୍ରାୟ 80 ବସ୍ତା ଅଖା ମାନଙ୍କରେ ଭର୍ତି କରି ସିଲେଇ କରି କାଲି ରାତିରେ ଖଳା ଠାରେ ରଖି ଥିଲେ. ଆଜି ସକାଳେ ସେହି 80 ବସ୍ତା ଧାନ ମଣ୍ଡିକୁ ନେଇ ଥାଆନ୍ତେ. କିନ୍ତୁ ସକାଳେ ଦେଖିଲା ବେଳକୁ ସବୁ ସିଲେଇ କରି ରଖି ଥିବା ଅଖା କେହି ଦୁର୍ବୃତ୍ତ କାଟି ପଳେଇ ଯାଇଛି.ଜଗନ୍ନାଥ ମନ୍ଦିରର ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ କହିଲେ ଏବର୍ଷ ବହୁ ଦୁଃଖ କଷ୍ଟ ଓ ବାଧା ବିଘ୍ନ ର ସହ ଧାନ ଅମଳ ହୋଇ ଥିଲା କିନ୍ତୁ ବର୍ତ୍ତମାନ ମୁଁ ଜାଣି ପାରୁନି କାହିଁକି ଏମିତି କିଏ ଆମକୁ ଅସୁବିଧା କରୁଛି . ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଥିଲେ.