ବୈଜ୍ଞାନିକ ମାନଙ୍କର ନୂତନ ଗବେଷଣା ଅନୁସାରେ କିଛିଟା ବ୍ଲଡ଼ ଗ୍ରୁପ୍ ଏଭଳି ରହିଛି ଯାହାକି ଆମକୁ ୬୦ବର୍ଷ ପୂର୍ବରୁ ହୃଦ୍ ଘାତ ଦ୍ଵାରା ଆକ୍ରାନ୍ତ କରାଇଥାଏ । ମେରିଲ୍ୟାଣ୍ଡ୍ ବିଶ୍ଵବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଶୀତଋତୁ ରେ ଏଭଳି କିଛି ବ୍ଲଡ ଗ୍ରୁପ୍ ରହିଛି ଯାହା ଆମକୁ ହୃଦଘାତ ଆଡ଼କୁ ଟାଣି ନେଇଥାଏ ।
‘ଓ ‘ ପଜିଟିଭ ବ୍ଲଡ ଗ୍ରୁପ୍ ତୁଳନାରେ ଅନ୍ୟ ବ୍ଲଡ ଗ୍ରୁପ୍ ରେ ରହିଥାଏ ଅଧିକ ଷ୍ଟ୍ରୋକ୍ ର ବିପଦ – :
ଆମେରିକାନ ଏକାଡେମୀ ଅଫ ନ୍ୟୁରୋଲୋଜି ର ମେଡିକାଲ ଯାର୍ଣାଲ ରେ ପବ୍ଲିଶ୍ ର ଗୋଟିଏ ରିପୋର୍ଟ ଅନୁସାରେ ଗୋଟିଏ ଯୁବକ ଯେତେବେଳେ ହୃଦ୍ ଘାତ ରେ ପୀଡ଼ିତ ହୋଇ ଥିଲେ , ସେତେବେଳେ ତାଙ୍କ ବ୍ଲଡ ଗ୍ରୁପ୍ କୁ ନେଇ ଅଧ୍ୟୟନ କରାଯାଇ ଥିଲା । ସେତେବେଳେ ଜଣା ପଡ଼ିଥିଲା ଯେ ଉକ୍ତ ଯୁବକ ଜଣଙ୍କ ଇସ୍କେମିକ ଷ୍ଟ୍ରୋକ ରେ ପୀଡ଼ିତ ହୋଇଥିଲେ । ଇସ୍କେମିକ୍ ଷ୍ଟ୍ରୋକ ସେତେବେଳେ ଆସିଥାଏ ଯେତେବେଳେ ଆମ ବ୍ରେନ୍ ରୁ ବ୍ଲଡ ଫ୍ଲୋ ହେବାରେ ବାଧା ଉପୁଜି ଥାଏ ଓ ବ୍ଲଡ ବ୍ଲକେଜ୍ ଦେଖା ଯାଇଥାଏ । ଏହି ଅଧ୍ୟୟନ ରେ ଜଣା ପଡ଼ିଥିଲା ଯେ ‘ ଓ ‘ ପୋଜିଟିଭ ବ୍ଲଡ ଗ୍ରୁପ୍ ତୁଳନାରେ ଅନ୍ୟ ବ୍ଲଡ ଗ୍ରୁପ୍ ରେ ଅଧିକ ହୃଦ୍ ଘାତ ଦେଖା ଯାଇଥାଏ ।
A ଓ B ବ୍ଲଡ ଗ୍ରୁପ୍ ରେ ଦେଖା ଯାଇଥାଏ ବିଶେଷ ପରିବର୍ତ୍ତନ : –
ଏହି ଅଧ୍ୟୟନ ରେ ଜଣା ପଡ଼ିଥିଲା ଯେ A ଓ B ବ୍ଲଡ ଗ୍ରୁପ୍ ର ଅଧିକ ଲୋକେ ହାର୍ଟ ଷ୍ଟ୍ରୋକ ଦ୍ଵାରା ଆକ୍ରାନ୍ତ ହୋଇ ଥାଆନ୍ତି । ୪୮ ଜଣଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ହୋଇଥିଲା । ଏଥିରେ ଜଣା ପଡ଼ିଥିଲା ଯେ ଏଥିରେ ଯେଉଁ ବ୍ୟକ୍ତି ମାନେ ହାର୍ଟ ଷ୍ଟ୍ରୋକ ରେ ପ୍ରଭାବିତ ହୋଇଥିଲେ ସେମାନେ ୬୦ ବର୍ଷ ପୂର୍ବରୁ ହୋଇ ସାରିଛନ୍ତି । ଏହାଛଡା ବିଶେଷ ଭାବରେ ଶୀତଋତୁ ରେ ସେମାନେ ହାର୍ଟ ଷ୍ଟ୍ରୋକ ର ସମ୍ମୁଖୀନ ହୋଇଥିଲେ ।
ଶୀତଋତୁ ରେ କାହିଁକି ହୋଇଥାଏ ହାର୍ଟ ଷ୍ଟ୍ରୋକ – :
– ହୃଦ୍ ଘାତ ସେତେବେଳେ ଆସିଥାଏ , ଯେତେବେଳେ ହୃତ୍ ପିଣ୍ଡ କୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ମିଳି ନଥାଏ ବା ବ୍ଲଡ ସର୍କୁଲେଶନ ରେ ବଧିତ ହୋଇଥାଏ । ବିଶେଷ ଭାବରେ ଧମନୀ ରେ ବ୍ଲକେଜ ଆସିବା ଦ୍ବାରା ହୃଦ୍ ଘାତ ସମସ୍ୟା ଦେଖା ଯାଇଥାଏ ।
– ଶୀତଋତୁ ରେ ହାର୍ଟ ଷ୍ଟ୍ରୋକ ଆଧିକ ମାତ୍ରାରେ ବୃଦ୍ଧି ହୋଇଥାଏ । କାହିଁକି ନା ଶୀତ ପ୍ରକୋପ ରୁ ଲୋକେ ଠିକ୍ ଭାବରେ ବ୍ୟାୟାମ କରି ପାରନ୍ତି ନାହିଁ ଓ ଶରୀର ରେ ଗରମ ଉତେଜନା ଦେଖା ଯାଇ ନଥାଏ । ଏହି ସମୟରେ କର୍ଡିଓ ଭସକୁଲାର , ହାର୍ଟ ଫେଲିଅର୍ , ହାର୍ଟ ଷ୍ଟ୍ରୋକ ଆଧିକ ଦେଖିବାକୁ ମିଳିଥାଏ ।
– ଏହାଛଡା ଶୀତ ଋତୁରେ ଧମନୀ ଗୁଡ଼ିକ ଅଧିକ ସକ୍ରିୟ ହୋଇ ଥାଆନ୍ତି, ଯାହାଦ୍ଵାରା ରକ୍ତ ବାହିକା ଗୁଡ଼ିକ ସଙ୍କୁଚିତ ହୋଇଯାଏ , ଏହାଦ୍ବାରା ବ୍ଲଡ ପ୍ରେସର୍ ସ୍ତର ବୃଦ୍ଧି ହେବାରେ ଲାଗିଥାଏ ଓ ହାର୍ଟ ବ୍ଲଡ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଯାହା ରକ୍ତ ବାହୀକା ଗୁଡ଼ିକୁ କ୍ଷତି ଘଟାଇ ଥାଏ ଓ ହୃଦ୍ ଘାତ ବିପଦ ବଢ଼ି ଯାଇଥାଏ ।
* ଶୀତ ଋତୁରେ ହୃଦ୍ ଘାତ ଠାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ -:
– ଶୀତଋତୁ ରେ ଶରୀରକୁ ଗରମ ରଖିବା ଜରୁରୀ ଅଟେ । ଏହାଛଡା ବ୍ୟାୟାମ କରିବାକୁ ଭୂଳନ୍ତୁ ନାହିଁ ।
– ଯଦି ଆପଣ ଶାରିରୀକ ପରିଶ୍ରମ ଅଧିକ କରୁଛନ୍ତି ତେବେ ମଝିରେ ମଝିରେ ବ୍ରେକ ନେଇ କାର୍ଯ୍ୟ କରନ୍ତୁ ।
– ଅଧିକ ପାଣି ପିଅନ୍ତୁ, ଯାହାଦ୍ଵାରା ଶରୀର ହାଇଡ୍ରେଟ ରହିବ । କାହିଁକି ନା ଡି ହାଇଡ୍ରେଶନ ହାର୍ଟ ବିଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
– ଅଧିକ ପନିପରିବା ଓ ଫଳମୂଳ ସେବନ କରନ୍ତୁ । ଏବଂ ତୈଳ ଯୁକ୍ତ ଆହାର ଠାରୁ ଦୂରେଇ ରୁହନ୍ତୁ ।