Odisha news

କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ଭେ : ଆସିକା ପୋଲିସ୍ ଥାନା ଦେଶର ଶ୍ରେଷ୍ଠ ଥାନା ମନୋନୀତ

0

ଆସିକା(Amerendra pattanaik)କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ  ସାରା ଦେଶ ମଧ୍ୟରେ ୨୦୨୨ ବର୍ଷ  ନିମନ୍ତେ ଆସିକା ପୋଲିସ୍ ଥାନା କୁ  ଦେଶର ଶ୍ରେଷ୍ଠ ଥାନା ଭାବେ ମନୋନୀତ କରାଯାଇଛି।ରାଜ୍ୟ ପୋଲିସ ଡି ଜି ଙ୍କୁ ଏହି ମର୍ମ ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ନିର୍ଦ୍ଦେଶକ ତରୁଣ କୁମାର  ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ନୂଆଦିଲ୍ଲୀ ଠାରେ ଆସନ୍ତା ୨୦ ଜାନୁଆରୀ  ରେ କେନ୍ଦ୍ର ଗୃହମନ୍ତ୍ରୀ ଆସିକା ଥାନାର ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ  ସମ୍ମାନିତ କରିବା ସହ ଟ୍ରଫି ପ୍ରଦାନ କରିବେ ଓ ଶ୍ରୀ ସାହୁ ଙ୍କୁ ପୋଲିସ ପ୍ରୋଟୋକଲ ଅନୁଯାୟୀ ଯୋଗ ଦେବାକୁ କୁହାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶ ରେ ପୋଲିସ ଥାନା ଗୁଡିକର ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା,ନିଷ୍ଠାପରତା,ତ୍ୱରିତ,କାର୍ଯ୍ୟାନୁଷ୍ଠାନ,ବ୍ୟବହାର,ପ୍ରତିବଦ୍ଧତା,ଦଣ୍ଡବିଧାନ,ଗୋଷ୍ଟି ଓ ଦଳଗତକାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା, ପରିବର୍ତ୍ତନ ଏବଂ ସମୟ ସୀମା | ଇତ୍ୟାଦି ୧୬୫  ଟି ପଏଣ୍ଟ ଉପରେ ସର୍ଭେ ହୋଇଥିଲା। ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଦେଶର ଶ୍ରେଷ୍ଠ ତିନି ଗୋଟି ଥାନା ଚୟନ କରାଯାଇଥିଲା।ଆସିକା ପୋଲିସ ଷ୍ଟେସନ କାର୍ଯ୍ୟ ଦକ୍ଷତା ଓ ପରିଚାଳନା ନେଇ ପ୍ରସ୍ତୁତସେହି ତାଲିକା ର ପ୍ରଥମ ସ୍ଥାନ ହାସଲ କରିଛି।ବିଗତ କିଛି ବର୍ଷ ଧରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏଭଳି ସର୍ଭେ କରାଯାଉଥିବା ବେଳେ ଚଳିତ ୨୦୨୨ ବର୍ଷ ରେ ଆସିକା ଥାନା ସର୍ବଭାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଛି ।ଓଡ଼ିଶା ପୋଲିସ ଇତିହାସ ରେ ଓଡ଼ିଶା ରୁ ପ୍ରଥମ ଥର ପାଇଁ କୌଣସ ଏକ ଥାନା ଏହି ସଫଳତା ପାଇଛି । ଆସିକା ଥାନା ର ଏହି ସଫଳତା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ମହଲ ରୁ  ଶୁଭେଚ୍ଛା ଜଣାଯାଇଛି।

Leave A Reply