Odisha news

ଟିଏଫଏଲ କାର୍ଯ୍ୟର ସମୀକ୍ଷା ପାଇଁ ତାଳଚେର ଆସିବେ ଦୁଇଜଣ କେନ୍ଦ୍ରମନ୍ତ୍ରୀ

0
ତାଳଚେର :ତା 5/1: ତାଳଚେର ଏଫ ସି ଆଇ ଠାରେ 13500 କୋଟି ଟଙ୍କାରେ ତାଳଚେର ରେ ନୂତନ ସାର କାରଖାନା ଟି ଏଫ ଏଲ ପ୍ରତିଷ୍ଠା ହେଉଛି |2018ମସିହା ସେପ୍ଟେମ୍ବର 22ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଣ୍ଟ ର ଶିଳାନ୍ୟାସ କରିଥିଲେ |କରୋନା ପାଇଁ ଏହି ପ୍ଲାଣ୍ଟ କାର୍ଯ୍ୟ ଧିମେଇ ଯାଇଥିଲା |ଜାନୁଆରୀ 7 ତାରିଖ ଶନିବାର ଦିନ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓ କେନ୍ଦ୍ର ସ୍ୱାସ୍ଥ୍ୟ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଏଫ ସି ଆଇ ଆସି ଟି ଏଫ ଏଲ ପ୍ଲାଣ୍ଟ କାର୍ଯ୍ୟ ର ସମୀକ୍ଷା କରିବେ |ଏଥିପାଇଁ ଟିଏଫ ଏଲ ର ବିଭିନ୍ନ ବିଭାଗ ର ସମସ୍ତ ଅଧିକାରୀ ଆସି ଏଫ ସି ଆଇ ଠାରେ ଉପସ୍ଥିତ ଅଛନ୍ତି |ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ  ଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ତତ୍ୱାବଧାନ ରେ ଜୋରଦାର ପ୍ରସ୍ତୁତି ହୋଇଛି |
Leave A Reply