Odisha news

ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କୁ ରେଗିଙ୍ଗ: ଦୁଇ ଛାତ୍ର ଗିରଫ

0

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ ରେ ଦୁଇ ଛାତ୍ର ଗିରଫ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟର ଯୁକ୍ତ ତିନି କଳା ପ୍ରଥମ ବର୍ଷ ର ଏହି ଛାତ୍ରୀ ଗତ ୩ ତାରିଖ ଦିନ କ୍ଲାସ ସାରି ଘର କୁ ଫେରୁଥିବା ସମୟରେ କଲେଜର ଚାରି ଛାତ୍ର ଅଟକାଇବା ସହ  ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।ଏପରିକି ଛାତ୍ରୀ ଙ୍କ ଭାଇ କୁ ମଧ୍ୟ ଏହି ଛାତ୍ର ମାନେ ଆକ୍ରମଣ ର ଭୟ ଦେଖାଇଥିବା ନେଇ କଲେଜ ଅଧ୍ୟକ୍ଷ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଛାତ୍ରୀ ଙ୍କ ଅଭିଯୋଗ ପତ୍ର କୁ କଲେଜ ଅଧ୍ୟକ୍ଷ କୋଟିନଡ଼ା ଫାଣ୍ଡି କୁ ପଠେଇଥିଲେ।ଆସିକା ପୋଲିସ୍  ଘଟଣା ର ଯାଞ୍ଚ କରି ଦେବାଶିଷ ସ୍ୱାଇଁ,କୈଳାସ ସ୍ବାଇଁ ନାମକ ଦୁଇ ଛାତ୍ର ଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply