ଚଣ୍ଡିଖୋଲ,୪/୧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀ ମାନଙ୍କ ତାଲିକା ପ୍ରକାଶ ଉପରେ ସର୍ବ ସାଧାରଣଙ୍କ ଆପତ୍ତି ଅଭିଯୋଗ କରିବାର ସରକାରୀ ନିୟମ ରହିଛି! ପ୍ରକାଶିତ ତାଲିକାରେ ତୃଟି ବିଚ୍ୟୁତି ରହିଥିଲେ ସର୍ବ ସାଧାରଣଙ୍କ ଅଭିଯୋଗ ଭିତିରେ ସେହି ତାଲିକାକୁ ସଶୋଧନ କରାଯାଇ କେବଳ ଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକାଭୁକ୍ତ କରାଯିବାକୁ ସରକାରୀ ନିୟମ ରହିଛି! ଏହି ନିୟମ ଆଧାରରେ ଯାଜପୁର ଜିଲ୍ଲାରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀଙ୍କ ତାଲିକା ଉପରେ ୭ଦିନ ମଧ୍ୟରେ ଅନଲାଇନରେ ଆପତ୍ତି ଅଭିଯୋଗ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ଗତ ଡିସେମ୍ବର ୨୬ ତାରିଖରେ ଆଦେଶ ଦିଆଯାଇଥିଲା! ତେବେ ଇତିମଧ୍ୟରେ ଆପତ୍ତି ଅଭିଯୋଗ କରିବାର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବହୁ ହିତାଧିକାରୀଙ୍କ ସହ ଜନସାଧାରଣ ତାହା ଜାଣି ପାରିନଥିବା ଅଭିଯୋଗ ହୋଇଛି! କେବଳ ସରକାରୀ ସାଇଟରେ ଅନଲାଇନ ମାଧ୍ୟମରେ ଆପତ୍ତି ଅଭିଯୋଗ କରିବାକୁ ସୂଚନା ଦିଆଯାଇଥିବାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ,ଆଦିବାସୀ ଓ ଦଳିତ ତଥା ଅପାଠୁଆ ଲୋକେ ଏବଂ ବହୁ ଯୋଗ୍ୟ ହିତାଧିକାରୀଙ୍କ ପକ୍ଷେ ତାହା ସମ୍ଭବ ହୋଇନଥିବା ଜଣାପଡିଛି! ଫଳରେ ପଞ୍ଜିକୃତ ହୋଇଥିବା ପୂର୍ବର ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଯିବା ସହ ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଯିବାର ଆଶଙ୍କା ପ୍ରକାଶ ପାଇଛି! ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାକୁ ଆସିଥିବା ପ୍ରାୟ ୩୪ ହଜାରରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସକୁ ବଣ୍ଟଟ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପୂର୍ବରୁ ପଞ୍ଜିକୃତ ହୋଇଥିଲା! ସେହି ଆଧାରରେ ବଡଚଣା ବ୍ଳକର ୪୩ଟି ପଞ୍ଚାୟତ ପାଇଁ ୩୨୩୨ଟି ଆବାସ ବଣ୍ଟନ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରାଯିବାକୁ ଘୋଷଣା ହୋଇଥିଲା! ପୁର୍ବରୁ ପଞ୍ଜିକୃତ ହୋଇଥିବା ତାଲିକାରେ ଯଦି କାହାର କିଛି ଆପତ୍ତି ଅଭିଯୋଗ ରହିଥାଏ ତାହା ଜଣାଇବାକୁ ଯାଜପୁର ଜିଲ୍ଲାପାଳଙ୍କ ପକ୍ଷରୁ ଗତ ତା ୨୬/୧୨/୨୦୨୨ ରିଖରେ ଚିଠି ସଖ୍ୟା ୬୧୪୦ରେ ବିଦ୍ଧିବଧ ଭାବେ ନିର୍ଦ୍ଦେଶ ଦିଆଯାଇ ଯାଜପୁର ଜିଲ୍ଲା ସରକାରୀ ଉଏଭ ସାଇଟ jajpur.nic.in ରେ ପଞ୍ଜିକୃତ ତାଲିକା ଅପଲୋଡ କରାଯାଇଥିଲା ! ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ସ୍ବଚ୍ଛତା ଆଣିବା ପାଇଁ ଉଦିଷ୍ଟ ବୋଲି ନିଜେ ଡିିସିିିଓ ପ୍ରକାଶ କରିଥିଲେ ! ହେଲେ ଆପତ୍ତି ଅଭିଯୋଗର ନିର୍ଦ୍ଦେଶ ନାମା ବା ପଞ୍ଜିକୃତ ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ ଉଆରୀ ନୋଟିସ ଭାବେ ପ୍ରଦର୍ଶନ କରାଯାଇନଥିବା ବେଳେ ଏହାର ବହୁଳ ପ୍ରଶାର ମଧ୍ୟ ହୋଇ ପାରି ନଥିଲା! ଫଳରେ ଅନଲାଇନରେ ପ୍ରକାଶିତ ତାଲିକା ଓ ଆପତ୍ତି ଅଭିଯୋଗ ନିର୍ଦ୍ଦେଶ ନାମାକୁ ଦେଖି ସେ ସମ୍ପର୍କରେ ଅଭିଯୋଗ କରିବା ଗ୍ରାମାଞ୍ଚଳର ଗରିବ ନିରକ୍ଷର ଯୋଗ୍ୟ ହିତାଧିକାରୀ ମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା! ଏପରିକି ବ୍ଳକ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା ! ପଞ୍ଜିକୃତ ତାଲିକାକୁ ନେଇ ଆପତ୍ତି ଅଭିଯୋଗ କରିବାକୁ ଲୋକେ ସୁଯୋଗ ପାଇନଥିବାରୁ ଆବାସ ଯୋଜନାରେ ଗୃହ ଆବଣ୍ଟନରେ ଏବେ କିପରି ସ୍ୱଛତା ପରିଲକ୍ଷିତ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! ଏ ସମ୍ପର୍କରେ ବଡଚଣା ବ୍ଳକ ଦାୟିତ୍ୱରେ ଥିବା ଧର୍ମଶାଳା ବିଡିଓଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନାହାଁନ୍ତି କିମ୍ବା ପଞ୍ଚାୟତରେ ଏହି ତାଲିକାର ନକଲ ପ୍ରସାରଣ କରାଯିବା ପାଇଁ କୌଣସି ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଥିଲେ ! ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟଆପତ୍ତି ଉଠାଯିବା ସହ ପୂର୍ବର ପଞ୍ଜିକୃତ ତାଲିକିକୁ ସାର୍ବଜନୀନ କରିଯାଇ ତାହା ଉପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ କରିବାର ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଛି!