କଣାସ:୪-୧-୨୦୨୩ : ପୁରୀ ଜିଲ୍ଲା କଣାସ ବ୍ଲକ ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି ।ସଭା ଆରମ୍ଭରୁ ସଭା ଗୃହ କେଉଁ ଠାରେ ବୋଲି ସମିତି ସଭ୍ୟା ବିଜୟଲକ୍ଷ୍ମୀ ପରିଡ଼ା ବ୍ଲକ ଅଧକ୍ଷାଙ୍କୁ ପ୍ରଶ୍ନ ପଚାରିଥିଲେ ।କାରଣ ସଭା ଗୃହ ଆଗରେ ଉପାଦଖ୍ୟଙ୍କ ଫଳକ ଲାଗିଥିରୁ ସଭା ଗୃହଟି କେଉଁ ସ୍ଥାନରେ ଜଣାପଡିଥିଲା ।ଏହାକୁ ଦେଇପୁର ସମିତି ସଭ୍ୟ ମନୋରଞ୍ଜନ ପାଇକରାୟ ସମର୍ଥନ ଜଣାଇଥିଲେ । ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ,ଗ୍ରାମ୍ୟଉନୟନ,ପାନୀୟଳ ଯୋଗାଣ,ଶିଶୁ ବିକାଶ ,କୃଷି ,ମିଶନ ଶକ୍ତି, ଓ ଉଦ୍ୟାନ ସମ୍ପର୍କରେ ବିଶେଷଭାବେ ବିଭାଗୀୟ ଆଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ୧୨ ମାସର ଫ୍ରି ରାସନ ହିତାଧିକାରୀମାନେ କିଭଳି ଭାବରେ ସୁବିଧାରେ ପାଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।ବ୍ଲକର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଲି ପଡ଼ିଥିବା କର୍ମୀ ଏବଂ ସହାୟିକା ପଦ ପୁରଣ,ମିଶନ ଶକ୍ତିକୁ ନେଇ ସରକାରଙ୍କ ନୀତି ନିୟମକୁ ସୁଚାର ରୂପେ ପାଳନ କରିବା,ସ୍ଵଚ୍ଛ ଭାରତ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ କରିବା,ପାଞ୍ଚୟତ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ।ମୁଖ୍ୟତଃ ପଞ୍ଚାୟତ ସମିତି ସଭାକୁ ବିଦ୍ୟୁତ୍ ବିଭାର କୌଣସି ଅଧିକାରୀ କେବେବି ଆସୁନଥିବାରୁ ଲୋକମାନଙ୍କର ସମସ୍ୟା ସମାଧାନ ହୋଇପାରୁନଥିବା କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି ଗୃହରେ ଉପସ୍ଥାନ କରିଥିବା ବେଳେ ବଡାଲ ସରପଞ୍ଚ ଧନେଶ୍ଵର ଲେଙ୍କା ଏହାକୁ ମଧ୍ୟ ସମର୍ଥନ କରିଥିଲେ । ଆସୁଥିବା ବିଭିନ୍ନ ଉନୟନମୂଳକ କାର୍ଯ୍ୟ କେତେ ସଫଳ ହୋଇଛି ସେ ସମ୍ପର୍କରେ ଲୋକପ୍ରତିନିଧିମନେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ୨୮ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ,ଜିଲ୍ଲା ପରିଷଦ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବ୍ଲକ ଉନ୍ନୟନ ଅଧିକାରୀ ପବିତ୍ର ବେହେରା, ଏବିଡିଓ ମାଙ୍ଗଳସିଂହ ହେମ୍ରମ, ଆସିଷ୍ଟାଣ୍ଡ ଯନ୍ତ୍ରୀ ଚନ୍ଦ୍ରମଣି ଖଟୋଇ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ରଞ୍ଜନ ସାମନ୍ତରାୟ,ସିଡିପିଓ ସ୍ମିତା ମହାନ୍ତି ଓ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।