ଡ.ଜଗବନ୍ଧୁ ଷଡ଼ଙ୍ଗୀ : କିଛି ଦିନ ତଳେ ଭୁବନେଶ୍ୱର ର ଏକ ଆପାର୍ଟମେଣ୍ଟ ରେ ଗୋଟିଏ ପୋଷା କୁକୁର ଜଣେ ବ୍ୟକ୍ତିଙ୍କୁ କାମୁଡ଼ିଲା l ସେଠାକାର ଲୋକମାନେ ଆନ୍ଦୋଳନ କଲେ ଓ ଉକ୍ତ ପୋଷା କୁକୁରକୁ ତଡିପାର କରିବାକୁ ଦାବି ହେଲା l ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଉକ୍ତ ଦାବିକୁ ସମର୍ଥନ କଲେ l ଉକ୍ତ କୁକୁରଟିର ମାଲିକାଣୀଙ୍କ ଦୁଃଖ ଭରା ମୁହଁ ଆମେ ସବୁ ଟିଭି ମାଧ୍ୟମରେ ଦେଖିଛୁ l ଯେଉଁ ଜଂତୁଟିକୁ ସେ ପିଲା ବେଳୁଁ ପାଳିଛନ୍ତି ତାକୁ ବର୍ତମାନ କୁଆଡେ ତଡି଼ବେ? ତାଙ୍କର ଦୋଷ ଦିଅlଗଲା ଯେ ସେ ଉକ୍ତ କୁକୁରକୁ ଉତ୍ତମ ଶିକ୍ଷା ଦେଇ ନାହାନ୍ତି l ପୋଷା କୁକୁରଙ୍କୁ ବିଭିନ୍ନ କିସମର ଟୀକା ଦିଅlଯାଏ , ଯଦ୍ୱାରା ସେ ସୁସ୍ଥ ରହିବl ସଂଗେ ସଂଗେ କାହାକୁ କାମୁଡ଼ିଲେ ମଧ୍ୟ ବିଶେଷ କ୍ଷତି ହେବନି l.ମାଲିକାଣି ଏହି କୁକୁରଟିକୁ କେଉଁଠିକି ପଠାଇବେ , ଆଇନ କଣ କହୁଛି ତା ବିଷୟରେ ଚର୍ଚା ହୋଇନି l ପୋଷା କୁକୁର ମାନେ କଣ ତାଙ୍କ ମାଲିକ ବା ମାଲିକାଣୀଙ୍କୁ କାମୁଡ଼ିବାର ଦୃଷ୍ଟାନ୍ତ ନାହିଁ ? ମୋର ମଧ୍ୟ ଏକ ପୋଷା କୁକୁର ଥିଲା ସେ ମତେ କେତେ ଥର ଖଣ୍ଡିଆ ଖlବରl କରିଥିଲା ,କିନ୍ତୁ ଅନ୍ୟ ଲୋକଙ୍କୁ କାମୁଡି ନଥିଲା l
ଯଦି ପୋଷା କୁକୁର ଜଣଙ୍କୁ କାମୁଡ଼ିଲା ତାକୁ କଣ ଦଣ୍ଡ ଦିଅl ଯିବ ? ଜଙ୍ଗଲକୁ ପଠାଇଲେ ସେ କଣ ଆଉ କାହାକୁ କାମୁଡିବନି ନl ତାକୁ ଆଉ କେଉଁ ଜୀବ କାମୁଡିବେନି ? ଯଦି କୌଣସି ଜନ୍ତୁ ପାଗଳ ହେଲା ଓ ମଣିଷ ଗାଈ ଗୋରୁଙ୍କୁ ବଦ୍ଧ କଲା ତେବେ ସରକାରଙ୍କ ଅନୁମତି ନେଇ ତାକୁ ମରl ଯାଇ ପlରେ lସବୁ ପୋଷା କୁକୁରଙ୍କ ପାଇଁ ପଞ୍ଜିକରଣ ବାଧ୍ୟତା ମୂଳକ ହେବl କଥା l କୁକୁରଙ୍କୁ ପ୍ରଶିକ୍ଷଣ ଦେବା ବାଧ୍ୟତା ମୂଳକ ନାହିଁ କିମ୍ବା ତା ପାଇଁ ଯଥେଷ୍ଟ ଅନୁଷ୍ଠାନ ମlନ ନାହିଁ l
ଏଥର ଆଲୋଚନା କରିବା ବୁଲା କୁକୁର ମାନଙ୍କ କଥା l ଅଳ୍ପ ଦିନ ତଳେ ବାଲେଶ୍ୱର ସହରରେ ଗୋଟିଏ ବୁଲା କୁକୁର ୨୫ ଜଣ ଲୋକଙ୍କୁ କାମୁଡ଼ିଲା , ତା ପାଇଁ ଦାୟୀ କିଏ ହେବ ? ବୁଲା କୁକୁରଙ୍କ ଦୌରାତ୍ମ୍ୟ ଆମ ରାଜ୍ୟର ସବୁ ଠାରେ ଅଛି, ଗ୍ରାମ ଠାରୁ ସହରରେ ତାଙ୍କ ଆତଙ୍କ ବହୁତ ବେଶୀ l କାରଣ ସହରର ଲୋକ ମାନେ ବେଶୀ ସଚେତନ ,ତେଣୁ ଅଇଁଠା ଖାଦ୍ୟ ପଦାର୍ଥ ଓ ଅଇଁଠା ପତ୍ର ବେଶୀ ରାସ୍ତା ଉପରେ ପକାନ୍ତି l ଏଣୁ ସହରରେ ବୁଲା କୁକୁରଙ୍କ ବେଶୀ ଭିଡ l ବୁଲା କୁକୁରଙ୍କ ନିଜ ନିଜ ଭିତରେ ଝଗଡା ,କାମୁଡ଼ା କାମୁଡି ଓ ଦିନ ରାତି ତାଙ୍କର ଅସହ୍ୟ ଭୁକl ରୋଗୀ , ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟ ମାନଙ୍କ ରାତିର ନିଦ୍ରା କୁ ହାରାମ କରି ଦିଅନ୍ତି l ବୁଲା କୁକୁରଙ୍କୁ ତ ସରକlର ଟୀକା କାରଣ କରୁ ନାହାନ୍ତି , ସେମାନେ ଅସଂଖ୍ୟ ଲୋକଙ୍କୁ କାମୁଡୁଛନ୍ତି , ସେଥି ପାଇଁ କେଉଁ ମହା ନଗର ନିଗମ ବା ମୁନିସିପାଲିଟି ଦାୟୀ ? ମହାନଗର ନିଗମ ମାନଙ୍କରେ ଅଣ୍ଡିରା କୁକୁରଙ୍କୁ ଖlସୁ କରିବାର ବ୍ୟବସ୍ଥା ଅଛି ,ହେଲେ ଏହା କାଗଜ ପତ୍ର ରେ ବେଶୀ ସୀମିତ l ଯଦି ଏହା କାର୍ଯ୍ୟକାରୀ ହେଉଛି ତେବେ ବର୍ଷ ବର୍ଷ ଧରି ମାଇ କୁକୁର ମାନେ ଥରକେ ୩ / ୪ କରି `ଛୁଆ ଦେଉଛନ୍ତି କଣ ଶୂନ୍ୟରୁ !
ଭୁବନେଶ୍ୱର ମହାନଗର ଅଧିକାରୀଙ୍କୁ କିଛି ବର୍ଷ ପୂର୍ବେ ପ୍ରସ୍ତlବ ଦିଅl ଯାଇଥିଲା ଯେ, ବୁଲା କୁକୁର ମାନଙ୍କୁ ଏକ ଆଶ୍ରମ କରି ଗୋରୁ ମାନଙ୍କ କାଞ୍ଜିଅl ହୋଡl ରେ ଖାଇବାକୁ ଦେଇ ରଖିଲା ଭଳି ରଖାଯାଉ l କିନ୍ତୁ ସେମାନେ ଆଇନ ଦର୍ଶାଇଲେ ଯେ କୁକୁର ମାନେ ଜନବସତି ସହିତ ଜଡିତ ଏଣୁ ତାଙ୍କୁ ତଡିପାର କରାଯିବl ଆଇନ ବିରୁଦ୍ଧ l ତାହେଲେ ଏମାନଂକର ମାଲିକ(ବର୍ତମାନ ସ୍ତିତିରେ ସରକାର / ସରକାରୀ ନିଗମ ),କଣ ଦଣ୍ଡ ପାଇବେ ସରକାର ସ୍ପଷ୍ଟ କରନ୍ତୁ l
କେତେକ ପୋଷା କୁକୁର ମାଲିକ ଏମାନଙ୍କୁ ବୁଲିବାକୁ ଜନବସତି ଅଂଚଳ ରାସ୍ତା ଦେଇ ଯିବା ସମୟରେ କୁକୁର ମାନେ ଘର ଆଗରେ, ବିଜୁଳି ଖୁଣ୍ଟ କଡରେ ଝାଡା ଓ ପରିଶ୍ରା କରନ୍ତି ସେମାନଙ୍କୁ ସଚେତନ ବା ଦଣ୍ଡ ବିଧାନ କିଏ କରିବ ? ବିଦେଶରେ ଓ ମୁମ୍ବାଇ ପରି ସହରରେ କୁକୁର ମାଲିକ ମାନେ ତାଙ୍କୁ ବୁଲିବାକୁ ନେବାବେଳେ ଏକ ମୁନା ଧରି ଯାନ୍ତି ଓ କୁକୁର ଝlଡ଼l ଫେରିଲେ ତାକୁ ସଂଗ୍ରହ କରି ଅନ୍ୟ ଜାଗାରେ ପକାନ୍ତି ,ନଚେତ ସେମାନଙ୍କ ବିରୁଧରେ ଦଣ୍ଡ ବିଧାନ ଅଛି l
ଉପରୋକ୍ତ ଆଲୋଚନା ପରିପ୍ରେକ୍ଷୀ ରେ ସରକାର ତଥା ନିଗମ ମାନଙ୍କୁ ନିମ ଲିଖିତ ପ୍ରସ୍ତାବ ଉପରେ ସମୀକ୍ଷା କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ :-
୧) ସହରାଂଚଳ ରେ କୁକୁର ମାନଙ୍କ ପାଇଁ ଜାଗା ଜାଗାରେ ସ୍ୱତନ୍ତ ପାର୍କ ମlନ ନିର୍ମାଣ ହେଉ
୨) ପୋଷା କୁକୁରଙ୍କ ପାଇଁ ସ୍ୱଳ୍ପ ଖର୍ଚରେ ଟ୍ରେନିଂ ସେଣ୍ଟର ମନ ଖୋଲା ଯାଉ
୩) ସହରାଂହଲରେ ବୁଲା କୁକୁରଙ୍କ ପ୍ରଜନନ କ୍ଷମତl ସତ ପ୍ରତିଶତ ହ୍ରାସ କରାଯାଉ
୪) ଯେଉଁ ଅଂଚଳରେ ବୁଲା କୁକୁର ମାନେ ବେଶୀ ଉତ୍ପାତ କରୁଛନ୍ତି ସେମାଙ୍କୁ ଆଶ୍ରୟ ସ୍ଥଳୀ କୁ ନିଆଯାଉ
୫) ବୁଲା କୁକୁରଙ୍କୁ ଶତ ପ୍ରତିଶତ ଟୀକା କାରଣ କରାଯାଉ
୬) ପୋଷା କୁକୁରଙ୍କ ମାଲିକ ମାନଙ୍କୁ ସଚେତନ କରାଯାଉ
ଆଶା ସରକାର ଓ ଜନ ସାଧାରଣ ଙ୍କ ସହ ଯୋଗ ରହିଲେ କୁକୁର ମାନଙ୍କ ଉତ୍ପାତ ଅନେକାଂଶରେ ଦୂରୀଭୂତ ହୋଇ ପାରିବ l