ପ୍ରତାପ ଚନ୍ଦ୍ର ସାହୁ : ୨୦୦୮ ମସିହା ରେ ଭାରତ ର ଆର୍ଥିକ ରାଜଧାନି ,ଚଳଚିତ୍ର ,ଶିଳ୍ପ ତଥା ହୋଟେଲ୍ ଓ ବ୍ୟବସାୟୀକ ପ୍ରାଣ କେନ୍ଦ୍ର ମହାନଗରୀ ମୁମ୍ବାଇ ଉପରେ ସୁନିଶ୍ଚିତ ଓ ସୁପରିକଳ୍ପିତ ସନ୍ତ୍ରାସବାଦୀ ଆକ୍ରମଣ ରେ ଅନେକ ନୀରିହ ଜନତା ଙ୍କ ସଂହାର ସାଙ୍ଗକୁ ବରିଷ୍ଠ ଓ ଅଭିଜ୍ଞ ପୁଲିସ୍ ତଥା ଗୁଇନ୍ଦା ଅଧିକାରୀ ଙ୍କ ସହିଦ ହୋଇଯିବା ଭାରତୀୟ ଓ ବିଶ୍ଵବାସୀ ଙ୍କ ମନରେ ଦାରୁଣ ଆଘାତ ଦେଇଥିଲା।ଥରି ଉଠିଥିଲା ମୁମ୍ବାଇ ନଗରୀ ଏବଂ ବିଶ୍ଵବାସୀ ଆତଙ୍କିତ ଏବଂ ମର୍ମାହତ ହୋଇପଡିଥିଲେ।ସମଗ୍ର ବିଶ୍ଵ ସ୍ତବ୍ଧ ହୋଇଯାଇଥିଲା ଏଇ ଆକ୍ରମଣରେ। ବିଶ୍ଵ ଦେଖିଲା କେତେ ଉଗ୍ର ହୋଇପାରେ ଆତଙ୍କବାଦୀ ଆକ୍ରମଣ ? ମୁମ୍ବାଇ ର ହୋଟେଲ୍ ତାଜ୍ ,ଓବରାଇ ,କାମାହସ୍ ହସ୍ ପିଟାଲ୍ ,ଛତ୍ରପତି ଶୀବାଜୀ ଟର୍ମିନାଲ୍ ଆଦି ସ୍ଥାନ ରେ ଅତ୍ୟାଧୁନିକ ସୁଚନା ଓ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟ ରେ ପ୍ରସ୍ତୁତି ଆଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯେପରି ଆକ୍ରମଣ କଲେ ଆମର ଗୁଇନ୍ଦା ସଂସ୍ଥା,ଗ୍ରୃହ ବିଭାଗ ,ସ୍ପେଶାଲ୍ ଟାସ୍କ୍ ଫୋର୍ସ,,ବରିଷ୍ଠ ଓ ଅଭିଜ୍ଞ ପୋଲିସ୍ ବିଭାଗ ଫେଲ୍ ମାରିଥିଲା।ସନ୍ତ୍ରାସ ବାଦ୍ ର ଆକ୍ରମଣ ର ମୁକାବିଲା କରୁ କରୁ ଅନେକ ଦକ୍ଷ ପୋଲିସ୍ ଅଧିକାରୀ ସହିଦ ହୋଇଯାଇଥିଲେ। ସେଇ ସନ୍ତ୍ରାସ ବାଦୀ ମାନଙ୍କ ପାଖରେ କୋ ଭଳିଆ ନେଟ୍ ଵାର୍କ ଥିଲା କେଜାଣି ଆମ ପୋଲିସ୍ ବିଭାଗ ସେ ସବୁ ଆଗରେ ଅର୍ଥାତ୍ ଆମର ନେଟ୍ ୱର୍କ ଫେଲ୍ ମାରିଥିଲା। ସନ୍ଦେହ ଘେର ରେ ଏଇ ସବୁ ବରିଷ୍ଠ ଓ ଦକ୍ଷ ପୋଲିସ୍ ଅଧିକାରୀ ମାନଙ୍କ ମ୍ରୃତ୍ୟୁ ।
କେବଳ ସନ୍ତ୍ରାସ ବାଦୀ ” କସାବ୍”ହିଂ ପୋଲିସ୍ ହାତରେ ଧରାପଡିଥିଲା ଏବ୍ଂ ପରବର୍ତ୍ତି ସମୟରେ କସାବ କୁ ଫାସୀ ଦିଆଯାଇଥିଲା। ଏତେ ପରିମାଣର ଆର୍ଥିକ କ୍ଷତି ଆଗରୁ କେବେ ହୋଇନଥିଲା।ସମସ୍ତ ସୂଚନା ଥିବା ସତ୍ତ୍ଵେ ଯେପରି ପ୍ରାକ୍ଆକଳନ ଲଗାଇ ବି ଆକ୍ରମଣ କୁ ପ୍ରତିହତ କରାଯାଇପାରିଲା ନାହିଂ ତାହାହିପରିତାପ ର ବିଷୟ। ଗୁଇନ୍ଦା ସଂସ୍ଥା ର ବିଫଳତା କୁ ଓ ବ୍ୟବସ୍ଥା ର ଅବ୍ୟବସ୍ଥା ର ରୂପ ସବୁ ଶ୍ରେଣୀ ର ଜନତା ଙ୍କୁ କ୍ଷୁବ୍ଧ କରିଥିଲା। ଜାତି ,ବର୍ଣ୍ଣ ,ଧର୍ମ ରଙ୍ଗ ନିର୍ବିଶେଷ ରେ ସମସ୍ତେ ମହମବତୀ ଜଳାଇ ଦିବଂଗତ ସହୀଦ ମାନଙ୍କ ର ଆତ୍ମା ର ସଦ୍ ଗତି କାମନା କରିଥିଲେ।ଆଉ ଏପରି ପୁନର୍ବାର ଆକ୍ରମଣ ଯେପରି ନ ହୁଏ ,ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ସଂକଳ୍ପ ନେଇଥିଲେ।ଏହି ଘାତକ ଆକ୍ରମଣ ରେ ୯ ଜଣ ସନ୍ତ୍ରାସ ବାଦୀ ଙ୍କ ସହ ୧୭୫ ଜଣ ନିହତ ହୋଇଥିଲେ।
୨୬ ନଭେମ୍ବର ୨୦୦୮ ରୁ ଆରମ୍ଭ ହୋଇ ଦୀର୍ଘ ୪ ଦିନ ଏହା ଚାଲିଥିଲା।୧୦ ଜଣ ଲସ୍କର-ଇ-ତୋଇବା ଗୋଷ୍ଠିର ୧୦ ଜଣ ଆତଙ୍କବାଦୀ ପାକିସ୍ଥାନ ର ଜଳପଥ ଦେଇ ଆସି ମୁମ୍ବାଇ ରେ ପ୍ରବେଶ କରିବାରେ ସକ୍ଷମ ହୋଇପାରିଥିଲେ।୨୬/୧୧ ର ମୂମ୍ବାଇ ଆକ୍ରମଣ ପରବର୍ତ୍ତୀ ସମୟ ରେ ଆନ୍ତର୍ଯାତିକ ଘଟଣାବଳୀରେ ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ଓ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଥିଲା।ଆଫ୍-ଗାନିସ୍ଥାନ ଓ ପାକିସ୍ଥାନ ରେ ରହି ଲସ୍କର୍-ଇ-ତୋଇବା ଆତଙ୍କବାଦୀ ମାନେ ରହି ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଥିବାରେ ଭାରତ ଏଥିରେ ଉଦ୍ ବେଗ୍ ପ୍ରକାଶ କରିଥିଲା। ଏଥିରେ ରୋକ୍ ଲଗାଯାଉ ବୋଲି ଜାତିସଂଘ ରେ ପ୍ରତିବାଦ ଜଣାଇଥିଲା ଭାରତ।ଆମେରିକା ,ଋଷିଆ,ଚୀନ ଓ ଅନ୍ୟ ରାଷ୍ଟ୍ରମାନେ ଆତଙ୍କବାଦ୍ ଉପରେ ସ୍ପଷ୍ଟ ଆଭିମୂଖ୍ୟ ରଖିଥିଲେ।
ଏ ସବୁ ସତ୍ତ୍ଵେ ବି ପାକିସ୍ଥାନ ତା’ର ପୂର୍ବ ଆଭିମୂଖ୍ୟ ରେ କୌଣସି ପରିବର୍ତ୍ତନ ଆଣିବା ଦେଖାଯାଇନଥିଲା। ଅନେକ ଚାପ ଓ କଡା ତାଗିଦ୍ ସତ୍ତ୍ଵେ ବି ସନ୍ଦିଗ୍ଧ ସନ୍ତ୍ରାସବାଦୀ ମାନଙ୍କୁ ଭାରତ କୁ ପ୍ରତ୍ୟାର୍ପଣ କରିବାକୁ ମନାକରିଦେଇଥିଲା। ପାକିସ୍ଥାନ କେବଳ କାଳକ୍ଷେପଣ ଓ ଏଡାଇ ଯିବା ବାହାନା ରେ ବଦ୍ଧପରିକର ଥିଲା ପରି ମନେହେଉଥିଲା। ପାକିସ୍ଥାନ କେତେବେଳେ ଚୀନ ଚାପରେ,ତ କେତେବେଳେ ସେନା ଚାପରେ ,ବଶବର୍ତ୍ତୀ ହୋଇ କେତେବେଳେ କୋ ବିବ୍ରୃତ୍ତି ଦିଅନ୍ତି ସେ ନିଜେ ଜାଣିପାରି ନ ଥାନ୍ତି। ସମଗ୍ର ବିଶ୍ଵ ଏବେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ବେଳେ ଏହାରି ମଧ୍ୟରେ ଏଭଳିଆ କୁତ୍ସିତ କାର୍ଯ୍ୟ ଆର୍ଥିକ ସ୍ଥିତି ଆହୁରି ଦୋହଲାଇ ଦେଇଛି। ତା’ର ଆଭ୍ୟନ୍ତରିଣ ବ୍ୟାପାର ବି ଅତ୍ୟନ୍ତ ଖରାପ ।ହେଲେବି ସେ ଚେତୁ ନାହିଂ ଏହା ହିଂ କ୍ଷୋଭ ର ବିଷୟ । ଯାହା ହେଉ ଡେରିରେ ହେଲେବି ବିଶ୍ଵ ର ପ୍ରମୁଖ ରାଷ୍ଟ୍ରମାନେ ପାକିସ୍ଥାନ କୁ ଆର୍ଥୀକ ସହାୟତା ବନ୍ଦ କରି ଭାରତ କାଶ୍ମୀର ନୀତି ଓ ସନ୍ତ୍ରାସ ବାଦ୍ ବିଲୋପംନୀତି କୁ ସମର୍ଥନ କରିଥିଲେ । ସମସ୍ତ ପ୍ରମୁଖ ରାଷ୍ଟ୍ର ଗଣ ପାକିସ୍ଥାନ କୁ ତାଗିଦ୍ କରିଥିଲେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବନ୍ଦକରିବା ପାଙି।ଜାତିସଂଘ ମଧ୍ୟ କଡା ଭାଷା ରେ ତାଗିଦ୍ କରିଥିଲା। ପୁନର୍ବାର ଏପରି ଘଟଣାର ଯେପରି ପୁନରାବ୍ରୃତ୍ତି ନ ହୁଏ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ର ଆବଶ୍ୟକତା ରହିଛି।