ପ୍ରତାପ ଚନ୍ଦ୍ର ସାହୁ : ଏଇ ପ୍ରୃଥିବୀ ରେ ପାଦ ଦେଇଥିବା ପ୍ରତ୍ୟେକ ଶିଶୁ ମଧ୍ୟରେ ମନୁଷ୍ୟ ସମାଜ ପାଙି ଏକ ନୂତନ ଆଶା ଓ ସ୍ଵପ୍ନ ର ଝଲକ ଦେଖାଦେଇଥାଏ।ଆମ ସମସ୍ତ ଙ୍କ ର ଭବିଷ୍ୟତ ର କର୍ଣଧାର ହେଉଛନ୍ତି ଏଇ କୋମଳ ମତି ଶିଶୁ ମାନେ।ଶିଶୁ ( କନ୍ୟା ସନ୍ତାନ) ମାନଙ୍କ ଅଧିକାର ସମ୍ପର୍କ ରେ ଉଣା ଅଧିକେ ସମସ୍ତ ରାଷ୍ଟ୍ର ଗୁରୁତର ସହ ଏହି ସମ୍ବେଦନ ଶୀଳ ପ୍ରସଙ୍ଗ କୁ ବିଚାର କୁ ନେଇ ସମସ୍ତ ଲକ୍ଷ୍ୟ ପୂରଣ କରିବା ବାଛଂନୀୟ। ବିଶ୍ଵବାସୀ ଙ୍କ ପାଖରେ ଜ୍ଞାନ,ସାଧନ ଓ ଆଇନ ସମ୍ମତ ନିୟମ ମାନ ରହିଛି ,ଯାହାକି କନ୍ୟା ସନ୍ତାନ କୁ ଜୀବନ ଆରମ୍ଭ କରିବା ପାଇଂପରିପୁଷ୍ଟ ବାତାବରଣ ଯୋଗାଇ ଦେଇପାରିବ। ପରିବାର ର ସ୍ନେହ,ଆଦର ,ତଥା ଯତ୍ନ କନ୍ୟା ସନ୍ତାନ କୁ ଜ୍ଞାନ ଆହରଣ କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ କନ୍ୟା ସନ୍ତାନ ର ପରିପୂର୍ଣ ବିକାଶ ନିଶ୍ଚିତ କରାଯାଇପାରିବ।
ଏଣୁ ପରିବାର ର ସଦସ୍ୟ ହିସାବରେ ,ରାଷ୍ଟ୍ର ର ନାଗରିକ ହିସାବରେ ,ଗୋଷ୍ଠି ସଦସ୍ୟ ଭାବରେ କନ୍ୟା ସନ୍ତାନ କୁ ତା’ର ଅଧିକାର ଯୋଗାଇ ଦେବାରେ ଯଥାସାଧ୍ୟ ଚେଷ୍ଟିତ ହେବା ଉଚିତ।ଦାରିଦ୍ର୍ୟ ,ସ୍ଵାସ୍ଥ୍ୟ ସମସ୍ୟା ,ହିଂସା ,ଓ ଭେଥ ଭାବ କୁ ପ୍ରତିରୋଧ କରି କନ୍ୟା ସନ୍ତାନ କୁ ସୁରକ୍ଷା ଯୋଗାଇଦେବା ଜରୁରୀ। ସେମାନଙ୍କର ଆବଶ୍ୟକତା ସଠିକ ପରିପୂରଣ ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି।ସେମାନଙ୍କର ଆଭିମୂଖ୍ୟକୁ କୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଆଗେଇବା ଉଚିତ୍ ।ସେମାନଙ୍କ କ୍ଷେତ୍ର ରେ କ-ଉଣସି ଭେଦଭାବ କିମ୍ବା ବାଛ ବିଚାର କିମ୍ବା ବାସନ୍ଦ ଯେପରି ନ ରହେ ସେଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଜରୁରୀ। ପ୍ରତ୍ୟେକ କ୍ଷେତ୍ର ରେ ସେମାନଙ୍କ ସ୍ଵାଧିନତା ଯୋଗାଇଦେବା ଜରୁରୀ। ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସୁଯୋଗ ଦେବା ଉଚିତ୍ । ସେମାନଙ୍କ ପ୍ରତି ଘ୍ରୃଣା ଭାବ କି କ୍ରୋଧ ନ ରହିବା ଉଚିତ୍ ।
ପୁତ୍ର ସନ୍ତାନ ପରି କନ୍ୟା ସନ୍ତାନ କୁ ସବୁ କ୍ଷେତ୍ର ରେ ସମାନ ସୁବିଧା ସୁଯୋଗ ଦେବା ଉଚିତ୍। ସେମାନଙ୍କ ର ମଧ୍ୟ ନିଜର ସ୍ଵାତନ୍ତ୍ର୍ୟତା ରହିଛି ଅନ୍ୟ ମାନଙ୍କ ଭଳି। ପୁତ୍ର ସନ୍ତାନ ଠୁ ସେମାନେ(କନ୍ୟା ସନ୍ତାନ) ମଧ୍ୟ କ-ଉଣସି ଗୁଣ ରେ କମ୍ ନୁହନ୍ତି! କନ୍ୟା ସନ୍ତାନ କୁ ହେୟ ମଣିବା ଅନୁଚିତ୍।ଯେହେତୁ ସେ କନ୍ୟା ରତ୍ନ।କନ୍ୟା ରତ୍ନ ର ଅଧିକାର ମାନବିକ ଅଧିକାର ର ଅନ୍ତର୍ଗତ।କନ୍ୟା ସନ୍ତାନ କୁ ପ୍ରଧାନ୍ୟ ଦେବାର ଦେଖାଦେଇଛି ଉଭୟେ ସରକାରୀ ଏବଂବେସରକାରୀ ସ୍ତରରେ।ପ୍ରତ୍ୟେକ କନ୍ୟା ସନ୍ତାନ ର କର୍ତ୍ତବ୍ୟ ବୋଧ ପ୍ରତି ସଚେତନ ରହି ସେମାନଙ୍କ ଅଧିକାର,ସୁରକ୍ଷା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ସୁନିଶ୍ଚିତ କରାଯିବା ଉଚିତ୍। ସେମାନଙ୍କ ଅଧିକାର ଏକ ଅଗ୍ରାଧିକାର ଏବଂଅଙ୍ଗୀକାର ବିଷୟ।ଏଇ କଥା କୁ ସମସ୍ତେ ଗୁରୁତର ସହ ନେବା ଉଚିତ୍।ଆମ ସମସ୍ତ ଙ୍କ ର ଦାୟୀତ୍ଵ ଏହାକୁ ସୁନିଶ୍ଚିତ କରିବା। ପ୍ରତ୍ୟେକ କନ୍ୟା ସନ୍ତାନ ଉଚ୍ଚ ମାନର ସ୍ଵାସ୍ଥ୍ୟ ସେବା ,ପୁଷ୍ଟିକର ଖାଦ୍ୟ,ବିଶୁଦ୍ଧ ଜଳ ଶିକ୍ଷା ବ୍ୟବସ୍ଥା,ଆବଶ୍ୟକିୟ ପରିମଳ ,ଉପଯୁକ୍ତ ବାସ ଗ୍ରୃହ ଓ ସୁସ୍ଥ ତଥା ନିରାପଦ ବାତାବରଣ ରେ ବସ ବାସ କରି ପାରିବେ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍। କନ୍ୟା ସନ୍ତାନ ମାନଙ୍କ ଜୀବନ ରକ୍ଷା କରିବା କଥା ଚିନ୍ତା କଲେ ପ୍ରଥମେ ସେମାନଙ୍କର ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।ଅସତ୍ ଉପାୟ ରେ ଭ୍ରୃଣ ନିରୁପଣ ଏବଂଭ୍ରୃଣ ହତ୍ୟା ଭଳି ଜଘନ୍ୟ କାର୍ଯ୍ୟ କୁ ବନ୍ଦ କରିବାକୁ ପଡିବ।
ସହଭାଗିତା ହିଂଅସଲ ଚାବିକାଠି। କନ୍ୟା ସନ୍ତାନ କୁ ଏଡସ୍ ରୁ ଦୂରେଇ ରଖି ବାକୁ ପଡିବ।କନ୍ୟା ସନ୍ତାନ ଙ୍କ ପ୍ରତି ହେଉଥିବା ଶୋଷଣ ରୋକିବାକୁ ପଡିବ।ସେମାନଙ୍କ ର କ-ଉଣସି ପ୍ରକାର ଅନିଷ୍ଟ ହେବାକୁ ଦିଆଯିବା ଅନୁଚିତ୍। ଏଣୁ ଏକ ନିରାପଦ ଓ ସହାୟକ ପୂର୍ଣ ବାତାବରଣ ରେ ସେମାନେ ରହିବାର ବ୍ୟବସ୍ଥା କରାଯିବା ଉଚିତ୍।ସେମାନଙ୍କ ର ବିକାଶ ହୋଇପାରିବ। ସେମାନଙ୍କୁ ନିରାପତ୍ତା ଯୋଗାଇଦେବା ଏବଂ ମାର୍ଗ ଦର୍ଶନ କରିବା ବୟସ୍କ ମାନଙ୍କର ଦାୟୀତ୍ଵ।ସେମାନେ ସେମାନଙ୍କର ଅଧିକାର ରୁ ବଚିଂତ ହେବା ଅର୍ଥ ଆତ୍ମଘାତୀ କର୍ଯ୍ୟକଳାପ ସହ ସମାନ।ଆତ୍ମା ପ୍ରତି ପ୍ରଚଣ୍ଡ ଆଘାତ ସହ ଏହା ସମାନ।କନ୍ୟା ସନ୍ତାନ ମାନଙ୍କ ମତାମତ ଗ୍ରହଣ କରି ଉଚିତ ସମ୍ମାନ ଦେବା ଉଚିତ୍। ସେମାନେ ସେମାନଙ୍କର ମତାମତ ସ୍ଵଛନ୍ଦ ରେ ଦେଇପାରିବେ।ପ୍ରତ୍ୟେକ କନ୍ୟା ସନ୍ତାନ ଶିକ୍ଷାପାଇବାର ଅଧିକାର ରହିଛି ।କେହିବି ତାଙ୍କୁ ଏଇ ମ-ଉଳିକ ଅଧିକାର ରୁ ବଚିଂତ କରି ପାରିବେ ନାହିଂ। ବିଦ୍ୟାଳୟ ଏପରି ଏକ ସ୍ଥାନ ରେ ହେବା ଉଚିତ ଯେଙଠି ଭେଦଭାବ ନ ଥିବ ,ଲିଙ୍ଗ ଭେଦ ନ ଥିବ ,ନିରାପଦ ଥିବ ,ଉତ୍ସାହିତ ଅନୁଭବ କରୁଥିବେ , ସେହି ଭଳିଆ ହୋଇଥିବ।କନ୍ୟା ସନ୍ତାନ ସାମରିକ ବିବାଦରୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ୍ ।କ-ଉଣସି ପରିସ୍ଥିତି ସେମାନେ ଯୁଦ୍ଧରେ ଭାଗ ନେବେ ନାହିଂ ।ଭବିଷ୍ୟତ ପାଙି ପ୍ରୃଥିବୀ କୁ ପ୍ରଦୂଷଣ ମୁକ୍ତ ରଖିବାକୁ ପଡିବ ,ଯେପରି ଏଇ କନ୍ୟା ସନ୍ତାନ ମାନେ ନିରାପଦ ରେ ବଚିଂପାରିବେ। ଏଣୁ ଆମେ ଆମ ପରିବେଶ କୁ କିପରି ଗଢି ତୋଳିବା ତାହା ଆମକୁ ସୁନିଶ୍ଚିତ ନିର୍ଣୟ ଆମକୁ କରିବାକୁ ହେବ।ଦାରିଦ୍ର୍ୟ ଦୂରିକରଣ ପାଙି ଉଦ୍ୟମ ଜାରିରଖିବାକୁ ହେବ।କନ୍ୟା ସନ୍ତାନ ମାନଙ୍କର ବିକାଶ ନିମନ୍ତେ ପୁଞ୍ଜି ବିନିଯୋଗ ଯେପରି ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ହେବ। କାହିଂକି ନା ଏହି ବିଶ୍ଵ ଦିନେ ସେମାନଙ୍କର ହେବ।